ବେଙ୍ଗାଲୁର: ଠିକାଦାର ଆତ୍ମହତ୍ୟା ମାମଲାକୁ ନେଇ ବିବାଦରେ ରହିଥିବା ବିଜେପିର ଟାଣୁଆ ନେତା ତଥା ମନ୍ତ୍ରୀ କେ. ଇଶ୍ୱରପ୍ପା ଇସ୍ତଫା ପ୍ରଦାନ କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ସହିତ ସାକ୍ଷାତ କରି ନିଜର ଇସ୍ତଫା ପତ୍ର ପ୍ରଦାନ କରିଥିଲେ ଇଶ୍ୱରପ୍ପା । ବୈରାଟି ବାସଭରାଜ, ଏମ୍ଟିବି ନାଗରାଜ, ଅରଗା ଜନେନ୍ଦ୍ରଙ୍କ ପରି ମନ୍ତ୍ରୀ ଏବଂ ବିଧାୟକ ରମେଶ ଝାରିଖୋଲି ପ୍ରମୁଖ ମୁଖ୍ୟମନ୍ତ୍ରୀଙ୍କ ବାସଭବନରେ ଉପସ୍ଥିତ ଥିଲେ ।
ଶିବମୋଗାରୁ ବିଧାୟକ ଥିବା ଇଶ୍ୱରପ୍ପାଙ୍କ ଇସ୍ତଫାକୁ ବିରୋଧ କରି ଆନ୍ଦୋଳନ ମଧ୍ୟ ହୋଇଛି । ଏକ ବିଶାଳ ଶୋଭାଯାତ୍ରାରେ ମୁଖ୍ୟମନ୍ତ୍ରୀଙ୍କ ବାସଭବନରେ ପହଞ୍ôଚ ଇସ୍ତଫା ଦେଇଥିଲେ ଇଶ୍ୱରପ୍ପା । ଦଳରେ ମୋର ବରିଷ୍ଠ ଏବଂ ସାଥୀ ମାନଙ୍କୁ ଯେମିତି କୌଣସି ସମସ୍ୟ ହେବ ନାହିଁ ତାକୁ ଦୃଷ୍ଟିରେ ରଖି ମୁଁ ଇସ୍ତଫା ପ୍ରଦାନ କରିଛି । ଏହି ମାମଲାରୁ ମୁଁ ନିର୍ଦ୍ଦୋଷ ଭାବରେ ବାହାରକୁ ଆସିବି ବୋଲି କହିଥିଲେ ଇଶ୍ୱରପ୍ପା । ଇସ୍ତଫା ପ୍ରଦାନ ପରେ ଇଶ୍ୱରପ୍ପା ନିଜର ବିଧାନସଭା କ୍ଷେତ୍ର ଶିବମୋଗାକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି ।