19.1 C
Bhubaneswar
Friday, November 22, 2024
Homeଓଡିଶାଝାଟିମାଟି ପଲିଥିନ ତଳେ ଭାଇ ଭଉଣୀଙ୍କ ଜୀବନ

ଝାଟିମାଟି ପଲିଥିନ ତଳେ ଭାଇ ଭଉଣୀଙ୍କ ଜୀବନ

କେନ୍ଦୁଝର : ଗରିବ ଲୋକଙ୍କ ପାଇଁ ସରକାରଙ୍କ ମାଳମାଳ ଯୋଜନା ଥିଲେ ମଧ୍ୟ ତାହା ସଠିକ୍ ହିତାଧିକାରୀଙ୍କ ପାଖରେ ପହଞ୍ଚି ପାରୁନାହିଁ। ଗ୍ରାମାଞ୍ଚଳରେ ଗରିବ ଲୋକଙ୍କୁ ଘରଡ଼ିହ ଓ ଆବାସ ଯୋଜନାରେ ଗୃହ ଯୋଗାଇ ଦେବାସହ, ଖାଦ୍ୟ ସୁରକ୍ଷା ଯୋଜନା, ଭତ୍ତା ଆଦି ଯୋଜନା ଜନ୍ମରୁ ମୃତ୍ୟୁପର୍ଯ୍ୟନ୍ତ ଯୋଜନା । ଏହି ଆବାସ ଯୋଜନା ଏବେ ଗରିବ ପରିବାର ପାଇଁ ସାତସପନ ପାଲଟିଛି । ଦୀର୍ଘବର୍ଷ ହେବ ପ୍ରଶାସନକୁ ଅବଗତ କରିଥିଲେ ସୁଦ୍ଧା ପ୍ରଶାସନ ଗୁହାରି ଶୁଣୁନଥିବା ଅଭିଯୋଗ ହୋଇଛି । ଏହି ଯୋଜନା ସବୁ ବାଟବଣା ହୋଇଥିବାସହ ପ୍ରକୃତ ହିତାଧିକାରୀ ଏହି ଯୋଜନାର ସୁଫଳ ମୁିଳୁନଥିବା ବେଳେ ପ୍ରକୃତରେ ଏହାର ଚିତ୍ର ଓଲଟା ପରି ଦେଖାଯାଉଛି ।

ଏହାର ଏକ ନିଛକ ଚିତ୍ର ଦେଖିବାକୁ ମିଳିଛି ଠାକୁରମୁଣ୍ଡା ବ୍ଲକ ଭାଲିଆଡ଼ାଳ ପଞ୍ଚାୟତ ବାଗଦଫା ଗାଁର ଗୋଡ଼ଭଙ୍ଗା ସାହିରେ । ଗାଈ ଗୁହାଳ ଭଳି ଝାଟି ମାଟିର ଘର ଭିତରେ ବାସ କରୁଥିବା ଦୁଇଜଣ ବୟସ୍କ ଭାଇ ଭଉଣୀ । ରାଜନ ବିନ୍ଧାଣି (୪୫) ଓ ଭଉଣୀ ବୁଧୁନୀ ବିନ୍ଧାଣି (୬୫) । ବହୁତ ଦିନ ହେବ ବାପା ମା’ କେହି ତାଙ୍କର ଏ ଦୁନିଆରେ ନାହାନ୍ତି । ଘରର ଅବସ୍ଥା ବୋଲି କିଛି ନାହିଁ । ଦିନରେ ସୂର୍ଯ୍ୟ ଓ ରାତିରେ ଚନ୍ଦ୍ର ଦେଖାଯିବା ସ୍ୱଭାବିକ ହୋଇପଡ଼ିଛି । ଆଉ ବର୍ଷା ଦିନେ ସାପ ବେଙ୍ଗ ଘରଭିତରେ ଚରୁଛନ୍ତି । ସନ୍ତସନ୍ତିଆ ଓ ଅପରିତ୍ୟକ୍ତ ପରିବେଶରେ ଦୀର୍ଘବର୍ଷ ହେବ ରହିଆସୁଛନ୍ତି ଏହି ଦୁଇଜଣ । ତେବେ ଏଭଳି ଲୋକଙ୍କୁ ଏଯାଏଁ ପ୍ରଧାନମନ୍ତ୍ରୀ ଆବାସଟିଏ ନା ପିଡିଏସ ସାମଗ୍ରୀ ମିଳିପାରିନାହିଁ ।  ସତେ ଯେମିତି ସରକାରୀ ସହାୟତା ଏମାନଙ୍କ ପାଇଁ ସାତସପନ ।

ଏମାନେ ବାରମ୍ବାର ପଞ୍ଚାୟତ ଠୁ ବ୍ଲକ ପର୍ଯ୍ୟନ୍ତ ନିବେଦନ କରିଥିଲେ ମଧ୍ୟ କୌଣସି ଲାଭ ପାଇପାରିନାହାନ୍ତି । ଏହି ଗରିବ ଅସହାୟ ଭାଇ ଭଉଣୀ ଦୁଇଜଣ ନିରାଶ ହୋଇ ଏହି ଭଙ୍ଗା ଗୁହାଳ ଘର ଭିତରେ ଭାଗ୍ୟକୁ ଆଦରି ପଡ଼ିରହିଛନ୍ତି । ସରକାର ବିଭିନ୍ନ ସମୟରେ ବିଭିନ୍ନ ଯୋଜନାରେ ଗରିବ ଲୋକଙ୍କୁ ସାହାଯ୍ୟ କରୁଥିବାବେଳେ ଏଠି ଅବହେଳାର ଶିକାର ହେଉଥିବା ଦେଖିବାକୁ ମିଳିଛି । ଏଥିପ୍ରତି ଜିଲ୍ଲା ପ୍ରଶାସନ ଦୃଷ୍ଟିଦେଇ ଏମାନଙ୍କୁ ଆବାସ ସହ ରାସନକାର୍ଡ ଯୋଗାଇ ଦେବାପାଇଁ ସ୍ଥାନୀୟ ଲୋକେ ଦାବି କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking