36.1 C
Bhubaneswar
Sunday, May 19, 2024
Homeଦେଶ ବିଦେଶଜି-୨୦ରେ ସ୍ୱାଗତ ସ୍ଥଳର ଶୋଭାବର୍ଦ୍ଧନ କରିଛି କୋଣାର୍କ ଚକ୍ର

ଜି-୨୦ରେ ସ୍ୱାଗତ ସ୍ଥଳର ଶୋଭାବର୍ଦ୍ଧନ କରିଛି କୋଣାର୍କ ଚକ୍ର

ନୂଆଦିଲ୍ଲୀ : ଭାରତ ମଣ୍ଡପମ୍‌‌ ସ୍ୱାଗତ ସ୍ଥଳର ଶୋଭାବର୍ଦ୍ଧନ କରିଛି ଓଡ଼ିଶାର ପ୍ରସିଦ୍ଧ କୋଣାର୍କ ଚକ୍ର । ଶନିବାର  ଜି-୨୦ ଶିଖର ସମ୍ମିଳନୀକୁ ଆସିଥିବା ସମସ୍ତ ରାଷ୍ଟ୍ରର ମୁଖ୍ୟ ଓ ଯୋଗଦେଇଥିବା ସମସ୍ତ ପ୍ରତିନିଧିଙ୍କୁ ଏହି କୋଣାର୍କ ଚକ୍ର ସମ୍ମୁଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସ୍ୱାଗତ କରିଛନ୍ତି । ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନଙ୍କୁ କୋଣାର୍କ ଚକ୍ର ଦେଖାଇ ପ୍ରଧାନମନ୍ତ୍ରୀ ଏହାର ବୈଶିଷ୍ଟ୍ୟତା ସମ୍ପର୍କରେ ଅବଗତ କରାଇଥିଲେ। ତେବେ  ଜି-୨୦ ରେ ଓଡ଼ିଶାର କାଳଜୟୀ ଆଶ୍ଚର୍ଯ୍ୟ – କୋଣାର୍କ ଚକ୍ର ସ୍ୱାଗତର ପ୍ରତିବିମ୍ବ ହେବା ଖୁସିର ବିଷୟ ବୋଲି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି । ଟ୍ବିଟ କରି ଶ୍ରୀ ପ୍ରଧାନ କହିଛନ୍ତି, ସମସ୍ତ ଭାରତୀୟ ବିଶେଷ ଭାବରେ ଆମ ଓଡ଼ିଆ ଭାଇ ଭଉଣୀଙ୍କ ପାଇଁ ଏକ ଗର୍ବର ମୁହୂର୍ତ୍ତ । ଭାରତର ସଭ୍ୟତା, ସଂସ୍କୃତି ଏବଂ ସ୍ଥାପତ୍ୟ ଓ ଉତ୍କର୍ଷତାର ପ୍ରତୀକ କୋଣାର୍କ ଚକ୍ର ନିରନ୍ତରତା ଓ ପ୍ରଗତିର ପ୍ରତିଫଳକ ବୋଲି ସେ ବର୍ଣ୍ଣନା କରିଛନ୍ତି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking