26.1 C
Bhubaneswar
Monday, July 8, 2024
Homeଅପରାଧନାବାଳିକା ପ୍ରେମିକାକୁ ଅପହରଣ, ପ୍ରେମିକ ଗିରଫ

ନାବାଳିକା ପ୍ରେମିକାକୁ ଅପହରଣ, ପ୍ରେମିକ ଗିରଫ

ଭୁବନେଶ୍ୱର: ଜନୈକ ନାବାଳିକାଙ୍କୁ ବିବାହର ପ୍ରତିଶ୍ରୁତି ଦେଇ ଅପହରଣ କରିଥିବା ମାମଲାରେ ନୟାପଲ୍ଲୀ ଥାନା ପୁଲିସ ସମ୍ପୃକ୍ତ ପ୍ରେମିକକୁ ଗିରଫ କରିଛି । ଗିରଫ ଅଭିଯୁକ୍ତ ଜଣକ ହେଲେ ନୟାପଲ୍ଲୀ ସାଲିଆସାହିରେ ରହୁଥିବା ବ୍ରହ୍ମପୁରର ମିଥୁନ ପ୍ରଧାନ(୨୪) । ଅଭିଯୁକ୍ତକୁ ବୁଧବାର କୋର୍ଟ ଚାଲାଣ କରାଯିବ ବୋଲି ସୂଚନା ମିଳିଛି । ଅନ୍ୟପକ୍ଷେ ପୀଡିତା ନାବାଳିକା ଛାତ୍ରୀଙ୍କ ବୟାନ ରେକର୍ଡ କରିବା ସହ ପୁଲିସ ଡାକ୍ତରୀମାଇନା କରାଇଛି । ଏଥିସହ ଛାତ୍ରୀଙ୍କୁ ପୁଲିସ ପରିବାରଲୋକଙ୍କୁ ହସ୍ତାନ୍ତର କରିଥିବା ଜଣାପଡିଛି । ସୂଚନା ଅନୁଯାୟୀ, ଅଭିଯୁକ୍ତ ମିଥୁନ ସାଲିଆସାହିରେ ରୁହନ୍ତି । ତାଙ୍କ ଘର ପାଖେ ଦଶମ ଶ୍ରେଣୀର ଜଣେ ଛାତ୍ରୀ ରହୁଥିଲେ । ମିଥୁନ ଛାତ୍ରୀଙ୍କୁ ପ୍ରେମ ଜାଲରେ ଫସାଇ ବିବାହ କରିବାକୁ ପ୍ରତିଶ୍ରୁତି ଦେଇଥିଲେ । ଗତ ସପ୍ତାହରେ ଦୁହେଁ ସାଲିଆସାହିରୁ ବ୍ରହ୍ମପୁରକୁ ଲୁଚି ପଳାଇଥିଲେ । ନାବାଳିକାଙ୍କ ପରିବାର ଲୋକେ ବହୁ ଖୋଜାଖୋଜି ପରେ ନପାଇବାରୁ ଥାନାରେ ଅଭିଯୋଗ କରିଥିଲେ । ଥାନା ଅଧିକାରୀଙ୍କ ନେତୃତ୍ୱରେ ଏକ ଟିମ୍‍ ବ୍ରହ୍ମପୁରରେ ଚଢ଼ାଉ କରି ପୀଡିତା ଛାତ୍ରୀଙ୍କୁ ଉଦ୍ଧାର କରିଥିବାବେଳେ ଅଭିଯୁକ୍ତ ପ୍ରେମିକାକୁ ଗିରଫ କରିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking