19.1 C
Bhubaneswar
Friday, November 22, 2024
Homeଋଷିଆ-ୟୁକ୍ରେନ୍ ଯୁଦ୍ଧଅନ୍ଧାରରେ କିଭ୍‌, ପାଣି ପାଇଁ ଚାରିଆଡେ ହାହାକାର

ଅନ୍ଧାରରେ କିଭ୍‌, ପାଣି ପାଇଁ ଚାରିଆଡେ ହାହାକାର

କିଭ୍‌: ରୁଷର ଘନ ଘନ ମିଜାଇଲ୍ ମାଡ଼ରେ ଥର ହର ୟୁକ୍ରେନର କ୍ୟାପିଟାଲ୍ ସିଟି କିଭ୍ । ସହରର ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ ମିଜାଇଲ୍ ଆଟାକ୍ ଯୋଗୁ ୮୦ ପ୍ରତିଶତ ଅଞ୍ଚଳକୁ ବିଜୁଳି ଓ ପାଣି ଯୋଗାଣ ବନ୍ଦ ହୋଇଯାଇଛି । ଫଳରେ କିଭ୍ ସହର ଏବେ ଅନ୍ଧାରରେ । ଉତ୍ତର ପୂର୍ବ ୟୁକ୍ରେନରେ ଥିବା ଅନେକ ପ୍ରତିଷ୍ଠାନ ଉପରେ ଆକ୍ରମଣ କରିଛି ରୁଷ । ଏହା ସହ ଖାରକିଭ, ଚେରକାଶି ପରି ଅଞ୍ଚଳରେ ମଧ୍ୟ ଆକ୍ରମଣ ହୋଇଛି । ଫଳରେ ଏସବୁ ସହରରେ ମଧ୍ୟ ବିଦ୍ୟୁତ ଓ ପାଣି ସଂଯୋଗ ବିଚ୍ଛିନ୍ନ ହୋଇଛି । ବ୍ଲାକ୍ ସିରେ ରୁଷର ଜାହାଜ ଉପରେ ୟୁକ୍ରେନ୍ ଡ୍ରୋନ୍ ଆକ୍ରମଣ କରିଥିବା ଅଭିଯୋଗ ଆଣିବାରୁ ଦିନକ ପରେ ରୁଷ ଏଭଳି ଆକ୍ରମଣ କରିଛି । ଆକ୍ରମଣ ଏତେ ଭୟଙ୍କର ଥିଲା ଯେ ପୁରା ସହର ଥରି ଉଠିଥିଲା ।

କିଭ୍‌ର ପାୱାର ଷ୍ଟେସନ୍ ଉପରେ ଏହି ଆକ୍ରମଣ ହୋଇଥିବାରୁ ପ୍ରାୟ ୩ ଲକ୍ଷ ୫୦ ହଜାର ଆପାର୍ଟମେଣ୍ଟକୁ ବିଜୁଳି ସଂଯୋଗ ବିଚ୍ଛିନ୍ନ ହୋଇଛି । ସୂଚନାଯୋଗ୍ୟ ତୁର୍କୀ ଓ ଜାତିସଂଘର ମଧ୍ୟସ୍ଥତା ଯୋଗୁଁ ୟୁକ୍ରେନ୍‌ରୁ ଖାଦ୍ୟସାମଗ୍ରୀ ରପ୍ତାନୀ କରିବାରେ ସୁରକ୍ଷିତ କରିଡର ବ୍ୟବସ୍ଥା କରିବାକୁ ରୁଷ୍ ସେତେବେଳେ ରାଜି ହେବାସହିତ ଏକ ଚୁକ୍ତି ମଧ୍ୟ ସ୍ୱାକ୍ଷର କରିଥିଲା । ତେବେ କ୍ରିମିଆ ପୋଲକୁ ୟୁକ୍ରେନ୍ ସେନା ବୋମାମାଡରେ ଉଡାଇଦେବାପରେ ରୁଷ୍ ଏହି ଚୁକ୍ତିରୁ ଓହରିଯାଇଛି । ପୁନଶ୍ଚ କୃଷ୍ଣସାଗରରେ ଥିବା ରୁଷ ନୌସେନାର ଯୁଦ୍ଧଜାହାଜଗୁଡିକୁ ୟୁକ୍ରେନ୍ ଆକ୍ରମଣ କରୁଥିବାରୁ ରୁଷ୍ ପ୍ରତିକ୍ରିୟାଶୀଳ ହୋଇପଡିଛି । ବର୍ତ୍ତମାନ କରିଡର ବନ୍ଦ ହୋଇଥିବାରୁ ୟୁକ୍ରେନ୍‌ରୁ ଅନ୍ୟ ରାଷ୍ଟ୍ରକୁ ରପ୍ତାନୀ ହେବାକୁ ଥିବା ପ୍ରାୟ ୨ ନିୟୁତ ଟନ ଖାଦ୍ୟଶସ୍ୟ ପଡିରହିଛି । ଚଳିତବର୍ଷ ଫେବୃଆରୀ ୨୪ରୁ ରୁଷ୍‌-ୟୁକ୍ରେନ୍ ଯୁଦ୍ଧ ଆରମ୍ଭ ହୋଇଥିଲେ ସୁଦ୍ଧା ଏହା ନିର୍ଣ୍ଣାୟକ ସ୍ଥିତିରେ ପହଞ୍ଚି ପାରିନାହିଁ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking