26.1 C
Bhubaneswar
Saturday, October 19, 2024
Homeଦେଶ ବିଦେଶମୋଦୀଙ୍କୁ ବିଷାକ୍ତ ସାପ କହିଲେ ଖଡ୍‌ଗେ; ବିବାଦ ବଢ଼ିବା ପରେ କ୍ଷମାପ୍ରାର୍ଥନା

ମୋଦୀଙ୍କୁ ବିଷାକ୍ତ ସାପ କହିଲେ ଖଡ୍‌ଗେ; ବିବାଦ ବଢ଼ିବା ପରେ କ୍ଷମାପ୍ରାର୍ଥନା

ବେଙ୍ଗାଲୁର: କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ୍‌ଗେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଉପରେ ଏକ ବିବାଦୀୟ ବୟାନ ଦେଇଛନ୍ତି । କଲବୁର୍ଗୀରେ ଗୁରୁବାର ଏକ ନିର୍ବାଚନୀ ସଭାକୁ ସମ୍ବୋଧିତ କରି ଖଡ୍‌ଗେ କହିଛନ୍ତି- ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏକ ବିଷାକ୍ତ ସାପ ପରି । ଭାବି ପାରିବେନି ଏହା ବିଷ କି ନୁହେଁ । କିନ୍ତୁ ଏହାକୁ ଚାଖିବା ମାତ୍ରେ ମୃତ୍ୟୁ ହୋଇଯିବ । ଖଡ୍‌ଡ଼େଙ୍କ ଏହି ବୟାନର ବିଜେପି ପକ୍ଷରୁ କଡ଼ା ବିରୋଧ କରାଯାଇଛି । ମୁଖ୍ୟମନ୍ତ୍ରୀ ବାସବରାଜ ବୋମାଇ କହିଛନ୍ତି, ଖଡ୍‌ଗେଙ୍କ ମନରେ ବିଷ ଭରିରହିଛି । ସେ ପ୍ରଧାନମନ୍ତ୍ରୀ ମୋଦୀ ଏବଂ ବିଜେପି ପ୍ରତି ପୂର୍ବାଗ୍ରହରେ ଗ୍ରସିତ । ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହିତ ରାଜନୈତିକ ପ୍ଲାଟ୍‌ଫର୍ମରେ ଲଢ଼େଇ କରିବା କ୍ଷମତା ତାଙ୍କର ନାହିଁ । ହତାଶା କାରଣରୁ ତାଙ୍କର ଏହି ଚିନ୍ତାଧାରା ଆସିଛି ।

ବୟାନକୁ ନେଇ ବିବାଦ ବଢ଼ିବା ପରେ ଖଡ୍‌ଗେ ନିଃସର୍ତ୍ତ କ୍ଷମାପ୍ରାର୍ଥନା କରିଛନ୍ତି । ପ୍ରଥମେ ସଫେଇ ଦେଇ କହିଥିଲେ- ଏହା ମୁଁ ପ୍ରଧାନମନ୍ତ୍ରୀଙ୍କ ସମ୍ପର୍କରେ କହିନାହିଁ । ସାପ ପରି ତାଙ୍କ ବିଚାରଧାରା, ଯାହାକୁ ଚାଟିଲେ ମୃତ୍ୟୁ ନିଶ୍ଚିତ ବୋଲି ମୁଁ କହିବାକୁ ଚାହୁଁଥିଲି । ତେବେ ପରେ ସେ ବୟାନକୁ ନେଇ ଦୁଃଖ ପ୍ରକାଶ କରିଥିଲେ । ସେ କହିଛନ୍ତି, ଯଦି ମୋ ବୟାନ କାହାକୁ ଆଘାତ ଦେଇଥାଏ କିମ୍ବା ଦୁଃଖ ପହଞ୍ଚାଇଥାଏ ସେଥିପାଇଁ ଦୁଃଖିତ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking