19.1 C
Bhubaneswar
Friday, November 22, 2024
Homeଓଡିଶାକଙ୍ଗାରୁ କୋର୍ଟ ଘଟଣା: ୭୨ଘଣ୍ଟା ପରେ ଉଦ୍ଧାର ହେଲେ ମହିଳା ଓ ପୁରୁଷ

କଙ୍ଗାରୁ କୋର୍ଟ ଘଟଣା: ୭୨ଘଣ୍ଟା ପରେ ଉଦ୍ଧାର ହେଲେ ମହିଳା ଓ ପୁରୁଷ

ଭୁବନେଶ୍ୱର: ଗାଁରେ ଚୌକିଦାର, ହୋମଗାର୍ଡ,ପୋଲିସ ସମିତି ସଭ୍ୟକୁନେଇ ସବୁ ବ୍ୟବସ୍ଥା ଥାଇ ବି ଘଟଣା ସମ୍ପର୍କରେ ସୂଚନା ସଂଗ୍ରହରେ ବିଫଳ ହୋଇଛି ପୋଲିସ। ଯାହା ପୋଲିସର ସକ୍ରିୟତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଆଉ ଏହି ସମୟ ମଧ୍ୟରେ କିଛି ବି ଅଘଟଣ ଘଟିଯାଇଥିଲେ ଦାୟୀ ହୁଅନ୍ତା କିଏ ?

ସେହିପରି ପୋଲିସ ସମିତି ସଭ୍ୟ ଚୟନ ନିମନ୍ତେ ନିର୍ଦ୍ଧାରିତ ମାନଦଣ୍ଡ ଥିବାସତ୍ତ୍ୱେ ତାକୁ ପାଳନ ନ କରି କ୍ଷମତାଜାହିର ଲକ୍ଷ୍ୟରେ ପୋଲିସ ଯାହା କରିବ ତାହା ଠିକ ବୋଲି ପ୍ରମାଣିତ କରିବାକୁ ଚେଷ୍ଟା କରୁଥିବାରୁ ଜନସମ୍ପର୍କ ଠାରୁ ଦୂରେଇ ଯାଇ ଲୋକହସା ହେଲା ଭଳି ପରିସ୍ଥିତିର ସମ୍ମୁଖୀନ ହେଉଛି ବୋଲି ଆଲୋଚନା ହେଉଛି। ଖୋଦ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଏହାର ତଦନ୍ତ କରି ଅଧସ୍ତନ ଅଧିକାରୀଙ୍କ କାର‌୍ୟ୍ୟକଳାପ ଅନୁଧ୍ୟାନ କରିବା ସହିତ ଆକ୍ରୋଶ ନୁହେଁ ଲୋକସମ୍ପର୍କରେ ରହିବାକୁ ପରାମର୍ଶ ଦେଲେ ଆଗାମୀ ସମୟ ପୋଲିସ ସପକ୍ଷରେ ଯିବା ନିଶ୍ଚିତ। ତେବେ କଙ୍ଗାରୁ କୋର୍ଟ ଘଟଣାର ୭୨ଘଣ୍ଟା ପରେ ଉଦ୍ଧାର ହେଲେ ମହିଳା ଓ ପୁରୁଷ।

ପଦାରେ ପଡ଼ିଲା ପୋଲିସର ପାରିବା ପଣିଆ।ସୂଚନା ଅନୁସାରେ ମୟୂରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ଥାନା ଅନ୍ତର୍ଗତ ଭୁଆସୁଣୀ ପଞ୍ଚାୟତ ରାଇଆଁ ଗ୍ରାମର ଜଣେ ବିବାହିତା ମହିଳା ଓ ଶ୍ୟାମସୁନ୍ଦରପୁର ପଞ୍ଚାୟତ ନୂଆଗାଁର ଜଣେ ବିବାହିତ ପୁରୁଷଙ୍କୁ ଅସଞ୍ଜତ ଅବସ୍ଥାରେ ଦେଖିବାକୁ ପାଇଥିଲେ ଗ୍ରାମବାସୀ। ବୁଧୁବାର ଉଭୟଙ୍କୁ ଗ୍ରାମବାସୀ ଏକାଠି ଦେଖିବା ପରେ ଲୋକଙ୍କ ମଧ୍ୟରେ ଆକ୍ରୋଶ ଦେଖାଦେଇଥିଲା ।

ଉଭୟ ସନ୍ଦେହ ଘେରକୁ ଆସିଥିବା ଯୋଗୁଁ ଲୋକେ ଦୁହିଁଙ୍କୁ ଗାଳି ଗୁଲଜ ସହ ବାନ୍ଧି ପକାଇଥିଲେ। ପରେ ସ୍ଥିତି ଉତ୍ତେଜନାପୂର୍ଣ୍ଣ ହେବାରୁ ଗ୍ରାମବାସୀ ଉଭୟଙ୍କୁ ସର୍ବ ସମ୍ମୁଖ ଏକ ଗଛରେ ବାନ୍ଧି ନିସ୍ତୁକ ମାଡ଼ ମାରିଥିଲେ। ଏପରିକି ବୁଧୁବାର ଠାରୁ ଶୁକ୍ରବାର ସନ୍ଧ୍ୟା ପର‌୍ୟ୍ୟନ୍ତ ସେମାନଙ୍କୁ ଗାଁରେ ଅଟକ ରଖିଥିଲେ। । ପରେ ଖବରପାଇ ଘଟଣାସ୍ଥଳରେ ସଦର ଏସ ଡି ପି ଓ, ବାଙ୍ଗିରିପୋଷି ଥାନା ଅଧିକାରୀ ପହଞ୍ଚି ୭୨ ଘଣ୍ଟା ପରେ ମହିଳା ଏବଂ ପୁରୁଷଙ୍କୁ ଉଦ୍ଧାର କରିଛନ୍ତି।

ତେବେ ସ୍ଥାନୀୟ ପୋଲିସ ନିକଟରେ ଘଟଣା ସମ୍ପର୍କରେ ଖବର ପହଞ୍ଚିବାରେ ବିଳମ୍ବର କାରଣକୁନେଇ ତର୍ଜମା କରିବାର ଆବଶ୍ୟକତା ରହିଛି। ସେହିପରି ଏକ୍ଷେତ୍ରରେ ବିଫଳ ଅଧିକାରୀଙ୍କ ବିରୋଧରେ ଶୃଙ୍ଖଳାଗତ କାର‌୍ୟ୍ୟାନୁଷ୍ଠାନ ଗ୍ରହଣ ମଧ୍ୟ ଜରୁରୀ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking