34.1 C
Bhubaneswar
Saturday, May 18, 2024
Homeଅପରାଧକୋଟାକୁ କାବୁ କରିଛି ଆତ୍ମହତ୍ୟା ମହାମାରୀ ! ପୁଣି ଜୀବନ ହାରିଲେ ୨ ଛାତ୍ର

କୋଟାକୁ କାବୁ କରିଛି ଆତ୍ମହତ୍ୟା ମହାମାରୀ ! ପୁଣି ଜୀବନ ହାରିଲେ ୨ ଛାତ୍ର

ରାଜସ୍ଥାନ : ରାଜସ୍ଥାନର କୋଟାରେ ଆଶ୍ଚର୍ଯ୍ୟ କରିଦେବା ଭଳି ଗୋଟିଏ ଘଟଣା ବାରମ୍ବାର ସାମ୍ନାକୁ ଆସୁଛି। ନିଟ ପାଇଁ ପ୍ରସ୍ତୁତ ହେଉଥିବା ଛାତ୍ରଙ୍କ ଆତ୍ମହତ୍ୟା ଯେପରି ଏକ ମହାମାରୀର ରୂପ ନେଇଛି। ଜଣେ ନୁହେଁ କି ଦୁଇ ଜଣ ନୁହେଁ, ଏଠାରେ ଏକାଧିକ ଛାତ୍ର ଆତ୍ମହତ୍ୟା କରୁଛନ୍ତି। ସେ ପୁଣି ୧୦ ରୁ ୧୫ ଦିନ ଅନ୍ତରରେ ଥରେ ଥରେ। ଗତକାଲି ପୁଣି ଦୁଇ ଜଣ ଛାତ୍ର ଆତ୍ମହତ୍ୟା କରିଥିବା ଖବର ସାମ୍ନାକୁ ଆସିଛି।ସଦ୍ୟତମ ରିପୋର୍ଟକୁ ମିଶାଇଲେ ଚଳିତ ବର୍ଷ ଏଯାବତ୍ ୨୪ ଜଣ ଛାତ୍ରଙ୍କ ଜୀବନ ଯାଇସାରିଲାଣି। ଅଗଷ୍ଟ ୧୬ରେ ମଧ୍ୟ ଏଠାରେ ଜଣେ କୋଚିଂ ନେଉଥିବା ଛାତ୍ର ଆତ୍ମହତ୍ୟା କରିଥିଲେ।  ସୂଚନା ଅନୁସାରେ, ଗତକାଲି କୋଟାର ଏକ କୋଚିଂ ସେଣ୍ଟରରେ ନିଟ ପାଇଁ ପ୍ରସ୍ତୁତ ହେଉଥିବା ଦୁଇ ଜଣ ଛାତ୍ର ଆତ୍ମହତ୍ୟା କରିଛନ୍ତି। ମୃତ ଛାତ୍ରମାନେ ହେଉଛନ୍ତି ୧୮ ବର୍ଷିୟ ଅଭିଷେକ ଶମ୍ବାଜୀ କାସଲେ ଏବଂ ଦ୍ୱିତୀୟ ବର୍ଷର ଛାତ୍ର ଆଦର୍ଶ ରାଜ। ଅଭିଷେକ କାଲି ପରୀକ୍ଷା ଦେବାର କିଛି ମିନିଟ ପରେ କୋଚିଂ ସେଣ୍ଟରର ୬ ମହଲାରୁ ଡେଇଁପଡିଥିଲେ। ଅନୁଷ୍ଠାନର କର୍ମଚାରୀମାନେ ତାଙ୍କୁ ଉଦ୍ଧାର କରି ଡାକ୍ତରଖାନା ନେବା ସମୟରେ ରାସ୍ତାରେ ତାଙ୍କର ମୃତ୍ୟୁ ଘଟିଛି।ଅଭିଷେକଙ୍କ ଘର ମହାରାଷ୍ଟ୍ରରେ ସେ ଏଠାରେ ତିନି ବର୍ଷ ଧରି ନିଟ ୟୁଜି ପାଇଁ ପ୍ରସ୍ତୁତ ହେଉଥିଲେ। ସେପଟେ ଏହି ଘଟଣାର କିଛି ଘଣ୍ଟା ପରେ ଆଉ ଜଣେ ଛାତ୍ର ଆଦର୍ଶ ରାଜ ମଧ୍ୟ ରଶି ଲଗାଇ ଆତ୍ମହତ୍ୟା କରିଛନ୍ତି। ସେ ମଧ୍ୟ ଏହି ପରୀକ୍ଷା ଦେଇଥିଲେ। ଆଦର୍ଶଙ୍କ ଘର ବିହାରରେ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking