ନୂଆଦିଲ୍ଲୀ : ଆଜି ସାଧାରଣତନ୍ତ୍ର ଦିବସ ବା ଗଣତନ୍ତ୍ର ଦିବସ । ଆମ ରାଷ୍ଟ୍ର ଉଦ୍ଦେଶ୍ୟରେ ରାଷ୍ଟ୍ରୀୟ ପର୍ବ ବୋଲି ମଧ୍ୟ କହିଥାଉ । ଜାନୁଆରୀ ୨୬ରେ ପାଳନ କରାଯାଏ ଏହି ମହାନ ଦିବସ । ପ୍ରତିଟି ଭାରତୀୟଙ୍କ ପାଇଁ ଆଜିର ଦିନ ବେଶ ଗୁରୁତ୍ୱପୂର୍ଣ୍ଣ। କିନ୍ତୁ ଏହି ଦିବସ ପଛର କାରଣ କଣ ଆପଣ ଜାଣିଛନ୍ତି କି । ସାରା ଦେଶ ପାଳନ କରିବାକୁ ଯାଉଛି ଗଣତନ୍ତ୍ର ଦିବସ । ଆଜିର ଦିନ ଆମ ଭାରତବର୍ଷ ପାଇଁ ଏକ ମହାନ ଦିନ । ୧୯୫୦ ଜାନୁଆରୀ ୨୬ ତାରିଖରେ ଆମ ଦେଶର ସମ୍ବିଧାନ ପ୍ରଣୟନ ହୋଇଥିଲା । ବ୍ରିଟିଶ ସାମ୍ବିଧାନିକ ବ୍ୟବସ୍ଥାର ଅବସାନ ହୋଇ ଭାରତ ଏକ ସାର୍ବ ଭୌମତ୍ୱ ଗଣତନ୍ତ୍ର ରାଷ୍ଟ୍ର ଲିଖିତ ସାମ୍ବିଧାନିକ ବ୍ୟବସ୍ଥା କାର୍ଯ୍ୟକାରୀ କରିଥିଲା । ଏହି ଦିନକୁ ସମ୍ମାନ ଜଣାଇ ଆମେ ପ୍ରତିବର୍ଷ ଜାନୁଆରୀ ୨୬ ତାରିଖରେ ସାଧାରଣ ତନ୍ତ୍ର ଦିବସ ବା ଗଣତନ୍ତ୍ର ଦିବସ ପାଳନ କରୁ । ଦେଶର ସମସ୍ତ ସ୍କୁଲ , ଅଫିସ , ସରକାରୀ ଓ ବେସରକାରୀ କାଯ୍ୟାଳୟରେ ଜାତୀୟପତାକା ଉତ୍ତୋଳନ କରାଯାଏ । ଦୀର୍ଘଦିନ ଭାରତ ବ୍ରିଟିଶ ଶାସନାଧିନ ରହିବା ପରେ ସାରା ଦେଶରେ ଜନ ଆନ୍ଦୋଳନ ଆରମ୍ଭ ହୋଇଥିଲା । ଅନେକ ସ୍ୱାଧିନତା ସଂଗ୍ରାମୀ ପ୍ରାଣବଳି ଦେଲେ ଏବଂ ଫାଶୀ ଖୁଣ୍ଟରେ ଝୁଲିଲେ । ଶେଶରେ ୧୯୪୭ ଅଗଷ୍ଟ ୧୫ ତାରିଖରେ ବ୍ରିଟିଶ ଶାସନରୁ ଭାରତ ମୁକ୍ତ ହେଲା । ଭାରତବାସୀ ସ୍ୱାଧିନତା ପାଇଲେ ।