18.1 C
Bhubaneswar
Saturday, November 23, 2024
Homeଓଡିଶାସ୍ୱାମୀକୁ ବଞ୍ଚାଇବାକୁ ଯାଇ ଚାଲିଗଲା ସ୍ତ୍ରୀର ଜୀବନ

ସ୍ୱାମୀକୁ ବଞ୍ଚାଇବାକୁ ଯାଇ ଚାଲିଗଲା ସ୍ତ୍ରୀର ଜୀବନ

କେନ୍ଦ୍ରାପଡ଼ା : ପାରିବାରିକ କଳହରୁ ଉନ୍ମତ୍ତକାଣ୍ଡ। ସ୍ତ୍ରୀ ଆଗରେ କିରାସିନି ଢାଳି ସ୍ୱାମୀର ଆତ୍ମହତ୍ୟା ଉଦ୍ୟମ। ସ୍ୱାମୀକୁ ବଞ୍ଚାଇବାକୁ ଯାଇ ଚାଲିଗଲା ସ୍ତ୍ରୀର ଜୀବନ। କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଲକ ସାନଜରିଆ ଗାଁରେ ଦେଖିବାକୁ ମିଳିଛି ଏଭଳି ଅଭାବନୀୟ ଘଟଣା। କୌଣସି କାରଣକୁ ନେଇ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ କଳହ ଲାଗି ରହିଥିଲା। ଆଉ ମଧ୍ୟରାତ୍ରରେ ଏହା ଉଗ୍ର ରୂପ ନେଇଥିଲା। ଉତ୍ୟକ୍ତ ହୋଇ ସ୍ୱାମୀ ଶୈଳେନ୍ଦ୍ର ମଲ୍ଲିକ ନିଜ ଦେହରେ କିରାସିନି ଢାଳି ସ୍ତ୍ରୀ ଆଗରେ ଆତ୍ମହତ୍ୟା ଉଦ୍ୟମ କରିଥିଲେ। ଆଉ ସ୍ୱାମୀକୁ ବଞ୍ଚାଇବାକୁ ଯାଇ ସ୍ତ୍ରୀ ବନ୍ଦିତା ମଧ୍ୟ ଗୁରୁତର ହୋଇ ପଡିଥିଲେ। ଉଭୟଙ୍କୁ ଗୁରୁତର ଅବସ୍ଥାରେ ପଟ୍ଟାମୁଣ୍ଡାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଅବସ୍ଥା ଗୁରୁତର ହେବାରୁ ୨ ଜଣଙ୍କୁ କଟକ ସ୍ଥାନାନ୍ତରିତ କରାଯାଇଥିଲା। ଚିକିତ୍ସିତ ଅବସ୍ଥାରେ ସ୍ତ୍ରୀ ବନ୍ଦିତାଙ୍କ ମୃତ୍ୟୁ ଘଟିଛି ବୋଲି ସୂଚନା ମିଳିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking