29.1 C
Bhubaneswar
Saturday, September 21, 2024
Homeଦେଶ ବିଦେଶଆଜି ବି ଇଡିରେ ହାଜର ହେବେନି କେଜ୍ରିୱାଲ !

ଆଜି ବି ଇଡିରେ ହାଜର ହେବେନି କେଜ୍ରିୱାଲ !

ନୂଆଦିଲ୍ଲୀ: ବହୁଚର୍ଚ୍ଚିତ ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଚତୁର୍ଥ ସମନ । ଆଜି ବି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟରେ ହାଜର ହୋଇନପାରନ୍ତି କେଜ୍ରିୱାଲ । ଆଜିଠୁ କେଜ୍ରିଓ୍ବାଲ ତିନି ଦିନିଆ ଗୋଆ ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି । ଆଜି ତାଙ୍କୁ ଇଡିରେ ହାଜର ହେବାକୁ ସମନ କରାଯାଇଥିଲା ।

ତେଣୁ ସେ ଇଡିରେ ହାଜର ହେବେ କି ନାହିଁ ତାହା ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇପାରିନି । ଏନେଇ ବୁଧବାର ତାଙ୍କୁ ସାମ୍ବାଦିକମାନେ ପ୍ରଶ୍ନ କରିବାରୁ ସେ ସ୍ପଷ୍ଟ ଭାବେ ଉତ୍ତର ନଦେଇ ଆଇନ ଆନୁଯାୟୀ ଯାହା ଆବଶ୍ୟକ ତାହା କରାଯିବ ବୋଲି କହିଥିଲେ । ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ଚତୁର୍ଥ ସମନ ପୂର୍ବରୁ ଅରବିନ୍ଦ କେଜ୍ରିଓ୍ବାଲଙ୍କ ଜାନୁଆରୀ 18ରୁ ତିନି ଦିନିଆ ଗୋଆ ଗସ୍ତର କାର୍ଯ୍ୟକ୍ରମ ସ୍ଥିର ହୋଇସାରିଥିଲା ।

ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ପଚରାଉଚରା ପାଇଁ ବାରମ୍ବାର ଆପ୍ ମୁଖ୍ୟ ଅରବିନ୍ଦ କେଜ୍ରିୱାଲଙ୍କୁ ସମନ କରୁଛି ଇଡି । ଜାନୁଆରୀ 13 ତାରିଖରେ ଚତୁର୍ଥ ଥର ପାଇଁ ସମନ କରାଯାଇଥିଲା । ଆଜି(ଗୁରୁବାର) ଇଡି ଅଫିସରେ ହାଜର ହେବାକୁ ତାଙ୍କୁ କୁହାଯାଇଥିଲା । ଏହା ପୂର୍ବରୁ ତାଙ୍କୁ 3 ଥର ସମନ କରାଯାଇଥିଲେ ମଧ୍ୟ ସେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟରେ ହାଜର ହୋଇନଥିଲେ ।

ସମନଗୁଡିକୁ ବେଆଇନ ଓ ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ କହି ଏଡ଼ାଇ ଦେଇଥିଲେ ଆପ୍ ମୁଖ୍ୟ । ତୃତୀୟ ଥର ସମନକୁ ଏଡାଇବା ପରେ ତାଙ୍କୁ ଇଡି ଗିରଫ କରିପାରେ ବୋଲି ଚର୍ଚ୍ଚା ହେଉଥିଲା । ଏହାପରେ ଲୋକସଭା ନିର୍ବାଚନ ପୂର୍ବରୁ ମୋ ଭାବମୂର୍ତ୍ତିକୁ ବଦନାମ କରିବାକୁ ଚେଷ୍ଟା କରାଯାଉଥିବା କହି ବିଜେପିକୁ ଟାର୍ଗେଟ କରିଥିଲେ କେଜ୍ରିଓ୍ବାଲ । ଲୋକସଭା ନିର୍ବାଚନରେ ମୁଁ କେମିତି ପ୍ରଚାର ନକରେ ତାହା ବିଜେପି ଚାହୁଁଛି ବୋଲି ଅଭିଯୋଗ କରିଥିଲେ ଆପ୍ ସୁପ୍ରିମୋ ।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking