19.1 C
Bhubaneswar
Friday, November 22, 2024
Homeଓଡିଶା ଆର୍ଟିଆଇରେ ତଥ୍ୟ ମାଗି ବାରୁ ଯୁବକ ଙ୍କ ନାମ ରେ ଥାନାରେ ଏତଲା ଦେଲା ବ୍ଲକ...

 ଆର୍ଟିଆଇରେ ତଥ୍ୟ ମାଗି ବାରୁ ଯୁବକ ଙ୍କ ନାମ ରେ ଥାନାରେ ଏତଲା ଦେଲା ବ୍ଲକ ପ୍ରଶାସନ 

    କୋରାପୁଟ(ଅଭିନାଶ ଜାନାମ) :  ଜିଲ୍ଲା ର ଲୋମତା ପୁଟ ବ୍ଲକ ରେଏଭଳି ଅପ୍ରତିକର ଘଟଣା ଘଟିଛି ତେବେ ଆସନ୍ତୁ ଦେଖିବା ସମ୍ପୂର୍ଣ୍ଣ ଘଟଣା ଟି।  କଣ ହୋଇଛି, କେମିତି ହେଲା ଏଭଳି ପରିସ୍ଥିତି ଦେଖିବାକୁ ମିଳିଛି ଲମତାପୁଟ ବ୍ଲକ  ଡାବୁଗୁଡା ପଞ୍ଚାୟତ କଡ୍ରି ଗ୍ରାମର ଜଗନ୍ନାଥ ବାଙ୍କିଆ ନାମକ ଜଣେ  ଯୁବକ ନିଜ ପଞ୍ଚାୟତ ଡ଼ାବୁଗୁଡା  ର ୨୦୦୫ରୁ ୨୦୨୦ବର୍ଷ ପର୍ଯ୍ୟନ୍ତ ହୋଇ ଥିବା  ଏମଜିଏନଆରଇଜିଏସ କାର୍ଯ୍ଯ ର ସମସ୍ତ ତଥ୍ୟ ଆର୍ ଟି ଆଇ ମାଧ୍ୟମରେ ମାଗି ଥିଲେ ।ଏଥିପାଇଁ ସେ ୩୪ ହଜାର ୫୬୮ ଟଙ୍କା ମଧ୍ୟ ଜମା କରି ଥିଲେ।ଇତି ମଧ୍ୟରେ ଏକ ମାସ ବିତିଯାଇଥିଲେ ମଧ୍ୟ ଜଗନ୍ନାଥ ଙ୍କୁ ତଥ୍ୟ ଦିଆ ଯାଇ ନ ଥିଲା।ଏନେଇ ଯୁବକ ଜଣକ ଉପରିସ୍ଥର୍କୃପକ୍ଷଙ୍କ ଦୃଷ୍ଟୀ ଅକର୍ଷଣ କରିଥିଲେ।ପରେ ଜଗନ୍ନାଥ ଙ୍କୁ  ଅଫିସ୍ କୁ ଡକାଇ କିଛି ଆବେଦନ ପେପର ରେ ଭୁଲ୍ ଅଛି ଓ ଅଫିସ୍ ରେ କର୍ମଚାରୀ ଙ୍କ ଅଭାବରୁ ଏବେ ଦେଇପରିବେନାହିଁ ବୋଲି କହିବାରୁ ଉଭୟଙ୍କ ମଧ୍ୟରେ ବଚସା ହୋଇ ଥିଲା ପରେ ମାମଲା ଯାଇ ଥାନାରେ ପହଞ୍ଚିଥିଲା।ଉଭୟ ପକ୍ଷ ରୁ ଥାନାରେ ଏତଲା ଦିଆଯାଇଥିଲା। ଯୁବକ ମାନେ ଆମର ଯଦି ଭୁଲ ଅଛି ତେବେ ଆମକୁ ଗିରଫ କର ବୋଲିି ଅଡି ବସିଥିଲେ।ଆମ ଜାତିକୁ  ନେ଼ଇ ଆକ୍ଷେପ କରାଯାଇଛି ତେଣୁ ଦୋଷୀ ମାନଙ୍କୁ ଗିରଫ କରାଯାଉ ବୋଲି ପ୍ରଶାସନ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନିଆଯାଉ ବୋଲି ଥାନା ସମ୍ମୁଖରେ ସୋଲଗାନ୍ ଦେଇ ଥିଲେ। ତା ସହିତ ବିଡିଓ ଙ୍କୁ ପ୍ରବଳ ବର୍ଷିବା ସହ ଲମତାପୁଟ ବ୍ଲକ ରୁ ଅନ୍ୟତ୍ର ବଦଳି ହେବାପରେ କୋଉ ଉଦ୍ଦେଶ୍ୟରେ ଆଉ ଥରେ ଏଠାକୁ ପୁଣି ଥରେ ଆସୁଛନ୍ତି ବୋଲି ପ୍ରଶ୍ନ କରିଥିଲେ। ବର୍ତମାନ ମହାମାରି କୋରନା  ସମୟରେ ମୁଁ ବ୍ୟାଙ୍କ ରେ ସୁନା ବନ୍ଧକ ରଖି ତଥ୍ୟ ପାଇଁ ଟଙ୍କା ଡିପୋଜିଟ କରିଛି ।ମତେ ଆପଣ କାହିଁକି ଏମିତି କଲେ ବୋଲି କାନ୍ଦି ପକାଇ ଥିଲେ ଜଗନ୍ନାଥ। ଏଥିପାଇଁ ଉଭୟ ପକ୍ଷ ଥାନାରେ ପହଞ୍ଚି ମାମଲା ର ସମାଧାନ ପାଇଁ ଚେଷ୍ଟା କରାଯାଇଥିଲା ଏହି ବୈଠକରେ ସ୍ଥାନୀୟ ଅଞ୍ଚଳ ର ବହୁ ବୁଦ୍ଧିଜୀବୀ ମାନେ ଯୋଗ ଦେଇଥିଲେ ।
କିନ୍ତୁ ସମାଧାନ ହୋଇ ପାରି ନ ଥିଲା ଯଦି .ଆର .ଟି .ଆଇ ମାଧ୍ୟମରେ ଆମକୁ ତଥ୍ୟ ଦିଆ ନ ଯାଏ ଓ ଦୋଷୀକୁ ଗିରଫ ନ କରାଯାଏ  ତାହେଲେ ଆଗାମୀ ଦିନରେ ଅଞ୍ଚଳ ର ସମସ୍ତ ଆମ ସମାଜର ବ୍ୟକ୍ତି ଆନ୍ଦୋଳନ କରିବା ସହ ବ୍ଲକ ଅଫିସ୍ କୁ  ଘେରାଉ କରାଯିବ ବୋଲି କହିବାରୁ ଲୋମତା ପୁଟ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଆର୍ ଟି ଆଇ ର ସମସ୍ତ ତଥ୍ୟ ୧୦ ଦିନ ମଧ୍ୟରେ ଦିଆଯିବ ବୋଲି ସୂଚନା ଦେଇଛନ୍ତି।
5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking