27.1 C
Bhubaneswar
Saturday, June 22, 2024
Homeଓଡିଶାଜାଣନ୍ତୁ ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ବାଇଁଙ୍କୁ

ଜାଣନ୍ତୁ ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ବାଇଁଙ୍କୁ

ଭୁବନେଶ୍ୱର : ସମାଜସେବୀରୁ ବିଧାୟକ, ବିଧାୟକ ହେଉହେଉ ପୁଣି ମିଳିଲା ମନ୍ତ୍ରୀ ପଦ। ଜଗତସିଂହପୁର ଜିଲ୍ଲାର ଚର୍ଚ୍ଚିତ ବିଧାନସଭା ଆସନ ପାରାଦୀପରୁ ପ୍ରଥମଥର ପାଇଁ ନିର୍ବାଚିତ ହୋଇଥିବା ଯୁବ ନେତା ସମ୍ପଦ ଚନ୍ଦ୍ର ସ୍ବାଇଁଙ୍କୁ ମିଳିଛି ମନ୍ତ୍ରୀ ପଦ । ରାଜ୍ୟ ମନ୍ତ୍ରିମଣ୍ଡଳରେ ରାଷ୍ଟ୍ର ମନ୍ତ୍ରୀ(ସ୍ବାଧୀନ) ଭାବେ ସମ୍ପଦ ଶପଥ ଗ୍ରହଣ କରିଛନ୍ତି। ପାରାଦୀପ ରଙ୍ଗିଆଗଡ଼ର ବାସିନ୍ଦା ୩୮ ବର୍ଷୀୟ ସମ୍ପଦ ସ୍ବାଇଁ ୨୦୦୯ରେ ଏମବିଏମରେ ଡିଗ୍ରି ହାସଲ କରିବାପରେ କିଛିଦିନ ଚାକିରି କରିଥିଲେ। ପରେ ପାରାଦୀପ ଫେରି ପରିବାରର ବ୍ୟବସାୟ ବୁଝିଥିଲେ। ପାରାଦୀପର ବିଭିନ୍ନ ଅଞ୍ଚଳ ବୁଲିବା ସମୟରେ ସାଧାରଣ, ଗରିବ, ଖଟିଖିଆଙ୍କ ସମସ୍ୟା ଦେଖି ରାଜନୀତିକୁ ଆସିବାକୁ ନିଷ୍ପତ୍ତି ନେଇଥିଲେ। ଉଦ୍ୟୋଗପତି ନିର୍ମଳ କୁମାର ୱାଇଁଙ୍କ ପୁଅ ସମ୍ପଦ ୨୦୧୯ରେ ବିଜେପିରୁ ଟିକଟ ପାଇ ଲଢିଥିଲେ । ହେଲେ ହାରିଯାଇଥିଲେ। ସେହି ନିର୍ବାଚନରେ ତୃତୀୟ ସ୍ଥାନରେ ରହିଥିଲେ ବି ସମାଜସେବାରୁ ନିବୃତ୍ତ ହୋଇ ନ ଥିଲେ। ମୋ ପରିବାର ନାରା ଦେଇ ପ୍ରତି ଘରେ ପହଞ୍ଚି ପାରିଥିଲେ। ଚଳିତଥର ପୁନର୍ବାର ତାଙ୍କ ଉପରେ ଭରସା କରିଥିଲା ପଦ୍ମ ଦଳ। ହେଲେ ଏଥରକ ବାଜି ମାରିନେଇଥିଲେ ସମ୍ପଦ। ୩୮ବର୍ଷୀୟ ସମ୍ପଦ ମୋଟ ୮୪ହଜାର ୫୧୮ ଭୋଟ୍ ପାଇଥିଲେ । ନିକଟତମ ପ୍ରତିଦ୍ଵନ୍ଦୀ ଗୀତାଞ୍ଜଳୀ ରାଉତରାୟଙ୍କୁ ହରାଇ ସମ୍ପଦ ପ୍ରଥମଥର ବିଧାୟକ ପାଲଟିଥିଲେ । ଦୀର୍ଘ ୮ ବର୍ଷ ପରେ ପାରାଦୀପକୁ ପୁଣି ମନ୍ତ୍ରୀ ପଦ ମିଳିଛି।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking