17.1 C
Bhubaneswar
Monday, November 25, 2024
Homeବଲିଉଡସୋସିଆଲ୍ ମିଡିଆରେ ପୋଷ୍ଟ୍ ମାମଲା: ମୁମ୍ବାଇ ପୋଲିସ ନିକଟରେ ହାଜର ହେଲେ ନାହିଁ କଙ୍ଗନା

ସୋସିଆଲ୍ ମିଡିଆରେ ପୋଷ୍ଟ୍ ମାମଲା: ମୁମ୍ବାଇ ପୋଲିସ ନିକଟରେ ହାଜର ହେଲେ ନାହିଁ କଙ୍ଗନା

ମୁମ୍ବାଇ: ଦେଶରେ ଚାଲିଥିବା କୃଷକ ଆନ୍ଦୋଳନ ସମୟରେ କୃଷକମାନଙ୍କର ବିଛିନ୍ନତାବାଦୀଙ୍କ ସହ ସମ୍ବନ୍ଧ ଅଛି ବୋଲି କହିଥିଲେ ବଲିଉଡ୍ ଅଭିନେତ୍ରୀ କଙ୍ଗନା ରାଣାୱତ । କଙ୍ଗନାଙ୍କ ଏପରି ମନ୍ତବ୍ୟ ଉପରେ ଏକ ଶିଖ୍ ଅନୁଷ୍ଠାନର ବିରୋଧ ପରେ, ଖର୍ ଥାନାରେ ତାଙ୍କ ବିରୋଧରେ ଗତ ମାସରେ ଏକ ମାମଲା ରୁଜୁ କରାଯାଇଥିଲା । ବୁଧବାର ସେ ପୋଲିସ ନିକଟରେ ହାଜର ହେବାର ଥିଲା ଯାହାକୁ କଙ୍ଗନା ପାଳନ କରି ନାହାନ୍ତି । ଡିସେମ୍ବର ମାସର ପ୍ରାରମ୍ଭରେ ପୋଲିସ ତାଙ୍କୁ ପଚରାଉଚୁରା କରିବା ପାଇଁ ଏକ ନୋଟିସ୍ ପଠେଇଥିଲେ । କଙ୍ଗନାଙ୍କ ପରାମର୍ଶଦାତା ଏହାର ଉତ୍ତରରେ ବମ୍ବେ ହାଇକୋର୍ଟଙ୍କୁ କହିଥିଲେ ଯେ କଙ୍ଗନା ଡିସେମ୍ବର ୨୨ ତାରିଖ ଦିନ ଖର୍ ପୋଲିସ ନିକଟରେ ହାଜର ହେବେ । ତେବେ ଆଜି କଙ୍ଗନାଙ୍କ ଓକିଲ ଅଦାଲତ ସମ୍ମୁଖରେ ହାଜର ହେବାକୁ ଆଉ ଏକ ତାରିଖ ଦେବା ପାଇଁ ନିବେଦନ କରିଛନ୍ତି । “ହାଇକୋର୍ଟଙ୍କ ଆଦେଶର ଲକ୍ଷ୍ୟ ଏବଂ ଉଦ୍ଦେଶ୍ୟକୁ ଅନୁସରଣ କରି ଆମେ ତଦନ୍ତ ଅଧିକାରୀଙ୍କୁ ପୂର୍ବ ତାରିଖ ପାଇଁ ଅନୁରୋଧ କରିଥିଲୁ ଏବଂ ପରବର୍ତ୍ତୀ ଅଦାଲତର ଶୁଣାଣି ପୂର୍ବରୁ ପ୍ରକ୍ରିୟା ତ୍ୱରାନ୍ୱିତ କରିବାକୁ ଚାହୁଁଥିଲୁ । ତଥାପି ତଦନ୍ତ ଅଧିକାରୀ ଆମକୁ ସମୟ ଦେଲେ ନାହିଁ । ସେ ମୋର ମେସେଜ୍ କିମ୍ବା କଲ୍ ଉପରେ କୌଣସି ପ୍ରତିକ୍ରିୟା ଦେଲେ ନାହିଁ କିମ୍ବା ନିର୍ଦ୍ଦେଶ ପରେ ତୁରନ୍ତ ତାଙ୍କ ଉପରେ ଦିଆଯାଇଥିବା ଚିଠିକୁ ସେ ଫେରାଇଲେ ନାହିଁ ବୋଲି ରାନାୱତଙ୍କ ଓକିଲ ରିଜୱାନ୍ ସିଦିକି କହିଛନ୍ତି । ବର୍ତ୍ତମାନ ମୋ ମହକିଲ କଙ୍ଗନା ପୋଲିସ ନିକଟରେ ଅତି କମ ସମୟ ମଧ୍ୟରେ ହାଜର ହେବେ । ଯଦି ତଦନ୍ତକାରୀ ଅଫିସର୍ ଆମକୁ ସହଯୋଗ କରିବେ ନାହିଁ ତେବେ ଆମେ ହାଇକୋର୍ଟଙ୍କ ନିକଟରେ ଏହି ଘଟଣା ବିଷୟରେ ଫଇସଲା କରିବା ପାଇଁ ଆବେଦନ କରିବୁ ବୋଲି ରିଜୱାନ୍ କହିଛନ୍ତି । କୃଷକ ଆନ୍ଦୋଳନରେ ବିଛିନ୍ନତାବାଦୀଙ୍କ ସମ୍ପୃକ୍ତି ଟିପ୍ପଣୀରେ କଙ୍ଗନାଙ୍କୁ ଜାନୁୟାରୀ ୨୫ ତାରିଖ ପର୍ଯ୍ୟନ୍ତ ପୋଲିସ ଗିରଫ କରିପାରିବ ନାହିଁ ବୋଲି ହାଇକୋର୍ଟ କହିଥିଲେ । ହାଇକୋର୍ଟ କହିବା ପରେ ପୋଲିସ ଏହି ବିବୃତ୍ତି ଦେଇଛି ଯେ, ଏହି ପ୍ରସଙ୍ଗରେ ରାଣାୱତଙ୍କ ସ୍ୱାଧୀନ ବକ୍ତବ୍ୟର ମୌଳିକ ଅଧିକାରର ଏକ ବଡ଼ ପ୍ରଶ୍ନ ରହିଛି ଏବଂ କୋର୍ଟ ତାଙ୍କୁ ମଧ୍ୟବର୍ତ୍ତୀକାଳୀନ କିଛି ଛାଡ କରିପାରିବେ । ରାଣାୱତ ଏହି ମାସର ପ୍ରାରମ୍ଭରେ କୋର୍ଟଙ୍କୁ କହିଥିଲେ ଯେ ତାଙ୍କ ବିରୋଧରେ ଖର୍ ପୋଲିସ ଷ୍ଟେସନରେ ଯେଉଁ ମାମଲା ଦାୟର କରା ହୋଇଛି ତାହାକୁ ଖାରଜ କରାଯାଉ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking