କେନ୍ଦୁଝର: ଜିଲ୍ଲାରେ ଦିନକୁ ଦିନ କରୋନା ଗ୍ରାଫ ଉପର ମୁହାଁ ଥିବା ବେଳେ ଆଜି ଏହା ଶତକ ମାରିଛି । ଏଭଳି ସ୍ଥିତିରେ ସାରା ରାଜ୍ୟର ଶିକ୍ଷାର୍ଥୀ ଙ୍କ ପାଇଁ ସରକାର ବିଭିନ୍ନ ପ୍ରକାରର ନିୟମ ଘୋଷଣା କରିଥିବା ବେଳେ ଆଜି କେନ୍ଦୁଝର ଧରଣୀଧର ସ୍ୱୟଂଶାସିତ ମହାବିଦ୍ୟାଳୟ ର ଛାତ୍ରଛାତ୍ରୀ ଧାରଣା କୁ ଓହ୍ଲାଇଛନ୍ତି । ଏହି ମହାବିଦ୍ୟାଳୟ ର ଚାରିଜଣ କରୋନା ପଜେଟିବ ଚିହ୍ନଟ ପରେ ଏଠାରେ ଅଧ୍ୟୟନରତ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଭୟର ବାତାବରଣ ଦେଖାଦେଇଛି । ଏହି ମହାମାରୀ ଜନିତ ଭୟ କାରଣ ରୁ କଲେଜ ରେ ହେବାକୁ ଥିବା ପରୀକ୍ଷାକୁ ବାତିଲ କରିବା କିମ୍ୱା ଅନଲାଇନ ରେ କରିବାକୁ ଛାତ୍ରଛାତ୍ରୀ ଦାବି କରିଛନ୍ତି । ଏନେଇ ଆଜି କଲେଜ ଫାଟକରେ ତାଲା ପକାଇ ଟାୟାର ଜାଳି ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ଶତାଧିକ ଛାତ୍ରଛାତ୍ରୀ । ଏନେଇ ଏକ ଦାବିପତ୍ର କଲେଜ ଅଧକ୍ଷଙ୍କୁ ଦେବାଦେଇଥିବା ବେଳେ ପରୀକ୍ଷା ବାତିଲ ନହେଲା ପର୍ଯ୍ୟନ୍ତ ଆନ୍ଦୋଳନ ପ୍ରତ୍ୟାହୃତ ନକରିବାକୁ ଚେତାବନୀ ଦେଇଥିଲେ ଛାତ୍ରଛାତ୍ରୀ । ଘଟଣା ସ୍ଥଳକୁ କଲେଜ ଅଧକ୍ଷ ପହଞ୍ଚି ପରୀକ୍ଷା ବାତିଲ ପ୍ରତିଶ୍ରୁତି ଦେବା ପରେ ଆନ୍ଦୋଳନକୁ ସାମୟିକ ସ୍ଥଗିତ ରଖିଛନ୍ତି ଛାତ୍ରଛାତ୍ରୀ ।