26.1 C
Bhubaneswar
Tuesday, September 17, 2024
Homeସ୍ୱାସ୍ଥ୍ୟପିଲାଙ୍କର ରୋଗ ପ୍ରତିରୋଧକ ଶକ୍ତି ବଢାଏ ଏହି ଖାଦ୍ୟ ଜାଣନ୍ତୁ…

ପିଲାଙ୍କର ରୋଗ ପ୍ରତିରୋଧକ ଶକ୍ତି ବଢାଏ ଏହି ଖାଦ୍ୟ ଜାଣନ୍ତୁ…

ବ୍ୟୁରୋ : ଯେଉଁମାନଙ୍କ ରୋଗ ପ୍ରତିରୋଧକ ଶକ୍ତି କମ୍‌ ସେମାନେ ବିଭିନ୍ନ ରୋଗର ସମ୍ମୁଖିନ ହୋଇଥାନ୍ତି । ଶିଶୁମାନଙ୍କର ରୋଗ ପ୍ରତିରୋଧକ ଶକ୍ତି କମ୍‌ ଥିବାରୁ ଏହି ସମୟରେ ସେମାନଙ୍କୁ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରାଉଥିବା ଖାଦ୍ୟ ଖାଇବାକୁ ଦେବା ଆବଶ୍ୟକ। ଏହା କରିବା ଦ୍ୱାରା ତାଙ୍କ ଶରୀରର ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇବ ଏବଂ ସହଜରେ ତାଙ୍କୁ କୌଣସି ରୋଗର ଶିକାର ହେବାକୁ ପଡିବ ନାହିଁ।

ଲାଲ ସିମଲା ମିର୍ଚ୍ଚି- ଏଥିରେ ଦୁଇଗୁଣ ଭିଟାମିନ୍ ସି ରହିଥାଏ । ଏଥିରୁ ପ୍ରଚୁର ପରିମାଣର ବିଟା କାରୋଟିନର ମଧ୍ୟ ମିଳିଥାଏ। ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇବା ବ୍ୟତୀତ ଭିଟାମିନ୍ ସି ଚର୍ମକୁ ସୁସ୍ଥ ରଖିବାରେ ସାହାଯ୍ୟ କରିଥାଏ।

ଦହି: ଦହି ଖାଇବା ଦ୍ୱାରା ଶରୀରର ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ହୋଇଥାଏ। ଶରୀରକୁ ଶୀଘ୍ର ଶକ୍ତି ଦେବା ପାଇଁ ଏହା କାମ କରେ। ବ୍ୟାୟାମ ପରେ, ଅନେକ ଲୋକ ଏହାକୁ ନିୟମିତ ଖାଦ୍ୟରେ ମଧ୍ୟ ଗ୍ରହଣ କରନ୍ତି ।

ଡାଲି ଜାତୀୟ ଖାଦ୍ୟ: ପିଲାମାନଙ୍କର ଖାଦ୍ୟରେ ବିଭିନ୍ନ ପ୍ରକାରର ଡାଲି ଜାତୀୟ ଖାଦ୍ୟ ସାମିଲ  କରିବା ଦରକାର। ଏଥିସହିତ ବିଭିନ୍ନ ପନିପରିବା ମଧ୍ୟ ଅନ୍ତର୍ଭୂକ୍ତ କରାଯିବା ଆବଶ୍ୟକ ।  ଏହି ଖାଦ୍ୟ ଶରୀରରେ ପ୍ରୋଟିନର ଅଭାବ ପୂରଣ କରିବା ସହିତ ରୋଗ ପ୍ରତିରୋଧକ ଶକ୍ତିରେ ମଧ୍ୟ ଉନ୍ନତି ଆଣେ।

ଖଟା ଜୀତୀୟ ଫଳ: ଅଧିକାଂଶ ସମୟରେ ଡାକ୍ତର ଖଟା ଜାତୀୟ ଫଳ ଖାଇବାକୁ ପରାମର୍ଶ ଦିଅନ୍ତି। ଏଥିରେ ଭିଟାମିନ୍‌ ସି ଥାଏ। ଏହା  ରୋଗ ପ୍ରତିରୋଧକ ଶକ୍ତି  ବୃଦ୍ଧି କରିଥାଏ। ସେଥିପାଇଁ ପିଲାଙ୍କୁ ଅଙ୍ଗୁର, କମଳା, ଲେମ୍ବୁ ଆଦି ଖାଇବାକୁ ଦିଅନ୍ତୁ।

ମାଛ, ମାଂସ: ସବୁଜ ପନିପରିବା ଖାଇବା ଦ୍ୱାରା ଆପଣଙ୍କ ପିଲା ଅନେକ ଭିଟାମିନ୍ ଏବଂ ମିନେରାଲ୍ସ ପାଇଥାଏ, କିନ୍ତୁ ତାଙ୍କ ଶରୀର ଦରକାର ହେଉଥିବା ପାଇଁ କିଛି ପୋଷକ ତତ୍ତ୍ୱ କେବଳ ମାଛ, ମାଂସରେ ଥାଏ । ପ୍ରୋଟିନ୍, ଆଇରନ୍ ଅଭାବକୁ ପୂରଣ କରିବା ପାଇଁ ସେମାନଙ୍କ ଖାଦ୍ୟରେ ମାଛ, ମାଂସ ସାମିଲ କରନ୍ତୁ ।

ବାଦାମ: ଥଣ୍ଡାକୁ ରୋକିବା ପାଇଁ ଶରୀରରେ ଭିଟାମିନ୍ ଇ ରହିବା ଅତ୍ୟନ୍ତ ଜରୁରୀ ।ଭିଟାମିନ୍ ଇ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରେ। ବାଦାମରୁ ଭିଟାମିନ୍ ଇ ମିଳିଥାଏ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking