31.1 C
Bhubaneswar
Sunday, May 19, 2024
Homeକର୍ଣ୍ଣାଟକ ବିଧାନସଭା ନିର୍ବାଚନ-୨୦୨୩କର୍ଣ୍ଣାଟକ ନିର୍ବାଚନ: ବେଙ୍ଗାଲୁରୁରେ ମୋଦୀଙ୍କ ମେଗା ରୋଡ୍ ଶୋ’

କର୍ଣ୍ଣାଟକ ନିର୍ବାଚନ: ବେଙ୍ଗାଲୁରୁରେ ମୋଦୀଙ୍କ ମେଗା ରୋଡ୍ ଶୋ’

କର୍ଣ୍ଣାଟକକୁ ଏକ ନମ୍ବର ରାଜ୍ୟ କରିବାକୁ ହୁମନାବାଦରେ ଆହ୍ୱାନ
ବେଙ୍ଗାଲୁରୁ : କର୍ଣ୍ଣାଟକ ବିଧାନସଭା ନିର୍ବାଚନ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରାଜ୍ୟରେ ବିଜେପି ପକ୍ଷରୁ ଜୋର୍‌ଦାର ପ୍ରଚାର ଅଭିଯାନ ଚଳାଇଛନ୍ତି । ଏହି ଅଭିଯାନ ଅବସରରେ ଶନିବାର ମୋଦୀ ବେଙ୍ଗାଲୁରୁରେ ମେଗା ରୋଡ୍ ଶୋ’ କରିଛନ୍ତି । ପ୍ରଧାନମନ୍ତ୍ରୀଙ୍କ ରୋଡ୍ ଶୋ’କୁ ନେଇ ଲୋକଙ୍କ ମଧ୍ୟରେ ଜୋର୍‌ଦାର ଉତ୍ସାହ ଦେଖିବାକୁ ମିଳିଥିଲା । ରୋଡ୍ ଅବସରରେ ମୋଦୀଙ୍କ ଏକ ଝଲକ ପାଇବା ପାଇଁ ବହୁ ସଂଖ୍ୟାରେ ଲୋକ ଜମା ହୋଇଥିଲେ । ସେମାନେ ପ୍ରଧାନମନ୍ତ୍ରୀଙ୍କ ଉପରେ ଫୁଲ ମଧ୍ୟ ବର୍ଷା କରିଥିଲେ । ଏହା ସହିତ ବହୁ ଲୋକ ନିଜ କ୍ୟାମେରା ଏହି କ୍ଷଣକୁ କଏଦ କରୁଥିବା ଦେଖିବାକୁ ମିଳିଥିଲା । କେତେକ ମୋଦୀଙ୍କ ବାହନ ସହିତ ଆଗକୁ ବଢ଼ୁଥିବା ଦେଖିବାକୁ ମିଳିଛି । ଏହି ଅବସରରେ ପ୍ରଧାନମନ୍ତ୍ରୀ ହାତ ହଲାଇ ଲୋକଙ୍କୁ ଅଭିନନ୍ଦନ କରିଥିଲେ ।

ଏହି ରୋଡ୍ ଶୋ’ରେ ମୋଦୀ ନିଜ ଗାଡ଼ି ପରିବର୍ତ୍ତେ ପ୍ରଚାର ଅଭିଯାନ ପାଇଁ ସ୍ୱତନ୍ତ୍ର ଭାବେ ପ୍ରସ୍ତୁତ କରାଯାଇଥିବା ଏକ ଟ୍ରକ୍ ଉପରେ ଯାତ୍ରା କରିଥିଲେ । ଏହି ରୋଡ୍ ଶୋ’କୁ ପରେ ବିଜେପି ପ୍ରାର୍ଥୀମାନେ ବହୁ ଉତ୍ସାହିତ ଥିବା ଦେଖିବାକୁ ମିଳିଛି । ଏହା ସେମାନଙ୍କ ମଧ୍ୟରେ ନୂଆ ଶକ୍ତିର ସଞ୍ଚାର କରିଛି ଏବଂ ଏହାର ଲାଭ ପ୍ରଚାର ବେଳେ ସେମାନଙ୍କୁ ମିଳିବ । ଏହା ପୂର୍ବରୁ ମୋଦୀ ହୁମନାବାଦରେ ଏକ ଜନସଭାକୁ ସମ୍ବୋଧିତ କରିଥିଲେ । ଏଥିରେ କର୍ଣ୍ଣାଟକକୁ ଦେଶର ଏକ ନମ୍ବର ରାଜ୍ୟରେ ପରିଣତ କରିବାକୁ ଲୋକମାନଙ୍କୁ ଆହ୍ୱାନ କରିଥିଲେ । ଜନସଭାକୁ ଉଦ୍‌ବୋଧନ କରି ମୋଦୀ କହିଛନ୍ତି, କର୍ଣ୍ଣାଟକ ନିର୍ବାଚନ କେବଳ ପାଞ୍ଚବର୍ଷ ସରକାର ଗଠନ କରିବା ପାଇଁ ନୁହେଁ, ବରଂ କର୍ଣ୍ଣାଟକକୁ ଦେଶର ଏକ ନମ୍ବର ରାଜ୍ୟରେ ପରିଣତ ଉଦ୍ଦେଶ୍ୟରେ ହେଉଛି । କର୍ଣ୍ଣାଟକୁ ଦେଶର ଏକ ନମ୍ବର ରାଜ୍ୟରେ ପରିଣତ କରିବାକୁ ହେଲେ ଡବଲ୍ ଇଞ୍ଜିନ୍ ସରକାର ବଜାୟ ରହିବା ଜରୁରୀ । ରାଜ୍ୟରେ ଡବଲ୍ ଇଞ୍ଜିନ୍ ସରକାର ଅର୍ଥ ଦୁଇଗୁଣା ଗତି । କଂଗ୍ରେସ ଦେଶକୁ ଭାଗ ଭାଗ କରିଛି । ପାର୍ଟି କେବଳ ତୁଷ୍ଟୀକରଣ ରାଜନୀତିରେ ଲିପ୍ତ ରହିଛି । କଂଗ୍ରେସ ଓ ଜେଡିଏସ୍ କୃଷକ ବିରୋଧୀ । ଋଣ ଛାଡ଼ ନାମରେ ପୂର୍ବରୁ ରାଜ୍ୟବାସୀଙ୍କୁ ଧୋକା ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking