37.2 C
Bhubaneswar
Friday, April 19, 2024
Homeଓଡିଶାବିଶ୍ୱ ସାମ୍ୟବାଦୀ ଆନ୍ଦୋଳନ ର ମହାନ ନେତା କମ୍ରେଡ ଫ୍ରେଡରିକ ଏଙ୍ଗେଲସ ଙ୍କ ସ୍ମରଣ ସଭା 

ବିଶ୍ୱ ସାମ୍ୟବାଦୀ ଆନ୍ଦୋଳନ ର ମହାନ ନେତା କମ୍ରେଡ ଫ୍ରେଡରିକ ଏଙ୍ଗେଲସ ଙ୍କ ସ୍ମରଣ ସଭା 

ଯାଜପୁର : ବିଶ୍ୱ ସାମ୍ୟବାଦୀ ଆନ୍ଦୋଳନ ର ମହାନ ନେତା କମ୍ରେଡ କାର୍ଲ ମାର୍କ୍ସ ଙ୍କ ସହଯୋଦ୍ଧା, କମ୍ରେଡ ଫ୍ରେଡରିକ ଏଙ୍ଗେଲସ ଙ୍କ ସ୍ମରଣ ସଭା ଏସ ୟୁ ସି ଆଇ (କମ୍ୟୁନିଷ୍ଟ )ପକ୍ଷରୁ ସାରା ଦେଶରେ ପାଳିତ ହେଉଅଛି, ଏହି ଅବସରରେ ଆଜି ଯାଜପୁରରୋଡ କାର୍ଯ୍ୟାଳୟଠାରେ ରାଜ୍ୟ କମିଟି ସଭ୍ୟ କମ୍ରେଡ ବିଜୟାନନ୍ଦ ମଲ୍ଲିକ ଙ୍କ ସଭାପତିତ୍ୱରେ ଏକ ସ୍ମରଣ ସଭା ଅନୁଷ୍ଠିତ ହୋଇଥିଲା l ସର୍ବପ୍ରଥମେ ପାଟି ର ରକ୍ତ ପତାକା ଉତ୍ତୋଳନ କରିଥିଲେ ଯାଜପୁରରୋଡ ଇନଚାର୍ଜ କମ୍ରେଡ ସୁଧାଂଶୁ ଦାସ, ଉପସ୍ଥିତ ସମସ୍ତ ସଭ୍ୟ ଫ୍ରେଡରିକ ଏଙ୍ଗେଲସ
ଙ୍କ ଫଟୋ ଚିତ୍ରରେ ମାଲ୍ୟ ଦାନ କଲାପରେ ତାଙ୍କ ସ୍ମୃତିରେ ଲେନିନ ଙ୍କ ଶ୍ରଦ୍ଧାଞ୍ଜଳି ନିବନ୍ଧ ଟି ପାଠ କରାଯାଇଥିଲା l ଏହି କାର୍ଯ୍ୟକ୍ରମ ରେ ଏସ ୟୁ ସି ଆଇ (କମ୍ୟୁନିଷ୍ଟ ) ରାଜ୍ୟ କମିଟି ସଭ୍ୟ କମ୍ରେଡ ସୁରେଶ ପ୍ରଧାନ, କେଦାରନାଥ ସାହୁ ଜିଲ୍ଲା କମିଟି ସଭ୍ୟା ନିରୁପମା ବେହେରା, କୋରେଇ ଲୋକାଲ କମିଟି ସମ୍ପାଦକ କମ୍ରେଡ ମେଘନାଦ ମଲ୍ଲିକ, ଦାନଗଦି ଲୋକାଲ କମିଟି ସମ୍ପାଦକ କମ୍ରେଡ ବିଜୟ ଜେନା, ରାଧାକାନ୍ତ ଜେନା, ମହେଶ୍ୱର ପୃଷ୍ଟି, ଅଲେଖ ମଲ୍ଲିକ, ସନ୍ତୋଷ ସାହୁ ପ୍ରଭୃତି ଫ୍ରେଡରିକ ଏଙ୍ଗେଲସ ଙ୍କ ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଜଣାଇଥିଲେ l  ଆନ୍ତର୍ଜାତିକ ସଙ୍ଗୀତ ଗାନ ପରେ ସଭା କାର୍ଯ୍ୟ ଶେଷ ହୋଇଥିଲା l
5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking