31.1 C
Bhubaneswar
Tuesday, July 2, 2024
Homeଦେଶ ବିଦେଶହିନ୍ଦୁଙ୍କୁ କାନାଡା ଛାଡିବାକୁ ଖଲିସ୍ତାନୀଙ୍କ ଧମକ; ସତର୍କ ରହିବାକୁ ସାଂସଦଙ୍କ ପରାମର୍ଶ

ହିନ୍ଦୁଙ୍କୁ କାନାଡା ଛାଡିବାକୁ ଖଲିସ୍ତାନୀଙ୍କ ଧମକ; ସତର୍କ ରହିବାକୁ ସାଂସଦଙ୍କ ପରାମର୍ଶ

ଓଟୱା: ଖଲିସ୍ତାନୀ ଆତଙ୍କବାଦୀ ନିଜ୍ଜର ହତ୍ୟାକୁ ନେଇ ଭାରତ ଓ କାନାଡା ମଧ୍ୟରେ କୂଟନୈତିକ ବିବାଦ ବଢିବାରେ ଲାଗିଛି । ଦୁଇ ଦେଶର ବିବାଦ ମଧ୍ୟରେ ଏବେ କାନାଡାରେ ରହୁଥିବା ହିନ୍ଦୁମାନଙ୍କୁ ଦେଶ ଛାଡିବାକୁ ଧମକ ମିଳିଛି । ଖଲିସ୍ତାନୀ ଉଗ୍ରବାଦୀମାନେ ହିନ୍ଦୁମାନଙ୍କ ଉପରେ ଆକ୍ରମଣ କରୁଛନ୍ତି ଏବଂ ସେମାନଙ୍କୁ ତୁରନ୍ତ କାନାଡ଼ା ଛାଡ଼ି ଭାରତ ଫେରିଯିବାକୁ ଧମକ ଦେଉଛନ୍ତି । ଯାହାକି କାନାଡ଼ାର ଲିବେରାଲ ପାର୍ଟି ସାଂସଦ ଚନ୍ଦ୍ର ଆର୍ଯ୍ୟ ଅଭିଯୋଗ କରିଛନ୍ତି । ଚନ୍ଦ୍ର ଆର୍ଯ୍ୟ ଜଣେ ଭାରତୀୟ ବଂଶୋଦ୍ଭବ ଏବଂ ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋଙ୍କ ଦଳ ଲିବେରାଲ ପାର୍ଟିରୁ ସାଂସଦ ଅଛନ୍ତି । ସେ କାନାଡାରେ ରହୁଥିବା ହିନ୍ଦୁମାନଙ୍କୁ ଶାନ୍ତ ଓ ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି ଏବଂ କୌଣସି ପ୍ରକାର ଅପ୍ରୀତିକର ଘଟଣା ଘଟିଲେ ସେ ସମ୍ପର୍କରେ ପୋଲିସକୁ ସୂଚୀତ କରିବାକୁ କହିଛନ୍ତି । ଏନେଇ ସାଂସଦ ଆର୍ଯ୍ୟ ଟ୍ୱିଟ୍ କରିଛନ୍ତି, “କିଛି ଦିନ ତଳେ ଖଲିସ୍ତାନୀ ନେତା ତଥା କାନାଡ଼ାରେ ଜନମତ ସଂଗ୍ରହର ଆୟୋଜନ କରିଥିବା ‘ଶିଖ୍ ଫର ଜଷ୍ଟିସ ସଂଗଠନର ମୁଖ୍ୟ ଗୁରପତୱନ୍ତ ସିଂହ ପନ୍ନୁ ଏଠାରେ ରହୁଥିବା ହିନ୍ଦୁମାନଙ୍କ ଉପରେ ଆକ୍ରମଣ କରିଥିଲା । ସେମାନଙ୍କୁ କାନାଡ଼ା ଛାଡ଼ି ଭାରତ ଚାଲିଯିବାକୁ ଧମକ ଦେଇଥିଲେ ।

ଏହି ଟାର୍ଗେଟ ଆକ୍ରମଣ ପରେ ହିନ୍ଦୁମାନେ ଭୟଭୀତ ହୋଇଯାଇଥିଲେ । ଏ ସମ୍ପର୍କରେ ଶୁଣିବା ପରେ ମୁଁ ସେମାନଙ୍କୁ ସତର୍କ ରହିବାକୁ ନିବେଦନ କରିଥିଲି । କୌଣସି ହିଂସା ଘଟଣା ଘଟିଲେ ପୋଲିସକୁ ଖବର ଦେବାକୁ କହିଥିଲେ । ବର୍ତ୍ତମାନ ଖଲିସ୍ତାନ ଆନ୍ଦୋଳନର ନେତା କାନାଡାରେ ରହୁଥିବା ହିନ୍ଦୁ ଓ ଶିଖ୍ ସମୁଦାୟକୁ ବିଭାଜିତ କରିବାକୁ ଚେଷ୍ଟା କରୁଛି । ତେବେ କାନାଡୀୟ ଶିଖ୍ର ଗୋଟିଏ ବଡ ଭାଗ ଖଲିସ୍ତାନୀ ଆନ୍ଦୋଳନକୁ ସମର୍ଥନ କରୁନଥିବା ସାଂସଦ ଆର୍ଯ୍ୟ କହିଛନ୍ତି । ଏନେଇ ସେ ଖଲିସ୍ତାନୀ ଆତଙ୍କବାଦୀ ପନ୍ନୁକୁ କଡ଼ା ନିନ୍ଦା କରି ଏକ୍ସରେ ଉଲ୍ଲେଖ କରିଛନ୍ତି, ମୁଁ ସ୍ପଷ୍ଟ କରିବାକୁ ଚାହୁଁ ଯେ, ଆମର ଅଧିକାଂଶ କାନାଡୀୟ ଶିଖ୍ ଭାଇ-ଭଉଣୀମାନେ ଖଲିସ୍ତାନ ଆନ୍ଦୋଳନର ଆଦୌ ସମର୍ଥନ କରୁନାହାନ୍ତି । ବିଭିନ୍ନ କାରଣରୁ ସେମାନେ ଏହାକୁ ଖୋଲାଖୋଲି ଭାବେ ନିନ୍ଦା କରିପାରୁ ନଥିଲେ ମଧ୍ୟ ହିନ୍ଦୁ-କାନାଡୀୟ ସମୁଦାୟ ସହ ଗଭୀର ଭାବେ ଜଡିତ ଅଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking