20.1 C
Bhubaneswar
Monday, December 23, 2024
Homeଋଷିଆ-ୟୁକ୍ରେନ୍ ଯୁଦ୍ଧକିଭ୍‌କୁ ଚାରି ଦିଗରୁ ଘେରିଲା ରୁଷ, ଘନଘନ ରକେଟ୍ ମାଡ଼

କିଭ୍‌କୁ ଚାରି ଦିଗରୁ ଘେରିଲା ରୁଷ, ଘନଘନ ରକେଟ୍ ମାଡ଼

ମସ୍କୋ : ରୁଷ-ୟୁକ୍ରେନ୍ ଯୁଦ୍ଧ ଶୁକ୍ରବାର ୧୬ ଦିନରେ ପହଞ୍ଚିଛି । ରୁଷ୍ ପକ୍ଷରୁ ୟୁକ୍ରେନ୍‌ର ଅନ୍ୟ ସହର ଉପରେ ଘନ ଘନ ଆକ୍ରମଣ ଚଳାଇଥିବା ବେଳେ ରାଜଧାନୀ କିଏଭ୍ ଏବେ ବି ଅପହଞ୍ଚ ହୋଇ ରହିଛି । ସଦ୍ୟ ରିପୋର୍ଟ ଅନୁସାରେ ରୁଷ୍ ସେନା କିଏଭ୍‌କୁ ତିନିପଟୁ ଘେରି ରହିଛି । ଉତ୍ତରରେ ଇର୍‌ପିନ୍‌, ପୂର୍ବରେ ବ୍ରୋବରୀ ଓ ମାରିଉପୋଲ୍ ଉପରେ ମିସାଇଲ୍ ଆକ୍ରମଣ ଜାରି ରହିଛି । ମାରିଉପୋଲ୍ ସହର ଉପରେ ପ୍ରତି ଅଧଘଣ୍ଟାରେ ବୋମା ବର୍ଷଣ ହେଉଛି । କେବଳ ଏତିକି ନୁହେଁ ଯୁଦ୍ଧ ଆରମ୍ଭ ପରଠାରୁ ଯେଉଁ ଅଞ୍ଚଳ ଉପରେ ବୋମାମାଡ଼ ହୋଇ ନଥିଲା ଏବେ ରୁଷ୍ ସେନା ସେସବୁ ଅଞ୍ଚକୁ ଟାର୍ଗେଟ୍ କରୁଛି ।

ୟକ୍ରେନ୍‌ର କିଏଭ୍ ଓ ମାରିଉପୋଲ୍ ସହରରେ ପ୍ରବଳ ବୋମାମାଡ଼ ଦ୍ୱାରା ସହରର ବ୍ୟାପକ କ୍ଷତି ଘଟିଛି ବୋଲି ସାଟେଲାଇଟ୍ ଚିତ୍ରରୁ ଜଣାପଡ଼ିଛି । ସୂତ୍ର ଅନୁସାରେ ରୁଷ୍ ସେନାକୁ ଗତ ୨୪ ଘଣ୍ଟା ମଧ୍ୟରେ କମ୍ ସଫଳତା ମିଳିଛି । ଇନ୍‌ଷ୍ଟିଚ୍ୟୁଟ୍ ଫର୍ ଦି ଷ୍ଟଡି ଅଫ୍ ୱାର୍ ଅନୁସାରେ କିଏଭ୍ ଉପରେ କବ୍‌ଜା ପାଇଁ ଲଢ଼େଇ ଏବେ ଆହୁରି ଅଧିକ ଦିନ ଚାଲିବାର ସମ୍ଭାବନା ରହିଛି । ସେହିପରି ଯେତେ ଶୀଘ୍ର ସମ୍ଭବ କିଏଭ୍ କବ୍‌ଜା କରିବା ନିମନ୍ତେ ରୁଷ୍ ଅନ୍ତିମ ଯୁଦ୍ଧ ପାଇଁ ପ୍ରସ୍ତୁତ ହେଉଥିବା ଦେଖିବାକୁ ମିଳିଛି । ଅପରପକ୍ଷରେ ୟୁକ୍ରେନ୍ ଆମରେିକା ସହିତ ମିଳିତ ଭାବେ ୟୁକ୍ରେନ୍‌ରେ ଜୈବିକ ତଥା ରାସାୟନିକ ଅସ୍ତ୍ର ପ୍ରସ୍ତୁତି କରୁଛି ବୋଲି ଅଭିଯୋଗ କରିଛି ରୁଷ୍ ।

ଜବାବ୍‌ରେ ରୁଷ୍ ୟୁକ୍ରେନ୍‌ରେ ବାୟୋଲୋଜିକାଲ୍ ତଥା କେମିକାଲ୍ ଅସ୍ତ୍ର ପ୍ରୟୋଗ କରିବା ନେଇ ପ୍ରସ୍ତୁତି ଚଳାଇଛି ବୋଲି ଆମେରିକା ଅଭିଯୋଗ କରିଛି । ଆମେରିକା ୟୁକ୍ରେନ୍‌ରେ ଅନେକ ଜୈବିକ ପ୍ରୟୋଗଶାଳା ନିର୍ମାଣ କରିଛି । ଚୀନ୍ ମଧ୍ୟ ଏ ନେଇ ଆମେରିକା ସରକାରଙ୍କୁ ଜବାବ୍ ମାଗିଛି । ୟୁକ୍ରେନ୍‌ରେ ଆମେରିକା ସମର୍ôଥତ ବିପଦଜନକ ୩୦ରୁ ଊର୍ଦ୍ଧ୍ୱ ଜୈବିକ ପ୍ରୟୋଗଶାଳା ରହିଛି । ଏହି ପ୍ରୟୋଗଶାଳାରେ ପ୍ଲେଗ୍‌, ଏନ୍ଥ୍ରେକ୍ସ, ଟୁଲାରେମିଆ ଓ ହଇଜା ଆଦି ଭୟଙ୍କର ରୋଗ ସୃଷ୍ଟିକାରୀ ଭୂତାଣୁ ରହିଛନ୍ତି ବୋଲି ଆମେରିକାସ୍ଥିତ ରୁଷ୍ ରାଜଦୂତ ଅନାତୋଲୀ ଏଣ୍ଟୋନେଭ୍ ଦାବି କରିଛନ୍ତି । ଅପରପକ୍ଷରେ  ୟୁକ୍ରେନ୍‌ରେ ପେଣ୍ଟାଗନ୍‌ର କଥିତ ଜୈବିକ ପ୍ରୟୋଗଶାଳା ପ୍ରସଙ୍ଗରେ ଯଥାଶୀଘ୍ର ତଥ୍ୟ ପ୍ରଦାନ କରିବାକୁ ଚୀନ୍ ବିଦେଶ ମନ୍ତ୍ରଣାଳୟ ଆମେରିକାକୁ ଆହ୍ୱାନ ଦେଇଛି ।

ଏଥିସହିତ ୟୁକ୍ରେନ୍ ଅଧିକାରୀ ପ୍ରୟୋଗଶାଳାରେ ରୋଗସୃଷ୍ଟିକାରୀ ଭୂତାଣୁଗୁଡ଼ିକୁ ନଷ୍ଟ କରିବା ଆରମ୍ଭ କରିଛନ୍ତି ବୋଲି ରୁଷ୍ ଦାବି କରିଛି । ଏହି କାର୍ଯ୍ୟରେ ଆମେରିକା ସମର୍ଥିତ ପ୍ରୟୋଗଶାଳା ୟୁକ୍ରେନ୍ ସେନାକୁ ସାହାଯ୍ୟ କରୁଛି । ଅପରପକ୍ଷରେ ୟୁକ୍ରେନ୍ ଏପରି ଅଭିଯୋଗକୁ ଖଣ୍ଡନ କରିଛି । ସଦ୍ୟତମ ସୂଚନା ଅନୁସାରେ ଆମେରିକା, ୟୁରୋପୀୟ ୟୁନିୟନ୍ ଓ ଅନ୍ୟ ୭ ଦେଶ ସମ୍ମିଳିତ ଭାବେ ରୁଷ୍ ବିରୋଧରେ ଏକ କଡ଼ା ପଦକ୍ଷେପ ଗ୍ରହଣ କରିବାକୁ ବିଚାର କରୁଛନ୍ତି । ସୂଚନା ଅନୁସାରେ ଏହି ସମସ୍ତ ଦେଶ ରୁଷ୍‌ଠାରୁ ‘ମୋଷ୍ଟ ଫେଭର୍‌ଡ ନେସନ୍‌’ର ମାନ୍ୟତା ପ୍ରତ୍ୟାହାର କରିପାରନ୍ତି । ଏହି ମାନ୍ୟତା ପ୍ରତ୍ୟାହାର କରିବା ଦ୍ୱାରା ରୁଷୀ ସାମଗ୍ରୀ ଉପରେ ବଡ଼ଧରଣର ଟାରିଫ୍ ଧାର୍ଯ୍ୟ କରାଯାଇପାରିବ । ଫଳରେ ରୁଷ୍‌ରେ ମାନ୍ଦାବସ୍ଥା ଅଧିକ ବୃଦ୍ଧି ପାଇବା ସହିତ ଦେଶର ଅର୍ଥବ୍ୟବସ୍ଥାକୁ ଜବର୍‌ଦସ୍ତ ଝଟ୍‌କା ଲାଗିବ । ଏଥିସହିତ ଆମେରିକା ସଂସଦର ଚାପରେ ରାଷ୍ଟ୍ରପତି ଜୋ ବାଇଡେନ୍ ରୁଷ୍ ସହିତ ଆମେରିକାର ‘ସ୍ଥାୟୀ ସାମାନ୍ୟ ବ୍ୟବସାୟ ସମ୍ବନ୍ଧ’ ପରମାନେଣ୍ଟ୍ ନର୍ମାଲ୍ ଟ୍ରେଡ୍ ରିଲେସନ୍ ମାନ୍ୟତା ହଟାଇବା ପାରନ୍ତି ।

ଯାହାଦ୍ୱାରା ପୁଟିନ୍‌ଙ୍କ ଉପରେ ୟୁକ୍ରେନ୍‌ରେ ଯୁଦ୍ଧ ବନ୍ଦ କରିବାର ଚାପ ଅଧିକ ବୃଦ୍ଧି ପାଇବ । ଏଥିସହିତ ରୁଷ୍ ରାଷ୍ଟ୍ରପତି ବ୍ଲାଦିମିର୍ ପୁଟିନ୍ ୟୁକ୍ରେନ୍ ଯୁଦ୍ଧରେ ସ୍ୱେଚ୍ଛାକୃତ ଯୋଦ୍ଧା ଭାବେ ଯୋଗଦେବା ପାଇଁ ଦେଶବାସୀଙ୍କୁ ଆହ୍ୱାନ ଜଣାଇବା ସହିତ ଏ ସଂକ୍ରାନ୍ତୀୟ ପ୍ରସ୍ତାବକୁ ଅନୁମୋଦନ କରିଛନ୍ତି । ଅପରପକ୍ଷରେ ୧୬ ହଜାରରୁ ଅଧିକ ସ୍ୱେଚ୍ଛାସେବୀ ଯୋଦ୍ଧା ଭାବେ ଯୋଗଦେବା ପାଇଁ ଆବେଦନ ଦାଖଲ କରିଛନ୍ତି ବୋଲି ରୁଷ୍ ବିଦେଶମନ୍ତ୍ରୀ ସେର୍ଗେଇ ସୋଇଗୁ ସୂଚନା ଦେଇଛନ୍ତି । ଏହି ଯୋଦ୍ଧାମାନେ ସିରିଆ ଫାଇଟର୍ସ ତଥା ମଧ୍ୟପୂର୍ବର ବିଭିନ୍ନ ଅଞ୍ଚଳରୁ ଆବେଦନ କରିଛନ୍ତି । ଏମାନେ ପୂର୍ବ ୟୁକ୍ରେନ୍‌ରେ ରୁଷ୍ ସମର୍ଥିତ ଅଲଗାବାଦୀଙ୍କ ଦ୍ୱାରା ସ୍ୱାଧୀନତା ଆନ୍ଦୋଳନରେ ଯୋଗଦେବା ପାଇଁ ଇଚ୍ଛାପ୍ରକଟ କରିଛନ୍ତି । ସୂଚନାଯୋଗ୍ୟ ଯେ ସିରିଆ ଗୃହଯୁଦ୍ଧ ସମୟରେ ରୁଷୀୟ ସେନା ସିରିଆ ରାଷ୍ଟ୍ରପତି ବଶର ଅଲ୍ ଅସଦଙ୍କ ସହାୟତା କରିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking