23.1 C
Bhubaneswar
Friday, November 22, 2024
Homeଓଡିଶାକେନ୍ଦ୍ରାପଡ଼ା କରୋନା ପଜିଟିଭ ଲିଙ୍କଙ୍କ ରକ୍ତ ନମୂନା ରିପୋର୍ଟ ମିଳୁଛି: ୨୩ ଲିଙ୍କରୁ ୧୪ ନେଗେଟିଭ

କେନ୍ଦ୍ରାପଡ଼ା କରୋନା ପଜିଟିଭ ଲିଙ୍କଙ୍କ ରକ୍ତ ନମୂନା ରିପୋର୍ଟ ମିଳୁଛି: ୨୩ ଲିଙ୍କରୁ ୧୪ ନେଗେଟିଭ

କେନ୍ଦ୍ରାପଡ଼ା : କେନ୍ଦ୍ରାପଡ଼ା ଜିଲ୍ଲାର ଆଳି ଅଂଚଳରୁ ଠାବ ହୋଇଥିôବା କରୋନା ସଂକ୍ରମିତ ଯୁବକଙ୍କ ସହ ଲିଙ୍କରେ ଆସିଥିବା ଲୋକଙ୍କ ରକ୍ତ ଓ ସ୍ୱାବ ନମୂନା ପରୀକ୍ଷା କରାଯିବା ପରେ ସେଗୁଡ଼ିକର ରିପୋର୍ଟ ମିଳିବାରେ ଲାଗିଛି । କରୋନା ସଂକ୍ରମିତଙ୍କ ଲିଙ୍କରେ ଥିବା ୨୩ ଜଣଙ୍କ ରକ୍ତ ନମୂନା ଓ ସ୍ୱାବ କେନ୍ଦ୍ରାପଡ଼ା ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ସଂଗ୍ରହ କରି ପରୀକ୍ଷା ପାଇଁ ପଠାଇଥିଲା । ସେଥିମଧ୍ୟରୁ ୧୪ଟିର ରିପୋର୍ଟ ମିଳିସାରିଛି ଓ ସେଗୁଡ଼ିକ ନେଗେଟିଭ ଥିବା ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ମିଳିଛି । କରୋନାରେ ସଂକ୍ରମିତ ହୋଇଥିବା ଆଳି ଅଂଚଳର ଏହି ଯୁବକ ଜଣକ ଦୁବାଇରୁ ଫେରିବା ପରେ ନିଜ ପରିବାର ଲୋକ, ବନ୍ଧୁବାନ୍ଧବ ଓ ସାଙ୍ଗସାଥିଙ୍କ ସଂସ୍ପର୍ଷରେ ଆସିଥିଲେ । ଉକ୍ତ ଯୁବକଙ୍କ ସଂସ୍ପର୍ଷରେ ଆସିଥିବା ତାଙ୍କ ପରିବାର ଲୋକ, ଶ୍ୱଶୁର ଘର ଲୋକ ଓ ସାଙ୍ଗସାଥିଙ୍କୁ ମିଶାଇ ମୋଟ ୨୩ ଜଣ ଲୋକଙ୍କ ଠାରୁ ପ୍ରଶାସନ ରକ୍ତ ନମୂନା ଓ ସ୍ୱାବ ସଂଗ୍ରହ କରି ପରୀକ୍ଷା ପାଇଁ ପଠାଇଥିଲା । ଏହାମଧ୍ୟରେ ୧୪ଟି ରିପୋର୍ଟ ମିଳିଛି ଓ ସବୁଗୁଡ଼ିକ ନେଗେଟିଭ ରହିଥିବା ଜଣାପଡ଼ିଛି । ଆଳି ଅଂଚଳର ଏହି ଯୁବକ ଜଣକ କରୋନାରେ ଆକ୍ରାଂନ୍ତ ହୋଇଥିବା ଜଣାପଡ଼ିବା ପରେ ପ୍ରଶାସନ ସମ୍ବେଦନଶୀଳ ହୋଇପଡ଼ିଥିଲା ଓ ଆଳି ଅଂଚଳର ୧୨ଟି ଗାଁ ସମେତ ୨ଟି ହାଟ ବଜାରକୁ ସମ୍ପୂର୍ଣ୍ଣ ସିଲ କରି ସଟଡାଉନ କରିବା ପରେ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ କର୍ମଚ।।ରୀମାନେ ଘର ଘର ବୁଲି ସ୍ୱାସ୍ଥ୍ୟ ତାଲିକା ପ୍ରସ୍ତୁତ କରିଥିଲେ ।
 

କେନ୍ଦ୍ରାପଡ଼ା ଓ ପଟାମୁଣ୍ଡାଇରେ ଆରମ୍ଭ ହେଲା ବିଶୋଧନ ପ୍ରକ୍ରିୟା


 
କେନ୍ଦ୍ରାପଡ଼ା,:କରୋନା ଭୂତାଣୁ ସଂକ୍ରମଣକୁ ମୁକାବିଲା କରାଯିବା ଲକ୍ଷରେ କେନ୍ଦ୍ରାପଡ଼ା ଓ ପଟାମୁଣ୍ଡାଇ ପୌରପରିଷଦ ପକ୍ଷରୁ କେନ୍ଦ୍ରାପଡ଼ା ସହର ଓ ପଟାମୁଣ୍ଡାଇ ସହରାଂଚଳରେ ଆଜି ଠାରୁ ବିଶୋଧନ ପ୍ରକ୍ରିୟା ଆରମ୍ଭ ହୋଇଛି । ଜିଲ୍ଲା ଅଗ୍ନିଶମ ବିଭାଗ ସହାୟତାରେ କେନ୍ଦ୍ରାପଡ଼ା ପୌରପରିଷଦ ପକ୍ଷରୁ ଶୁକ୍ରବାର ପୂର୍ବାହ୍ଣରେ ଶ୍ରୀବଳଦେବଜୀଉଙ୍କ ରଥଦାଣ୍ଡ ସହ ସହରର ବିଭିନ୍ନ ଗଳି ଓ ଖାଲି ସ୍ଥାନକୁ ବିଶୋଧନ କରାଯାଇଛି । ପାଣିରେ ସୋଡ଼ିୟମ ହାଇାପାଚକ୍ଲାରିଡ଼ ମିଶାଯାଇ ଅଗ୍ନିଶମ ବିଭାଗ ଦ୍ୱାରା ବିଭିନ୍ନ ସ୍ଥାନରେ ସ୍ପ୍ରେ କରାଯାଇ ବିଶୋଧନ କରାଯାଉଛି । ଆଗାମୀ ଦିନରେ କେନ୍ଦ୍ରାପଡ଼ା ସହରରେ ଥିବା ସମସ୍ତ ସରକାରୀ କାର୍ଯ୍ୟାଳୟ ଓ ସହରକୁ ବିଶୋଧକ େଓ୍‌ପ୍ର କରାଯରାଇ ବିଶୋଧନ କରାଯିବ ବୋଲି କେନ୍ଦ୍ରାପଡ଼ା ପୌରପାଳିକା ପକ୍ଷରୁ କୁହାଯାଇଛି । ଏଥିସହ କେନ୍ଦ୍ରାପଡ଼ା ସହରର ପୁରୁଣା ବସଷ୍ଟାଣ୍ଡ ଠାରେ ପୋରପାଳିକା ପକ୍ଷରୁ ଏକ ବିଶୋଧନ କ୍ୟାବିନ ମଧ୍ୟ ଖୋଲା ଯାଇଛି । ସହରକୁ ଆସୁଥିବା ଲୋକମାନେ ଏହି କ୍ୟାବିନ ଭିତରକୁ ଯାଇ ନିଜ ଶରୀର, ପୋଷାକ ଓ ହେଲମେଟ ଆଦିକୁ ସମ୍ପୂର୍ଣ୍ଣ ଭାବେ ବିଶୋଧନ କରିପାରିବେ । ଲୋକମାନେ ଏହି କ୍ୟାବିନ ଭିତରକୁ ଯାଇ ନିଜକୁ ସମ୍ପୂର୍ଣ୍ଣ ଭାବେ ବିଶୋଧନ କରିବା ପରେ ଯେକøଣସି କାର୍ଯ୍ୟାଳୟ ବା ହାଟ ବଜାରକୁ ଯାଇପାରିବେ ଓ ସେଠାରୁ ଫେରିବା ପରେ ନିଜ ଶରୀରକୁ ବିଶୋଧନ କରି ପୁଣି ନିଜ ଘରକୁ ଯାଇପାରିବେ ବୋଲି ।ପøରପାଳିକା କହିଛି । ଖୁବ କମ ଦିନ ମଧ୍ୟରେ କେନ୍ଦ୍ରାପାଡ଼ା ସହରର ତିନିମୁହାଁଣି ଛକ ସହ ଅନ୍ୟାନ୍ୟ ଜନଗହଳିପୂର୍ଣ୍ଣ ସ୍ଥାନରେ ବିଶୋଧଧନ କ୍ୟାବିନ ଖୋଲାଯିବାକୁ ବ୍ୟବସ୍ଥା କରାଯାଉଥିବା ପୌରପରିଷଦ ପକ୍ଷରୁ ସୂଚନା ମିଳିଛି । ସେହିପରି ପଟାମୁଣ୍ଡାଇ ପୌରପରିଷଦ ପକ୍ଷରୁ ଅଗ୍ନିଶମ ବାହିନୀ ସହାୟତାରେ ପଟାମୁଣ୍ଡାଇ ସହରର ବିଶୋଧନ ପ୍ରକ୍ରିୟା ଆରମ୍ଭ ହୋଇଛି । ପ୍ରଥମ ପର୍ଯ୍ୟାୟରେ ବକ୍ତାରପୁର ହାଇସ୍କୁଲ ଠାରୁ ପଟାମୁଣ୍ଡାଇ ବାଇପାସ ପର୍ଯ୍ୟନ୍ତ ମୁଖ୍ୟ ରାସ୍ତା, ଗଳି ଓ ଖାଲି ସ୍ଥାନକୁ ଅଗ୍ନିଶମ ବିଭାଗ କର୍ମଚାରୀମାନେ ବିଶୋଧନ କରିଛନ୍ତି ଓ ଆଗାମୀ ଦିନରେ ପଟାମୁଣ୍ଡାଇ ସହରକୁ ସମ୍ପୂର୍ଣ୍ଣ ଭାବେ ବିଶୋଧନ କରାଯିବର କାର୍ଯ୍ୟକ୍ରମ ରହିଛି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking