27.1 C
Bhubaneswar
Saturday, June 22, 2024
Homeଓଡିଶାଜାଣନ୍ତୁ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜଙ୍କୁ

ଜାଣନ୍ତୁ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜଙ୍କୁ

ଭୁବନେଶ୍ୱର : ଧାମନଗରର ବିଜେପି ବିଧାୟକ ସୂର୍ଯ୍ୟବଂଶୀ ସୂରଜ । ପୂର୍ବତନ ବିଧାୟକ ବିଷ୍ଣୁଚରଣ ସେଠୀଙ୍କ ପୁଅ । ଭଦ୍ରକ ଜିଲ୍ଲା ଧାମନଗର ବିଧାୟକ ସୂର୍ଯ୍ୟବଂଶୀ ସୂରଜ ସ୍ଥିତପ୍ରଜ୍ଞ ଓଡ଼ିଶାର ସର୍ବକନିଷ୍ଠ ରାଷ୍ଟ୍ରମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି। ସୂର୍ଯ୍ୟବଂଶୀ ସୂରଜ ହେଉଛନ୍ତି ଧାମନଗରର ପୂର୍ବତନ ବିଧାୟକ ସ୍ୱର୍ଗତ ବିଷ୍ଣୁ ସେଠୀଙ୍କ ଏକମାତ୍ର ପୁତ୍ର। ପିତା ବିଷ୍ଣୁଙ୍କ ଅକାଳ ବିୟୋଗ ପରେ ସେ ସକ୍ରିୟ ରାଜନୀତିକୁ ଆସିଥିଲେ। ଭଦ୍ରକ ନୂଆବଜାର ମଞ୍ଜୁରୀ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରରୁ ପ୍ରାଥମିକ ଓ ହାଇସ୍କୁଲ ଶିକ୍ଷା ପରେ ଭୁବନେଶ୍ୱରର ଏକ ଘରୋଇ ଶିକ୍ଷାନୁଷ୍ଠାନରେ ବି.ଟେକ୍‌ କରିଥିଲେ ସୂରଜ। ସେ ଆଇନ ଶିକ୍ଷାରେ ସ୍ନାତକ ମଧ୍ୟ କରିଛନ୍ତି। ସୁଦୂର ବେଲଜିୟମରେ ଚାକିରି ଛାଡ଼ି ହାଇଦ୍ରାବାଦର ଏକ ପ୍ରତିଷ୍ଠିତ କମ୍ପାନିରେ ସିଭିଲ ଇଞ୍ଜିନିୟର ଓ ପରେ ଧାମରା ବନ୍ଦରରେ ଯନ୍ତ୍ରୀ ଭାବେ କାର୍ଯ୍ୟ କରିଥିଲେ। ରାଜନୀତି କ୍ଷେତ୍ରରେ ବାପାଙ୍କୁ ସହାୟତା କରିବା ପାଇଁ ସେ ଚାକିରି ଛାଡ଼ି ଦେଇଥିଲେ। ପିତା ବିଷ୍ଣୁଙ୍କ ବିୟୋଗ ପରେ ୨୦୨୨ ନଭେମ୍ବରରେ ଧାମନଗର ବିଧାନସଭା ଆସନ ପାଇଁ ହୋଇଥିବା ଉପନିର୍ବାଚନରେ ସେ ବିଜେଡିର ଅବନ୍ତୀ ଦାସଙ୍କୁ ପରାସ୍ତ କରିଥିଲେ। ମାତ୍ର ୨୭ ବର୍ଷ ବୟସରେ ନିର୍ବାଚିତ ହୋଇ ବିଧାନସଭାର ସର୍ବକନିଷ୍ଠ ବିଧାୟକ ବିବେଚିତ ହୋଇଥିଲେ। ଚଳିତ ନିର୍ବାଚନରେ ସେ ବିଜେଡି ପ୍ରାର୍ଥୀ ଡାକ୍ତର ସଞ୍ଜୟ କୁମାର ଦାସଙ୍କୁ ୮୦୯୫ ଭୋଟ୍‌ରେ ପରାସ୍ତ କରି ଦ୍ବିତୀୟଥର ପାଇଁ ବିଧାନସଭାକୁ ନିର୍ବାଚିତ ହୋଇଛନ୍ତି। ବିଭିନ୍ନ ପ୍ରସଙ୍ଗରେ ସରକାରଙ୍କୁ କାଠଗଡ଼ାରେ ଛିଡ଼ା କରୁଥିବା ସୂରଜ ନିଜର ନେତୃତ୍ବ ଦକ୍ଷତା ଓ ବାକ୍‌ପଟୁତା ପାଇଁ ବେଶ୍‌ ଜଣାଶୁଣା। ମନ୍ତ୍ରୀ ହେବାପରେ ଜନ୍ମମାଟି ତିହିଡ଼ି ବ୍ଲକ୍‌ ଭାଟପଡା ପଞ୍ଚାୟତ ମଙ୍ଗରାଜପୁର ଗାଁ ସମେତ ଭଦ୍ରକ ଜିଲ୍ଲାରେ ଖୁସିର ଲହରି ଖେଳିଯାଇଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking