27.1 C
Bhubaneswar
Monday, November 18, 2024
Homeଦେଶ ବିଦେଶକାନାଡାରେ ହିନ୍ଦୁ ମନ୍ଦିର ଭାଙ୍ଗିଲେ ଖଲିସ୍ତାନୀ ଉଗ୍ରବାଦୀ

କାନାଡାରେ ହିନ୍ଦୁ ମନ୍ଦିର ଭାଙ୍ଗିଲେ ଖଲିସ୍ତାନୀ ଉଗ୍ରବାଦୀ

ଟରାଣ୍ଟୋ: କାନାଡା ରାଜଧାନୀ ଟରାଣ୍ଟୋରେ ଥିବା ଏକ ପ୍ରମୁଖ ହିନ୍ଦୁ ମନ୍ଦିରକୁ ଭାଙ୍ଗି ଦେଇଛନ୍ତି ଖଲିସ୍ତାନୀ ଉଗ୍ରବାଦୀ । ଟରାଣ୍ଟୋରେ ଥିବା ସ୍ୱାମୀ ନାରାୟଣ ମନ୍ଦିର ରେ ଏହି ଭାଙ୍ଗରୁଜା ହୋଇଛି । ଏହାକୁ ନେଇ କାନାଡା ପ୍ରଶାସନ କୌଣସି ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରିବା ନେଇ ତୀବ୍ର ପ୍ରତିକ୍ରିୟାଶୀଳ ହୋଇଛି ଭାରତ । ଭାରତୀୟ ଦୂତାବାସ ପକ୍ଷରୁ ଘଟଣାକୁ ନିନ୍ଦା କରାଯିବା ସହ ଏପରି କରିଥିବା ବ୍ୟକ୍ତି ବା ଗୋଷ୍ଠୀ ବିରୋଧରେ ତୁରନ୍ତ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ କାନାଡା ପ୍ରଶାସନ ନିକଟରେ ଦାବି କରାଯାଇଛି । ତେବେ ମନ୍ଦିରରେ ଭଙ୍ଗାରୁଜା ହୋଇଥିଲେ ମଧ୍ୟ କେବେ ଏହି ଘଟଣାକୁ ଦୃର୍ବୃତ୍ତମାନେ ରୂପ ଦେଇଛନ୍ତି ସେ ନେଇ କିଛି ସ୍ପଷ୍ଟ ସୂଚନା ମିଳି ପାରିନାହିଁ । ଭାରତ ବିରୋଧୀ ତଥା ସ୍ୱତନ୍ତ୍ର ଖଲିସ୍ତାନ ଦାବି କରୁଥିବା ଖଲିସ୍ତାନୀ ଗୋଷ୍ଠୀର କୌଣସି କାନାଡା ଉଗ୍ରବାଦୀ ସଂଗଠନ ଏପରି କରିଥିବା ପ୍ରାଥମିକ ଭାବେ ସୂଚନା ମିଳିଛି । କାନାଡାରେ ଅବସ୍ଥାପିତ ଭାରତୀୟ ଉଚ୍ଚାୟୁକ୍ତ ଏହି ଘଟଣାରେ ପ୍ରତିକ୍ରିୟା ରଖି କହିଛନ୍ତି, ‘‘ହିନ୍ଦୁ ମନ୍ଦିରଭଙ୍ଗା ଘଟଣାକୁ ଆମେ ନିନ୍ଦା କରୁଛୁ ।

ଆମେ କାନାଡା ପ୍ରଶାସନକୁ ଅନୁରୋଧ ମଧ୍ୟ କରୁଛୁ, ଏହି ସମ୍ବେଦନଶୀଳ ଘଟଣାରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ।’’ ସେହିପରି କାନାଡାରେ ସାଂସଦ ଥିବା ଭାରତୀୟ ବଂଶୋଦ୍ଭବ ଚନ୍ଦ୍ର ଆର୍ଯ୍ୟ ମଧ୍ୟ ଘଟଣାକୁ ନିନ୍ଦା କରିବା ସହ କହିଛନ୍ତି, ‘‘ଏହି ଘଟଣାକୁ ସମସ୍ତେ ନିନ୍ଦା କରିବାର ଆବଶ୍ୟକତା ରହିଛି । ଏହି କାଣ୍ଡକୁ ଖଲିସ୍ତାନୀ ଉଗ୍ରବାଦୀ ସଂଗଠନ ହିଁ ଘଟାଇଛି । ଏହା କେବଳ ଗୋଟିଏ ଘଟଣା ନୁହେଁ ବରଂ ନିକଟରେ ମଧ୍ୟ କାନାଡାରେ ହିନ୍ଦୁ ମନ୍ଦିରଗୁଡିକ ଉପରେ କ୍ରମାଗତ ଆକ୍ରମଣ ହୋଇଆସୁଛି ।

ହିନ୍ଦୁ ସମାଜ ପ୍ରତି ଘୃଣାଭାବ ସୃଷ୍ଟି କରାଯିବା ନେଇ ଲାଗାତାର ପ୍ରୟାସ ଜାରି ରହିଛି, ଯାହା ହିନ୍ଦୁଙ୍କ ଚିନ୍ତିତ କରିବାରେ ଲାଗିଲାଣି ।’’କାନାଡା ରାଜଧାନୀ ଟରାଣ୍ଟୋରେ ଥିବା ଏହି ନାରାୟଣସ୍ୱାମୀ ମନ୍ଦିର ଏକ ପ୍ରମୁଖ ହିନ୍ଦୁ ମନ୍ଦିର ଭାବେ ଖ୍ୟାତି ଅର୍ଜନ କରିଛି । ତେବେ ଏହି ମନ୍ଦିରରେ ଖଲିସ୍ତାନୀ ଉଗ୍ରବାଦୀମାନେ ପ୍ରବେଶ କରି ବ୍ୟାପକ ଭଙ୍ଗାରୁଜା କରିଛନ୍ତି । ଯାହାକୁ ନେଇ ସ୍ଥାନୀୟ ଟରାଣ୍ଟୋ ପ୍ରଶାସନ ମଧ୍ୟ କିଛି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନଥିବା ସୂଚନା ମିଳିଛି । ଘଟଣା ସମ୍ପର୍କରେ ଜଣାପଡିବା ପରେ ଭାରତ ପଦବେଗ ପ୍ରକାଶ କରିବା ସହ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ କାନାଡା ପ୍ରଶାସନ ଉପରେ ଦାବି କରିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking