35 C
Bhubaneswar
Tuesday, June 25, 2024
Homeଓଡିଶାକାଶୀପୁର : ଡିପଥେରିଆରେ ଯାଇଛି ଶିଶୁଙ୍କ ଜୀବନ

କାଶୀପୁର : ଡିପଥେରିଆରେ ଯାଇଛି ଶିଶୁଙ୍କ ଜୀବନ

ରାୟଗଡା : କାଶୀପୁର ଅଜଣା ରୋଗ ମୃତ୍ୟୁ ମାମଲାର । ଏହା କୌଣସି ଅଜଣା ରୋଗ ନୁହେଁ ବରଂ ଡିପଥେରିଆ ବୋଲି କହିଛନ୍ତି ବିଶେଷଜ୍ଞ । ସ୍ୱତନ୍ତ୍ର ଡାକ୍ତରୀ ଦଳ ଯାଇ ଉକ୍ତ ଅଞ୍ଚଳରେ ଅକ୍ରାନ୍ତଙ୍କ ରକ୍ତ ଓ ସ୍ୱାବ ପରୀକ୍ଷା କରିବା ପରେ ଏହା ସ୍ପଷ୍ଟ ହୋଇଛି। ତେବେ ଏହି ରୋଗରେ ଏଯାଏଁ ୫ ଶିଶଣୁଙ୍କର ମୃତ୍ୟୁ ହୋଇସାରିଛି ଏବଂ ଏକାଧିକ ଶିଶୁ ଆକ୍ରାନ୍ତ ହୋଇ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ମାନୁସପଦରରେ ଅଜଣା ରୋଗରେ ୫ ଜଣଙ୍କ ମୃତ୍ୟୁ ଘଟଣା ପରେ ରାଜ୍ୟ ସରକାରଙ୍କ ତତ୍ପରତା ଦେଖାଇଥିଲେ। ଘଟଣା ଉପରେ ପୂରା ନଜର ରଖିବାକୁ ନିର୍ଦ୍ଦେଶ ଦେଇଥିଲେ ମୁଖ୍ୟମନ୍ତ୍ରୀ । ଅଜଣା ରୋଗର କାରଣ ଖୋଜିବାକୁ ସ୍ବାସ୍ଥ୍ୟ ବିଭାଗ ଓ ଆରଏମଆରସିକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ । ସୂଚନା ଥାଉକି ଏବେ ବି ବହୁ ଆକ୍ରାନ୍ତ ଚିକିତ୍ସିତ ହେଉଥିବାରୁ ତୁରନ୍ତ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେଇ ସ୍ଥିତି ଉପରେ ନିୟନ୍ତ୍ରଣ ଆଣିବାକୁ ସ୍ୱାସ୍ଥ୍ୟ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି । ସେହିପରି ମାନୁଷପଦର ଗାଁକୁ ରାସ୍ତା ଓ ବିଶୁଦ୍ଧ ପାନୀୟ ଜଳ ଯୋଗାଇ ଦେବାକୁ ପଂଚାୟତିରାଜ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking