19.1 C
Bhubaneswar
Sunday, November 17, 2024
Homeଓଡିଶାଭୁବନେଶ୍ୱରହୋଇପାରୁନି ସମାଧାନ, ଖୋଲୁନି ମାର୍କେଟ୍ ବିଲ୍ଡିଂ

ହୋଇପାରୁନି ସମାଧାନ, ଖୋଲୁନି ମାର୍କେଟ୍ ବିଲ୍ଡିଂ

ଭୁବନେଶ୍ୱର: ଉଠା ଦୋକାନୀ ଓ ସ୍ଥାୟୀ ଦୋକାନୀଙ୍କ ମଧ୍ୟରେ ଲାଗି ରହିଥିବା ବିବାଦ କାରଣରୁ ମାର୍କେଟ ବିଲ୍ଡିଂରେ ଅଚଳାବସ୍ଥା ଲାଗି ରହିଛି । ଦାବି ପୂରଣ ନ ହେବାରୁ ମଙ୍ଗଳବାର ତୃତୀୟ ଦିନ ପାଇଁ ମାର୍କେଟ ବିଲ୍ଡିଂ ବନ୍ଦ ରହିଥିଲା । ମାର୍କେଟ ବିଲ୍ଡିଂ ଅ ।ସୋସିଏସନ୍ ସହିତ ବିଏମ୍‌ସିର ଅ ।ଲୋଚନା ହୋଇଥିଲେ ବି କିଛି ସୁଫଳ ମିଳି ପାରିନାହିଁ । ରବିବାର ଠାରୁ ମାର୍କେଟ ବିଲ୍ଡିଂ ବନ୍ଦ ଥିବାରୁ ବ୍ୟବସାୟୀଙ୍କ ସମେତ ଗ୍ରାହକମାନେ ମଧ୍ୟ ବିଭିନ୍ନ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏହାସେ ୍ୱ ବି ବିଏମ୍‌ସି ନିଦାବିଷ୍ଣୁ ଭଳି ବସି ରହିଛି । ମଙ୍ଗଳବାର ଉଠା ଦୋକାନୀମାନଙ୍କୁ ସମ୍ପୂର୍ଣ୍ଣ ଉଚ୍ଛେଦ ଦାବିରେ ଅ । ସୋସିଏସନ୍ ପକ୍ଷରୁ ମେୟର ସୁଲୋଚନା ଦାସଙ୍କୁ ଭେଟିଥିଲେ । ତୁରନ୍ତ ଏହା ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବି କରିଥିଲେ ।

ତେବେ ବୁଧବାର କମିଶନର ଅ ।ସିବା ପରେ ଏନେଇ ଅ ।ଲୋଚନା କରାଯାଇ ସମାଧାନର ବାଟ ବାହାର କରାଯିବ ବୋଲି ମେୟର କହିଛନ୍ତି । ଅପରପକ୍ଷେ ଉଠାଦୋକାନୀମାନଙ୍କୁ ସ୍ଥାୟୀ ଭାବେ ଉଚ୍ଛେଦ ନ କରିବା ପର୍ଯ୍ୟନ୍ତ ମାର୍କେଟ ଖୋଲିବ ନାହିଁ ବୋଲି ମାର୍କେଟ ବିଲ୍ଡିଂ ସେଣ୍ଟ୍ରାଲ ଆସୋସିଏସନ ସଭାପତି ପ୍ରଦ୍ୟୁମ୍ନ କୁମାର ଜେନା କହିଛନ୍ତି । ଦୁଇ ଗୋଷ୍ଠୀଙ୍କ ଏହି ଜିଦ୍ ମଧ୍ୟରେ ସାଧାରଣ ଜନତା ହଇରାଣ ହେଉଛନ୍ତି । ରାଜଧାନୀର ପ୍ରମୁଖ ମାର୍କେଟ ଭାବେ ପରିଗଣିତ ହେଉଥିବା ମାର୍କେଟ ବିଲ୍ଡିଂର ଦର ସାଧାରଣ ଠାରୁ ମଧ୍ୟବି ସମସ୍ତ ବର୍ଗର ଲୋକଙ୍କୁ ସୁହାଇଥାଏ । ତେଣୁ ପ୍ରତିଦିନ ଶହ ଶହ ସଂଖ୍ୟାରେ ଗ୍ରାହକ ଏଠାକୁ ଆସି କିଣାକିଣି କରିଥାନ୍ତି । ମାତ୍ର ବିଏମ୍‌ସିର ଅପାରଗତା କାରଣରୁ ମାର୍କେଟ ବନ୍ଦ ହୋଇ ପଡିଛି । ଯାହାକୁ ନେଇ ପ୍ରବଳ ଜନ ଅସନ୍ତୋଷ ପ୍ରକାଶ ପାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking