24.1 C
Bhubaneswar
Monday, February 9, 2026
Homeଅପରାଧମା’କୁ ଖଣ୍ଡ ଖଣ୍ଡ କରି ହାଣିଦେଲା କୁଳାଙ୍ଗାର ପୁଅ

ମା’କୁ ଖଣ୍ଡ ଖଣ୍ଡ କରି ହାଣିଦେଲା କୁଳାଙ୍ଗାର ପୁଅ

ଛତିଶଗଡ: କୁଳାଙ୍ଗାର ପ୍ରୁଅ। ଜନ୍ମକଲା ମା’କୁ ଛାଡ଼ିଲାନି ପୁଅ। ହାଣି ଖଣ୍ଡ ଖଣ୍ଡ କରି କାଟିଦେଲା। ଏତିକିରେ ମନ ଶାନ୍ତି ହେଲାନି, ମା’ର କଟା ଖଣ୍ଡ ପାଖରେ ବସି ଗୀତ ଗାଇଲା ଅଲାଜୁକ ପୁଅ। ଛତିଶଗଡ଼ର ଜଶପୁର ଜିଲ୍ଲାରୁ ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି। କୁଙ୍କୁରି ଥାନା ଅଞ୍ଚଳର ଏକ ଗାଁରେ ଘଟିଛି ଏହି ବିଭତ୍ସ ହତ୍ୟାକାଣ୍ଡ। ଜଣେ ପୁଅ ନିଜ ମାଆଙ୍କୁ କୁରାଢ଼ିରେ ଅତି ନିର୍ମମ ଭାବେ ହତ୍ୟା କରିଛି। ମୃତକଙ୍କ ନାମ ଗୁଲା ବାଇ, ବଡ଼ ଆଶ୍ଚର୍ଯ୍ୟ କଥା କି ଅଭିଯୁକ୍ତ ନିଜେ ତାଙ୍କ ପୁଅ। ଅଭିଯୁକ୍ତ ପୁଅ ଜିତ ରାମ ଯାଦବ ବୋଲି କୁହାଯାଉଛି। ପୋଲିସ ଅଭିଯୁକ୍ତକୁ ହେପାଜତକୁ ନେଇଛି। ହତ୍ୟାର କାରଣ ତଦନ୍ତ କରାଯାଉଛି। ପୋଲିସ କହିବା ଅନୁଯାୟୀ, ଘଟଣାଟି ରବିବାର ବିଳମ୍ବିତ ସନ୍ଧ୍ୟାରେ ଘଟିଥିଲା। କୁଙ୍କୁରି ଥାନା ଅଞ୍ଚଳରେ ରହୁଥିବା ଗୁଲା ବାଇ ସବୁଦିନ ପରି ତାଙ୍କ ଘରେ କାମ କରୁଥିଲେ। ହଠାତ୍ ତାଙ୍କ ପୁଅ ଜିତ ରାମ ଯାଦବ ସେଠାରେ ପହଞ୍ଚି ତାଙ୍କ ମାଆଙ୍କୁ କୁରାଢ଼ିରେ ଆକ୍ରମଣ କରିଥିଲେ। ଆକ୍ରମଣରେ ଗୁଲା ବାଇ ଗୁରୁତର ଆହତ ହୋଇଥିଲେ ଏବଂ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା।

ଏଭଳି ହତ୍ୟାକାଣ୍ଡ ଦେଖି ଗାଁଲୋକ ତୁରନ୍ତ ପୋଲିସକୁ ଏନେଇ ଖବର ଦେଇଥିଲେ। ପୋଲିସ ଟିମ୍ ଘଟଣାସ୍ଥଳରେ ଅଭିଯୁକ୍ତ ପୁଅକୁ ଧରିବା ସହ ମୃତଦେହକୁ ପୋଷ୍ଟମର୍ଟମ ପାଇଁ ପଠାଇଥିଲେ। ଏତେ ବଡ଼ ହତ୍ୟାକାଣ୍ଡ ଘଟାଇବା ପରେ ପୁଅର ନଥିଲା ଅନୁତାବ। ଓଲଟି ମୃତଦେହ ପାଖରେ ବସି ଗୀତ ଗାଇଥିଲା ପୁଅ। ଯାହା ଲୋକେ ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ଗାଁ ଲୋକେ କହିଛନ୍ତି ଯେ ତାଙ୍କ କାର୍ଯ୍ୟ ଦେଖି ଲାଗୁଥିଲା ଯେ ତାଙ୍କୁ ତାଙ୍କ କାର୍ଯ୍ୟ ପାଇଁ କୌଣସି ଅନୁତାପ ନାହିଁ। ଅଭିଯୁକ୍ତଙ୍କ ଏହି ଅଜବ ଆଚରଣ ଦେଖି ଗାଁ ଲୋକମାନେ ସନ୍ଦେହ କରିଥିଲେ ଯେ ତାଙ୍କର ମାନସିକ ଅବସ୍ଥା ଭଲ ନଥାଇପାରେ। ପୋଲିସ ପହଞ୍ଚିବା ବେଳକୁ ଅଭିଯୁକ୍ତ ସେଠାରେ ବସି ଗୁଣୁଗୁଣୁ ହେଉଥିଲା। ପୋଲିସ ତାଙ୍କୁ ବହୁତ କଷ୍ଟରେ ନିୟନ୍ତ୍ରଣ କରିପାରିଥିଲା ଏବଂ ତାଙ୍କୁ ହେପାଜତକୁ ନେଇଥିଲା।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking