19.1 C
Bhubaneswar
Sunday, November 24, 2024
Homeଦେଶ ବିଦେଶକେଦାରନାଥରେ ପାଗ ଖରାପ; ମେ’ ୬ ଯାଏ ପଞ୍ଜିକରଣ ବନ୍ଦ

କେଦାରନାଥରେ ପାଗ ଖରାପ; ମେ’ ୬ ଯାଏ ପଞ୍ଜିକରଣ ବନ୍ଦ

ଡେରାଡୁନ: ଉତ୍ତରାଖଣ୍ଡର ବିଶ୍ୱପ୍ରସିଦ୍ଧ ଶୈବପୀଠ କେଦାରନାଥ ଧାମରେ ବର୍ଷା ସାଙ୍ଗକୁ ତୁଷାରପାତ ଜାରି ରହିଛି । ଫଳରେ ଯାତ୍ରା ପ୍ରଭାବିତ ହୋଇଛି। ଏହାକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ କେଦନାଥ ଯାତ୍ରା ଉପରେ କଟକଣା ଲାଗୁ କରାଯାଇଛି । ଆସନ୍ତା ୬ ତାରିଖ ଯାଏଁ ରେଜିଷ୍ଟ୍ରେସନ ବନ୍ଦ ରଖାଯାଇଥିବା ବେଳେ ଆଜି ଯାଏଁ ଯାତ୍ରାକୁ ସ୍ଥଗିତ ରଖାଯାଇଛି । ଏନେଇ ବିପର୍ଯ୍ୟୟ ପରିଚାଳନା ସଚିବ ରଞ୍ଜିତ କୁମାର ସିହ୍ନା ସୂଚନା ଦେଇଛନ୍ତି । ଏହାସହ ଯାତ୍ରୀମାନଙ୍କୁ ସୁରକ୍ଷିତ ସ୍ଥାନରେ ରହିବା ପାଇଁ ପୋଲିସ ଏବଂ ଜିଲ୍ଲାପ୍ରଶାସନ ପକ୍ଷରୁ ଅପିଲ କରାଯାଇଛି । ସୂଚନାଅନୁସାରେ, କେଦାରନାଥରେ ଲଗାତାର ବର୍ଷା ସାଙ୍ଗକୁ ତୁଷାରପାତ ଲାଗି ରହିଛି ।

ମେ ୩ ତାରିଖ ଯାଏଁ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି । ଫଳରେ କେଦାରନାଥ ଧାମ ସହ ଉଚ୍ଚ ଅଞ୍ଚଳରେ କ୍ରମାଗତ ତୁଷାରପାତ ଏବଂ ନିମ୍ନ ଅଞ୍ଚଳରେ ବର୍ଷା ହେବାର ସମ୍ଭାବନା ରହିଛି । ତେଣୁ ପର୍ଯ୍ୟଟକଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି କେଦାରନାଥ ଧାମ ଯାତ୍ରାକୁ ଆସନ୍ତା ୩ ତାରିଖ ପର୍ଯ୍ୟନ୍ତ ଅର୍ଥାତ ଆଜି ଯାଏଁ ସ୍ଥଗିତ ରଖାଯାଇଛି । ପୋଲିସ ଅଧୀକ୍ଷକ ରୁଦ୍ରପ୍ରୟାଗ ବାଶାଖା ଅଶୋକ ଭଦାଣେ କେଦାରନାଥ ଧାମକୁ ଆସୁଥିବା ଯାତ୍ରୀଙ୍କୁ ସୁରକ୍ଷିତ ରହିବା ପାଇଁ ଅପିଲ କରିଛନ୍ତି । ଯିଏ ଯେଉଁ ସ୍ଥାନରେ ଅଛନ୍ତି ସୁରକ୍ଷିତ ରୁହନ୍ତୁ ବୋଲି ସେ ଯାତ୍ରୀଙ୍କୁ ନିବେଦନ କରିଛନ୍ତି । କେଦାରନାଥରେ ପ୍ରବଳ ବର୍ଷା ସାଙ୍ଗକୁ ତୁଷାରପାତ ଯୋଗୁଁ କେଦାରନାଥ ଧାମ ପାଇଁ ପଞ୍ଜିକରଣକୁ ଆସନ୍ତା ୬ ତାରିଖ ଯାଏଁ ବନ୍ଦ କରାଯାଇଛି ।

ଏହାପୂର୍ବରୁ ୩୦ ଏପ୍ରିଲ ଯାଏଁ ରେଜିଷ୍ଟ୍ରେସନକୁ ବନ୍ଦ ରଖାଯାଇଥିଲା । କିନ୍ତୁ ପାଗରେ ସୁଧାର ଆସିବା ପରିବର୍ତ୍ତେ ବିଗିଡିବା କାରଣରୁ ଏହାକୁ ୬ ତାରିଖ ଯାଏଁ ବୃଦ୍ଧି କରାଯାଇଛି । ବର୍ଷା ଯୋଗୁଁ କେଦାରନାଥରେ ଅନେକ ଯାତ୍ରୀ ଫସି ରହିଛନ୍ତି । ଏଭିଳି ପରିସ୍ଥିତିରେ ପ୍ରଶାସନ ପକ୍ଷରୁ ଯାତ୍ରୀଙ୍କ ସୁରକ୍ଷା ବ୍ୟବସ୍ଥା ଉପରେ ଗୁରୁତ୍ୱ ଦିଆଯାଇଛି । ସେମାନଙ୍କ ଖାଇବା ଏବଂ ରହିବା ପାଇଁ ବ୍ୟବସ୍ଥା କରାଯାଇଛି । ମଙ୍ଗଳବାର ସୋନପ୍ରୟାଗରୁ କେଦାରନାଥ ଧାମ ଦର୍ଶନ କରିବାକୁ ଯାଇଥିବା ୯୭୦୮ ଜଣ ଶ୍ରଦ୍ଧାଳୁ କେଦାରନାଥ ଧାମ ସହ ଆଖପାଖ ଅଞ୍ଚଳରେ ରହିଛନ୍ତି । ଏହାଛଡା ଗୌରୀକୁଣ୍ଡରେ ପାଖାପାଖି ୨ହଜାର, ସୋନପ୍ରୟାଗ ଏବଂ ସୀତାପୁରରେ ୧୦ହଜାର, ଫାଟାରେ ୨୫୦, ଗୁପ୍ତକାଶୀରେ ୧୦୦୦, ତିଲବାଡା ଅଗସ୍ତିମୁନିରେ ୧୫୦, ରୁଦ୍ରପ୍ରୟାଗରେ ୨୦୦ରୁ ଅଧିକ ଯାତ୍ରୀ ରହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking