34.1 C
Bhubaneswar
Saturday, May 18, 2024
Homeଅପରାଧସାଙ୍ଗ ସାଙ୍ଗଙ୍କ ମଧ୍ୟରେ ସାମାନ୍ୟ ଯୁକ୍ତିତର୍କରୁ ହତ୍ୟା

ସାଙ୍ଗ ସାଙ୍ଗଙ୍କ ମଧ୍ୟରେ ସାମାନ୍ୟ ଯୁକ୍ତିତର୍କରୁ ହତ୍ୟା

ଲକ୍ଷ୍ନୌ: ସାଙ୍ଗ ସାଙ୍ଗଙ୍କ ମଧ୍ୟରେ ସାମାନ୍ୟ ଯୁକ୍ତିତର୍କରୁ ହତ୍ୟା। କୌଣସି ଏକ ପ୍ରସଙ୍ଗକୁ ନେଇ କିଛି ସାଙ୍ଗଙ୍କ ମଧ୍ୟରେ ଯୁକ୍ତି ହୋଇଥିଲା। ଜଣେ ଗୋଟେ କଥା କହୁଥିବା ବେଳେ ଆଉ ଜଣେ ଆଉ ଗୋଟେ କଥା କହୁଥିଲା। ଏହାକୁ ନେଇ ୧୦ ଜଣ ସାଙ୍ଗ ଏକାଠି ହୋଇ ଜଣେ ଛାତ୍ରକୁ ପିଟିପିଟି ହତ୍ୟା କରିଛନ୍ତି। ଉତ୍ତର ପ୍ରଦେଶର ପ୍ରୟାଗରାଜରେ ଘଟିଛି ଏପରି ଜଘନ୍ୟ ହତ୍ୟାକାଣ୍ଡ।

ମୃତ ଛାତ୍ର ଜଣକ ସ୍ଥାନୀୟ ଅଞ୍ଚଳର ଏକ ସ୍କୁଲରେ ଦଶମ ଶ୍ରେଣୀରେ ପଢୁଥିଲେ। ସେ ଗତକାଲି ତାଙ୍କ ଭଉଣୀକୁ ନେଇ ସ୍କୁଲ୍ ଆସିଥିଲେ। ତାଙ୍କ ଭଉଣୀ ମଧ୍ୟ ସେହି ସ୍କୁଲରେ ନବମ ଶ୍ରେଣୀରେ ପଢୁଥିଲେ। କ୍ଲାସରେ ପାଠ ପଢା ସମୟରେ କୌଣସି ଏକ ବିଷୟକୁ ନେଇ ସାଙ୍ଗ ସାଙ୍ଗଙ୍କ ମଧ୍ୟରେ ଯୁକ୍ତି ତର୍କ ହୋଇଥିଲା। ଜଣେ ଗୋଟେ କଥା କହୁଥିବା ବେଳେ ଆଉ ଜଣେ ସାଙ୍ଗ ଆଉ ଗୋଟେ କଥା କହୁଥିଲା। ଏହାକୁ ନେଇ ହାତାହାତି ମଧ୍ୟ ହୋଇଯାଇଥିଲେ। ଶିକ୍ଷକ ଜାଣିବା ପରେ ଶ୍ରେଣୀଗୃହକୁ ଆସି ପିଲାମାନଙ୍କୁ ବୁଝାସୁଝା କରିଥିଲେ।

ଏହା ପରେ ସ୍କୁଲ୍ ଛୁଟି ହେବା ପରେ ଛାତ୍ର ଜଣକ ତାଙ୍କ ଭଉଣୀକୁ ସାଙ୍ଗରେ ନେଇ ଘରକୁ ଫେରୁଥିଲେ। ଏହି ସମୟରେ ଅନ୍ୟ ୧୦ ଛାତ୍ର ତାଙ୍କ ଭଉଣୀଙ୍କୁ ଅଶାଳୀନ ବ୍ୟବହାର କରିଥିଲେ। ଫଳରେ ଛାତ୍ର ଜଣକ ରାଗିଯାଇ ପ୍ରତିକ୍ରିୟାଶୀଳ ହୋଇ ଉଠିଥିଲେ। ସେମାନଙ୍କ ପାଖକୁ ଯାଇ ଗାଳି ଗୁଲଜ କରିବାରୁ ଅନ୍ୟ ସାଙ୍ଗମାନେ ଲୁହା ରଡରେ ଆକ୍ରମଣ କରିଥିଲେ। ଗୁରୁତର ଅବସ୍ଥାରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking