18.1 C
Bhubaneswar
Friday, December 27, 2024
Homeବଲିଉଡମହିଳାଙ୍କୁ ମାଡ଼ ମାରିବା ଅଭିଯୋଗରେ ରବିନାଙ୍କୁ ସମର୍ଥନ କଲେ କଙ୍ଗନା

ମହିଳାଙ୍କୁ ମାଡ଼ ମାରିବା ଅଭିଯୋଗରେ ରବିନାଙ୍କୁ ସମର୍ଥନ କଲେ କଙ୍ଗନା

ନୂଆଦିଲ୍ଲୀ: ଅଭିନେତ୍ରୀରୁ ରାଜନେତ୍ରୀ ହୋଇଥିବା କଙ୍ଗନା ରାଣାୱତ ରବିନା ଟଣ୍ଡନଙ୍କ ସମର୍ଥନରେ ସ୍ୱର ଉତ୍ତୋଳନ କରିଛନ୍ତି। ତାଙ୍କ ବିରୁଦ୍ଧରେ ଦୁର୍ବ୍ୟବହାର ଏବଂ ଜଣେ ମହିଳାଙ୍କୁ ମାଡ଼ ମାରିବାର ଅଭିଯୋଗ ସହ ଭିଡିଓ ଭାଇରାଲ୍ ହେବା ଘଟଣାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ଅଭିନେତ୍ରୀ ତଥା ରାଜନେତ୍ରୀ କଙ୍ଗନା। ଏହି ଭିଡିଓକୁ ଦେଖିବା ପରେ କଙ୍ଗନା ଘଟଣାକୁ ଖୁବ ନିନ୍ଦା କରିବା ସହ ଏହାକୁ ସମ୍ପୂର୍ଣ୍ଣ ଚିନ୍ତାଜନକ ବୋଲି କହିଛନ୍ତି। ସେ ନିଜ ଇନଷ୍ଟାଗ୍ରାମରେ ପୋଷ୍ଟ ସେୟାର କରି ଲେଖିଛନ୍ତି, “ରବିନା ଟଣ୍ଡନଙ୍କ ସହ ଯାହା ଘଟିଛି ତାହା ସମ୍ପୂର୍ଣ୍ଣ ଚିନ୍ତାଜନକ। ରାସ୍ତାରେ ଅଭିନେତ୍ରୀଙ୍କୁ ଏଭଳି ଆକ୍ରମଣକୁ ନେଇ ମୁଁ ଅସନ୍ତୋଷ। ଏପରି ହିଂସାତ୍ମକ ଏବଂ ବିଷାକ୍ତ ଆଚରଣରେ ସାମିଲ ଥିବା ଲୋକଙ୍କ ପ୍ରତି କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଉଚିତ। ନଚେତ ଏମିତି ଘଟଣା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିବ।

ପ୍ରକାଶ ଥାଉକି, ଗତକାଲି ଏକ ଭିଡିଓ ଭାଇରାଲ୍ ହୋଇଥିଲା, ଯେଉଁଥିରେ ଜଣେ ବ୍ୟକ୍ତି ଅଭିଯୋଗ କରିଥିଲେ ଯେ, ଅଭିନେତ୍ରୀ ରବିନା ଟଣ୍ଡନ ଏବଂ ତାଙ୍କ କାର୍ ଡ୍ରାଇଭର ତାଙ୍କ ମାଆ ଓ ଭାଣିଜୀଙ୍କୁ ଦୁର୍ବ୍ୟବହାର କରିବା ସହ ମାଡ଼ ମାରିଛନ୍ତି। ଏନେଇ ସେ ପୁଲିସରେ ଅଭିଯୋଗ କରିଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇନାହିଁ। କିନ୍ତୁ ଭାଇରାଲ୍ ଭିଡିଓରେ ରବିନା ସେମାନଙ୍କୁ ବୁଝାଉଥିବାର ଦେଖିବାକୁ ମିଳିଥିଲା। ଏପରିକି ସେ ସେମାନଙ୍କୁ ବୁଝାଇବା ସମୟରେ ତାଙ୍କୁ ଅପଶବ୍ଦ ପ୍ରୟୋଗ କରାଯିବା ସହ ଅଭିଯୋଗକାରୀ ମାଡ଼ ମାର ବୋଲି କହୁଥିବା ଶୁଣିବାକୁ ମିଳିଥିଲା। ଏହି ଭିଡିଓକୁ ନେଇ ଅନେକ ୟୁଜର୍ସ ରବିନାଙ୍କ ସମର୍ଥନରେ ବାହାରି ଥିବାବେଳେ କଙ୍ଗନା ରାଣାୱତ ତାଙ୍କୁ ସମର୍ଥନ କରିଛନ୍ତି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking