28.1 C
Bhubaneswar
Friday, June 21, 2024
Homeଓଡିଶାଜାଣନ୍ତୁ ମନ୍ତ୍ରୀ ପ୍ରଦୀପ ବଳସାମନ୍ତଙ୍କୁ

ଜାଣନ୍ତୁ ମନ୍ତ୍ରୀ ପ୍ରଦୀପ ବଳସାମନ୍ତଙ୍କୁ

ଭୁବନେଶ୍ୱର : ସୁକିନ୍ଦା ବିଜେପିର ଜଣେ ଜଣାଶୁଣା ଚେହେରା ହେଉଛନ୍ତି ପ୍ରଦୀପ ବଳସାମନ୍ତ । ବିଜେପିରୁ ପ୍ରଦୀପ ବଳସାମନ୍ତ ଏଠାରୁ ପ୍ରଥମଥର ପାଇଁ ବିଧାୟକ ଭାବେ ବିଜୟୀ ହେବାପରେ ଆଜି ତାଙ୍କୁ ବୋନସ୍‌ ଭାବେ ରାଷ୍ଟ୍ରମନ୍ତ୍ରୀ (ସ୍ବାଧୀନ ପାହ୍ୟା) ପଦ ମିଳିଛି। ରାଷ୍ଟ୍ରମନ୍ତ୍ରୀ ପଦ ପାଇଥିବା ପ୍ରଦୀପ ବଳସାମନ୍ତଙ୍କ ଘର ସୁକିନ୍ଦାରେ। ତାଙ୍କ ପିତା ହେଉଛନ୍ତି ସ୍ବର୍ଗତ ନବଘନ ବଳସାମନ୍ତ। ସୁକିନ୍ଦାଗଡ଼ର ଜମିଦାର ପରିବାରରେ ତାଙ୍କର ଜନ୍ମ। ସାହସିକତା ପାଇଁ ସୁକିନ୍ଦାର ତତ୍‌କାଳୀନ ରାଜା ତାଙ୍କ ପରିବାରକୁ ବଳସାମନ୍ତ ଉପାଧି ଦେଇଥିଲେ। ପ୍ରଦୀପଙ୍କ ଜେଜେବାପା ସ୍ବର୍ଗତ ରଘୁନାଥ ବଳ ଜମିଦାର ପ୍ରଥା ଉଚ୍ଛେଦ ପରେ ସେଠାକାର ପ୍ରଥମ ସରପଞ୍ଚ ରୂପେ ନିର୍ବାଚିତ ହୋଇଥିଲେ। ଦୀର୍ଘ ୨୫ ବର୍ଷ ହେଲା ପ୍ରଦୀପ ଓ ତାଙ୍କ ସାନଭାଇ ରମଣିରଞ୍ଜନ ସୁକିନ୍ଦା ଅଞ୍ଚଳର ପ୍ରତ୍ୟକ୍ଷ ରାଜନୀତି ସହ ଜଡ଼ିତ ଅଛନ୍ତି। ରମଣିରଞ୍ଜନ ୨୦୦୨-୨୦୦୭ ପର୍ଯ୍ୟନ୍ତ ୩୮ ନମ୍ବର ଜୋନ୍‌ର ଜିଲ୍ଲା ପରିଷଦ ସଭ୍ୟ ରହିଥିଲେ। ୨୦୧୪ରେ ପ୍ରଦୀପ ସୁକିନ୍ଦା ଆସନରୁ ସ୍ବାଧୀନ ପ୍ରାର୍ଥୀ ହୋଇ ପରାସ୍ତ ହୋଇଥିଲେ। ଏହାପରେ ୨୦୧୯ରେ ବିଜେପି ପ୍ରାର୍ଥୀ ହୋଇ ପରାଜିତ ହୋଇଥିଲେ। ଦୁଇଥର ହାରିବା ପରେ ବି ପ୍ରଦୀପ ହାର୍ ମାନିନଥିଲେ। ସୁକିନ୍ଦା ଅଞ୍ଚଳରେ ଲୋକଙ୍କ ପାଇଁ କାମ କରି ସେ ଲୋକପ୍ରିୟ ହୋଇପାରିଥିଲେ। ନୂତନ ଭାବେ ମନ୍ତ୍ରୀପଦ ପାଇଥିବା ପ୍ରଦୀପ ବଳସାମନ୍ତ ୧୯୭୩ରେ ସୁକିନ୍ଦା ଜଗନ୍ନାଥ ହାଇସ୍କୁଲରୁ ମାଟ୍ରିକ ପାସ୍‌ କରିଛନ୍ତି। ୨୦୦୮ରେ ସେ କଲମ୍ବୋ ଅନ୍ତର୍ଜାତୀୟ ବିଶ୍ବବିଦ୍ୟାଳୟରୁ ପିଏଚ୍‌ଡି ଡିଗ୍ରି ହାସଲ କରିଛନ୍ତି।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking