26.1 C
Bhubaneswar
Tuesday, September 17, 2024
Homeଦେଶ ବିଦେଶଅଡୁଆରେ କର୍ଣ୍ଣାଟକ ଉପମୁଖ୍ୟମନ୍ତ୍ରୀ ଶିବକୁମାର

ଅଡୁଆରେ କର୍ଣ୍ଣାଟକ ଉପମୁଖ୍ୟମନ୍ତ୍ରୀ ଶିବକୁମାର

ବେଙ୍ଗାଲୁରୁ: ଅଡ଼ୁଆରେ କର୍ଣ୍ଣାଟକ ଉପମୁଖ୍ୟମନ୍ତ୍ରୀ ଶିବକୁମାର । ତାଙ୍କ ନାଁରେ ଏତଲା ରୁଜ୍ଜୁ କରିବାକୁ ପୋଲିସକୁ କୋର୍ଟଙ୍କ ନିର୍ଦ୍ଦେଶ । ବିଜେପି ନେତାମାନଙ୍କ ନାଁରେ ମିଥ୍ୟା ତଥା ଭୁଲ ତଥ୍ୟ ପୋଷ୍ଟ କରିବା ମାମଲାରେ ତାଙ୍କ ବିରୋଧରେ ମକଦ୍ଦମା ଚଳାଇବାକୁ ହାଇଗ୍ରାଉଣ୍ଡ ଷ୍ଟେସନ ପୋଲିସକୁ ବେଙ୍ଗାଲୁରୁର ୪୨ତମ ଅତିରିକ୍ତ ମୁଖ୍ୟ ମେଟ୍ରୋପଲିଟାନ ମାଜିଷ୍ଟ୍ରେଟ ନିର୍ଦ୍ଦେଶ ଦେଇଛନ୍ତି । କର୍ଣ୍ଣାଟକ ଉପମୁଖ୍ୟମନ୍ତ୍ରୀ ତଥା କେପିସିସି ସଭାପତି ଡିକେ ଶିବକୁମାରଙ୍କ ନାଁରେ ଚାଲିବ ମକଦ୍ଦମା । ବିଜେପି ରାଜ୍ୟ ସଭାପତି ବି ୱାଇ ବିଜୟେନ୍ଦ୍ର ଏବଂ ଅନ୍ୟ ବିଜେପି ନେତାଙ୍କ ନାଁରେ ଡିକେ ଶିବକୁମାର ଓ କଂଗ୍ରେସ ସୋସିଆଲ ମିଡିଆ ମୁଖ୍ୟ ବି. ଆ.ର୍ ନାଇଡୁ ସୋସିଆଲ ମିଡିଆରେ ମିଥ୍ୟା ତଥା ଭୁଲ ତଥ୍ୟ ପୋଷ୍ଟ କରିଥିବା ନେଇ କୋର୍ଟରେ ବିଜେପି ସେଲ୍ ସଂଯୋଜକ ଯୋଗେନ୍ଦ୍ର ହୋଦାଘଟ୍ଟା ଅଭିଯୋଗ କରିଥିଲେ ।

ଏହି ମାମଲାର ଶୁଣାଣି କରି ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ । ଶିବକୁମାର ଓ ନାଇଡୁଙ୍କ ବିରୋଧରେ ମାମଲା ରୁଜ୍ଜୁ କରିବା ସହ ଏହି ମାମଲାର ଯାଞ୍ଚ ଜାନୁଆରୀ ୨୦୧୪ ପ୍ରଥମ ସପ୍ତାହରେ ହୁବଲି ପୋଲିସ ୩୧ ବର୍ଷ ତଳର ଏକ ମାମଲାରେ ଜଣେ ୬୦ ବର୍ଷୀୟ ହିନ୍ଦୁ କର୍ମକର୍ତ୍ତା ଶ୍ରୀକାନ୍ତ ପୁଜାରୀଙ୍କୁ ଗିରଫ କରିଥିଲା । ଏହି ଘଟଣାକୁ ନିନ୍ଦା କରିବା ସହ ଜୋରଦାର ବିରୋଧ ପ୍ରଦର୍ଶନ କରିଥିଲା ବିଜେପି । ବିରୋଧ ପ୍ରଦର୍ଶନ ସମୟରେ ବିଜେପିର ରାଜ୍ୟ ସଭାପତି ବିଜୟେନ୍ଦ୍ର ୟେଦିୟୁରପ୍ପା, ପୂର୍ବତନ ମନ୍ତ୍ରୀ ସୁନୀଲ କୁମାର, କେଏସ ଇଶ୍ୱରପ୍ପା, ସାଂସଦ ପ୍ରତାପ ସିହ୍ନା, ସିଟି ରବି ଓ ଅନ୍ୟ ନେତାମାନେ “ମୁଁ କରସେବକ ଅଟେ, ମୋତେ ଗିରଫ କରାଯାଉ” ଲେଖାଯାଇଥିବା ପ୍ଲାକାର୍ଡ ଧରି ବିରୋଧ ପ୍ରଦର୍ଶନ କରିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking