26.1 C
Bhubaneswar
Tuesday, September 17, 2024
Homeଦେଶ ବିଦେଶକୋଲକାତା ଦେଶର ସବୁଠୁ ସୁରକ୍ଷିତ ସହର; ଏନ୍‌ସିଆର୍‌ବି ରିପୋର୍ଟ

କୋଲକାତା ଦେଶର ସବୁଠୁ ସୁରକ୍ଷିତ ସହର; ଏନ୍‌ସିଆର୍‌ବି ରିପୋର୍ଟ

କୋଲକାତା : କ୍ରମାଗତ ତୃତୀୟ ବର୍ଷ ଧରି ପଶ୍ଚିମବଙ୍ଗର ରାଜଧାନୀ କୋଲକାତା ଦେଶର ସବୁଠାରୁ ସୁରକ୍ଷିତ ସହରଭାବେ ମାନ୍ୟତାଲାଭ କରିଛି । ନିକଟରେ ଏନ୍‌ସିଆର୍‌ବି (ନ୍ୟାସନାଲ କ୍ରାଇମ୍ ରେକର୍ଡସ ବ୍ୟୁରୋ) ପକ୍ଷରୁ ପ୍ରକାଶିତ ରିପୋର୍ଟରେ କୋଲକାତାକୁ ଏହି ଖ୍ୟାତି ମିଳିଛି । ଦେଶର ଅନ୍ୟ ମେଟ୍ରୋ ସହର ତୁଳନାରେ କୋଲକାତାରେ ସବୁଠାରୁ କମ୍ ଧର୍ତ୍ତବ୍ୟ ଅପରାଧ ଘଟୁଛି ବୋଲି ରିପୋର୍ଟରେ ଉଲ୍ଲେଖ କରାଯାଇଛି । ଏନ୍‌ସିଆର୍‌ବି ରିପୋର୍ଟ ଅନୁଯାୟୀ ୨୦୨୨ରେ କୋଲକାତାରେ ପ୍ରତି ୧ ଲକ୍ଷ ଜନସଂଖ୍ୟାରେ ମାତ୍ର ୮୬.୫ ଧର୍ତ୍ତବ୍ୟ ଅପରାଧ ଘଟିଛି । କୋଲକାତା ପଛକୁ ସୁରକ୍ଷିତ ସହର ତାଲିକାରେ ପୁଣେ (ମହାରାଷ୍ଟ୍ର) ଓ ହାଇଦ୍ରାବାଦ (ତେଲେଙ୍ଗାନା) ଯଥାକ୍ରମେ ଦ୍ୱିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଛନ୍ତି ।

ଧର୍ତ୍ତବ୍ୟ ଅପରାଧ ପ୍ରସଙ୍ଗରେ ପୁଣେ ୨୮୦.୭ ଏବଂ ହାଇଦ୍ରାବାଦ ୨୯୯.୨ ଅଙ୍କ ହାସଲ କରିଛନ୍ତି । ସୂଚନାଯୋଗ୍ୟ ଭାରରତୀୟ ପିଙ୍ଗଳ କୋଡ୍ ଏବଂ ସ୍ପେଶାଲ ଆଣ୍ଡ୍ ଲୋକାଲ ଲ’ ଅନଯାୟୀ ପଞ୍ଜିକୃତ ହୋଇଥିବା ମାମଲାଗୁଡିକୁ ଧର୍ତ୍ତବ୍ୟ ଅପରାଧ ବୋଲି ବିିବେଚନା କରାଯ ।ଇଥାଏ । ୨୦୨୧ରେ କୋଲକାତାର ଧର୍ତ୍ତବ୍ୟ ଅପରାଧ ରେକର୍ଡ ୧୦୩.୪ ଥିବାବେଳେ ୨୦୨୨ରେ ଏହା ୮୬.୫କୁ ହ୍ରାସ ପାଇଛି । ୨୦ ଲକ୍ଷ କିମ୍ବା ତଦୁର୍ଦ୍ଧ୍ୱ ଜନସଂଖ୍ୟା ବିଶିଷ୍ଟ ଭାରତର ୧୯ଟି ସହରକୁ ଏନ୍‌ସିଆର୍‌ବି ପକ୍ଷରୁ ସର୍ଭେ କରାଯାଇ ଏହି ରିପୋର୍ଟ ପ୍ରସ୍ତୁତ କରାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking