28.1 C
Bhubaneswar
Friday, November 22, 2024
Homeଦେଶ ବିଦେଶକଙ୍ଗାରୁ କୋର୍ଟ ଚଳାଉଛି ମିଡିଆ: ସୁପ୍ରିମକୋର୍ଟ ମୁଖ୍ୟ ବିଚାରପତି

କଙ୍ଗାରୁ କୋର୍ଟ ଚଳାଉଛି ମିଡିଆ: ସୁପ୍ରିମକୋର୍ଟ ମୁଖ୍ୟ ବିଚାରପତି

ନୂଆଦିଲ୍ଲୀ : ମାମଲାଗୁଡ଼ିକର ମିଡିଆ ଟ୍ରାଏଲ୍ ଉପରେ ସୁପ୍ରିମକୋର୍ଟ ମୁଖ୍ୟ ବିଚାରପତି ଏନ୍‌ଭି ରମନ୍ନା ପ୍ରଶ୍ନ ଉଠାଇଛନ୍ତି । ସେ କହିଛନ୍ତି ମିଡିଆ କଙ୍ଗାରୁ କୋର୍ଟ ଚଳାଇବା ଫଳରେ ଅନୁଭବୀ ଜଜ୍‌ଙ୍କୁ ମଧ୍ୟ ନିଷ୍ପତ୍ତି ନେବାରେ କଷ୍ଟକର ହେଉଛି । ସେ କହିଛନ୍ତି ପ୍ରିଣ୍ଟ୍ ମିଡିଆର ଏବେ ବି ଉତ୍ତରଦାୟୀ ହେଉଥିବା ବେଳେ ଇଲେକ୍‌ଟ୍ରୋନିକ୍ସ ମିଡିଆର କୌଣସି ଦାୟିତ୍ୱ ଦେଖିବାକୁ ମିଳୁନାହିଁ । ମୁଖ୍ୟ ବିଚାରପତି କହିଛନ୍ତି, ଦେଖୁ ଦେଖୁ ଯେକୌଣସି ମାମଲାକୁ ନେଇ ମିଡିଆ ଟ୍ରାଏଲ୍ ଆରମ୍ଭ ହୋଇଯାଉଛି । ନ୍ୟାୟ ପ୍ରଦାନ ସମ୍ବନ୍ଧିତ ପ୍ରସଙ୍ଗ ଉପରେ ଭୁଲ ସୂଚନା ଏବଂ ଏଜେଣ୍ଡା ଚଳାଇବା ପରି ଡିବେଟ୍ ଗଣତନ୍ତ୍ରର ସ୍ୱାସ୍ଥ୍ୟ ପ୍ରତି ହାନିକାରକ ସାବ୍ୟସ୍ତ ହେଉଛି । ନିଜ ଦାୟିତ୍ୱଠାରୁ ଆଗକୁ ବଢ଼ିବା ଫଳରେ ମିଡିଆ ଆମ ଗଣତନ୍ତ୍ରକୁ ଦୁଇପାଦ ପଛକୁ ଠେଲି ଦେଉଛି ।
ମୁଖ୍ୟ ବିଚାରପତି ରମନ୍ନା କହିଛନ୍ତି, ଆଜିକାଲି ଜଜ୍‌ଙ୍କ ଉପରେ ଆକ୍ରମଣରେ ବୃଦ୍ଧି ଘଟିଛି । ଅବସର ପରେ ପୁଲିସ ଏବଂ ରାଜନେତାଙ୍କୁ ଦିଆଯାଉଥିବା ସୁରକ୍ଷା ପରି ଜଜ୍‌ମାନଙ୍କୁ ମଧ୍ୟ ସୁରକ୍ଷା ଯୋଗାଇ ଦିଆଯିବା ଉଚିତ । ରମନ୍ନା କହିଥିଲେ, ସେ ରାଜନୀତି କରିବାକୁ ଚାହୁଁଥିଲେ, ମାତ୍ର ଭାଗ୍ୟକୁ ଅନ୍ୟ କିଛି ମଞ୍ଜୁର ଥିଲା । ତେବେ ଜଜ୍ ହେବାରେ ତାଙ୍କର କୌଣସି ଦୁଃଖ ନାହିଁ ବୋଲି ଜଷ୍ଟିସ୍ ରମନ୍ନା କହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking