ଶଙ୍କର ମହାନ୍ତି ହତ୍ୟାକାଣ୍ଡର ପର୍ଦ୍ଦାଫାସ୍‌ କଲା ପୋଲିସ

ଗଞ୍ଜାମ : ଜଗନ୍ନାଥ ପ୍ରସାଦ ପୋଲିସ ଥାନା ଅନ୍ତର୍ଗତ ଜଗନ୍ନାଥ ପ୍ରସାଦ ଜଳିସାହିରେ ରହୁଥିବା ଇନ୍ଦୁ ମହାନ୍ତିଙ୍କ ଏକମାତ୍ର ପୁତ୍ର ସଙ୍କର ମହାନ୍ତି ଫେବୃଆରୀ ୫ତାରିଖ ଠାରୁ ନିଖୋଜ ଥିଲେ। ତାଙ୍କ ମା’ ବହୁ ସ୍ଥାନ ଖୋଜି ପୁଅକୁ ନ ପାଇବାରୁ ଜଗନ୍ନାଥ ପ୍ରସାଦ ପୋଲିସ ଥାନାରେ ଗତ ୭ତାରିଖରେ ଲିଖିତ ଏତେଲା ଦେଇଥିଲେ। ଜଗନ୍ନାଥ ପ୍ରସାଦ ପୋଲିସ ଥାନା ଅଧକାରୀ ଦିଲୀପ କୁମାର ସ୍ୱାଇଁ ଘଟଣାର ତଦନ୍ତ କରି କୌଣସି ସୂତ୍ରରୁ ଖବର ପାଇ ଜଗନ୍ନାଥ ପ୍ରସାଦ ଯୁଧିଷ୍ଠିର ବିଦ୍ୟାପୀଠ ନିକଟସ୍ଥ ଏକ କୂଅରୁ ହାତ ଗୋଡ଼ ବନ୍ଧାଥିବା ଅବସ୍ଥାରେ ଶଙ୍କର ମହାନ୍ତିର ମୃତ ଦେହକୁ ଉଦ୍ଧାର କରିଥିଲେ।

ଘଟଣାରେ ସମ୍ପୃକ୍ତ ଥିବା ଅନୁମାନ କରି ଜଗନ୍ନାଥ ପ୍ରସାଦ ପୋଲିସ ଜଗନ୍ନାଥ ପ୍ରସାଦ ଜଳିସାହିର ବୁଧିରାମ ସାହୁଙ୍କ ପୁଅ ସୀମାଞ୍ଚଳ ସାହୁ ଓରଫ ସିକାକୁ ପୋଲିସ ଥାନାରେ ଅଟକ ରଖି ପଚରା ଉଚାରା କରୁଥିଲା।ପୂର୍ବଶତ୍ରୁତାକୁ କେନ୍ଦ୍ରକରି ଅଭିଯୁକ୍ତ ସିକା ମୃତ ଶଙ୍କର ମହାନ୍ତିଙ୍କୁ ଯୁଧିଷ୍ଠିର ବିଦ୍ୟାପୀଠ କୂଅ ପାଖକୁ ଚାଲାକ କରି ଡାକି ନେଇ ପଥରରେ ମୁଣ୍ଡକୁ ଛେଚି ମାରିଦେବା ପରେ ହାତଗୋଡ଼କୁ ଏକ ପଥରରେ ବାନ୍ଧି କୂଅରେ ପକାଇ ଦେଇଥିଲା ବୋଲି ପୋଲିସକୁ ନିଜ ବୟାନ ଦେଇଥିଲା। ତେଣୁ ଅଭିଯୁକ୍ତ ସିକାକୁ ଆଜି ପୋଲିସ ଭଞ୍ଜନଗର କୋର୍ଟ ଚାଲାଣ କରିଛନ୍ତି ବୋଲି ଥାନା ଅଧିକାରୀ ଦିଲ୍ଲୀପ ସ୍ୱାଇଁ ଗଣମାଧ୍ୟମ ଆଗରେ ପ୍ରକାଶ କରିଛନ୍ତି।

LEAVE A REPLY

Please enter your comment!
Please enter your name here