27.1 C
Bhubaneswar
Saturday, May 24, 2025
Homeଓଡିଶାକୋରାପୁଟ କଫିକୁ ଜାତୀୟସ୍ତରର ଦୁଇଟି ଫାଇନ୍ କପ୍ ପୁରସ୍କାର

କୋରାପୁଟ କଫିକୁ ଜାତୀୟସ୍ତରର ଦୁଇଟି ଫାଇନ୍ କପ୍ ପୁରସ୍କାର

ଭୁବନେଶ୍ୱର : ଓଡ଼ିଶା ପାଇଁ ଖୁସିର ବିଷୟ। କୋରାପୁଟ କଫି ପାଇଛି ଜାତୀୟସ୍ତରର ଦୁଇଟି ଫାଇନ୍ କପ୍ ପୁରସ୍କାର। ଫ୍ଲେଭର୍ ଅଫ୍ ଇଣ୍ଡିଆ – ଦି’ ଫାଇନାଲ୍ କପ୍ ପୁରସ୍କାର-୨୦୨୪ରେ ଚତୁର୍ଥସ୍ଥାନ ହାସଲ କରିଛି। ବାଙ୍ଗାଲୋରରେ ଅନୁଷ୍ଠିତ ଇଣ୍ଡିଆ ଇଣ୍ଟର୍‌ନ୍ୟାସନାଲ୍ କଫି ଫେଷ୍ଟିଭାଲ୍‌-୨୦୨୫ରେ ଏହି ପୁରସ୍କାର ଘୋଷଣା କରାଯାଇଛି। କୋରାପୁଟ କଫି ଚାଷର ଇତିହାସ ବହୁ ପୁରୁଣା। ପ୍ରଥମେ ଜୟପୁର ମହାରାଜା ରାଜବାହାଦୁର ରାମଚନ୍ଦ୍ର ଦେଓ ୧୯୩୦ରେ କୋରାଫୁଟ୍‌ରେ କଫି ଚାଷ ଆରମ୍ଭ କରିଥିଲେ। ଜୟପୁର ଜମିଦାରୀ ଉଚ୍ଛେଦ ପରେ ଏହା ପ୍ରାୟ ବନ୍ଦ ହୋଇଯାଇଥିଲା। ୨୦୧୭ରେ ଜିଲ୍ଲା ପ୍ରଶାସନ କଫି ଡେଭ୍‌ଲପ୍‌ମେଣ୍ଟ ଟ୍ରଷ୍ଟ ଗଠନ କରି କୋରାପୁଟକୁ କଫି କେନ୍ଦ୍ର କରିବାକୁ ପ୍ରୟାସ ଜାରି ରଖିଛି। ଏବେ କୋରାପୁଟରେ ପାଖାପାଖି ୪ ହଜାର ହେକ୍ଟର୍ ଜମିରେ କଫି ଚାଷ କରାଯାଉଛି। ଆଦିବାସୀ ଉନ୍ନୟନ ସମବାୟ ନିଗମ ଓଡ଼ିଶା ଲିମିଟେଡ୍ (ଟିଡିସିସିଓଏଲ୍‌)ର ନିରନ୍ତର ପ୍ରୟାସ ଯୋଗୁ ଏହି ବିରଳ ସଫଳତା ମିଳିଛି। କୋରାପୁଟ୍ ଜିଲ୍ଲାର ଆଦିବାସୀ ଚାଷୀଙ୍କ ଦ୍ୱାରା ପାଚିଲା କଫି ଚେରି ଅମଳ କରିବା ଠାରୁ ଅମଳ ପରବର୍ତ୍ତୀ ପ୍ରକ୍ରିୟାକରଣ ଓ ବିପଣନ ପରିଚାଳନା ପର୍ଯ୍ୟନ୍ତ ସବୁଥିରେ ଉକ୍ତ ସଂସ୍ଥା ସଂଶ୍ଲିଷ୍ଟ ରହି ପ୍ରଶଂସାହ କାର୍ଯ୍ୟ କରିଛି।
ରାଜ୍ୟ ସରକାର ଚଳିତବର୍ଷ କଫି ମିଶନ ଘୋଷଣା କରିବା ପରେ ଓଡ଼ିଶା ସରକାରଙ୍କ ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ଉନ୍ନୟନ ବିଭାଗ ଏବଂ କୃଷି ବିଭାଗ କଫିଚାଷକୁ ରାୟଗଡ଼ା, ଗଜପତି, କଳାହାଣ୍ଡି, କନ୍ଧମାଳ ଓ କେନ୍ଦୁଝରକୁ ବିସ୍ତାର କରି ଆଗାମୀ ୫ ବର୍ଷ ମଧ୍ୟରେ ଉତ୍ପାଦନ ୧୦ଗୁଣ ବୃଦ୍ଧି କରିବାକୁ ଯୋଜନା କରିଛନ୍ତି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking