ଫୁଲବାଣୀ : ହାତରେ ନେଗେଟିଭ୍ ରିପୋର୍ଟ । ତଥାପି ଘର ଆଗରେ ବାଡ଼ ବାନ୍ଧିଲା ଏନ୍.ଏ.ସି କର୍ତ୍ତୁପକ୍ଷ । ଏଭଳି ଏକ ଦୃଶ୍ୟ ଦେଖାଯାଇଛି କନ୍ଧମାଳ ଜିଲା ଜି.ଉଦୟଗରି ଅଞ୍ଚଳରେ । ଏହାକୁ ନେଇ ଅଞ୍ଚଳରେ ଆଲୋଚନା ଜୋର ଧରିଚି । କେବଳ ସେତିକି ନୁହେଁ , ସଙ୍ଗରୋଧରେ ରହିବାକୁ ମଧ୍ୟ ଦିଆଯାଇଛି କଡ଼ା ନିର୍ଦ୍ଦେଶ । ଜି.ଉଦୟଗିରି ଅଞ୍ଚଳର ଜଣେ ଗଣମାଧ୍ୟମ ପ୍ରତିନିଧି ପ୍ରତାପ ଚନ୍ଦ୍ର ପାଢୀଙ୍କ ଏହି ନିର୍ଦ୍ଦେଶ ମିଳିଥିବା ବେଳେ ତାଙ୍କ ପାଖକୁ କୌଣସି ମେଡ଼ିକାଲ୍ ଟିମ୍ କିମ୍ବା କୌଣସି ଔଷଧ ମଧ୍ୟ ଦିଆଯାଇ ନାହିଁ । ଅଭିଯୋଗ ପ୍ରକାରେ , ପ୍ରତାପ ଗତ ୬ ତାରିଖରେ କୋଭିନ୍ ପରୀକ୍ଷା କରାଇତିଲେ । ତାଙ୍କର ସ୍ୱାବ ପରୀକ୍ଷା କରାଯାଇ ନେଗେଟିଭ୍ ରିପୋର୍ଟ ଦିଆଯାଇଥିଲା । ତେବେ ପୁଣି ୯ ତାରିଖ ଦିନ ତାଙ୍କ ନିକଟରେ ମୋବାଇଲ୍ରେ ଏକ ମେସେଜ୍ ଆସିଲା ଆପଣ ଆରଟିପିସିଆର୍ ପରୀକ୍ଷା ପାଇଁ ସ୍ୱାବ ସଂଗ୍ରହ କରାଯିବ । ତେବେ ଏନେଇ ଗଣମାଧ୍ୟମ ପ୍ରତିନିଧି ଜଣକ ଏନେଇ କୋଭିନ୍ ଦାୟି୍ତ୍ୱରେ ଥିବା ଅଧିକାରୀଙ୍କୁ ସାକ୍ଷାତ କରି ଘଟଣା ସଂପକ୍ରରେ ଅବଗତ କରିବା ପରେ ସେଠାରେ ଭୁଲ୍ରେ ମେସେଜ୍ ଯାଇଥିବାର ସୂଚନା ଦେବା ସହିତ ଅନ୍ୟ ଜଣଙ୍କ ସ୍ଥାନରେ ଆପଣଙ୍କ ଫିଡ଼ିଙ୍ଗ୍ ହୋଇଛି ବୋଲି ମଧ୍ୟ କହିଥିଲେ । ତେବେ ପୁଣିଥରେ ୧୪ ତାରିକରେ ବାଲିଗୁଡ଼ା ଓ ଫୁଲବାଣୀ କୋଭିଡ଼୍ କଣ୍ଟ୍ରୋଲ୍ ରୁମ୍ ରୁ ଫୋନ୍ ଯିବା ସହିତ ଘର ସମ୍ମୁଖରେ ବାଉଁଶବାଡ଼ ବାନ୍ଧିବା ସହିତ ପ୍ରବେଶ ପ୍ରସ୍ତାନ ନିଷେଦ ଲଗାଇ ଦେଲା ଏନ୍,ଏସି । କର୍ମଚାରୀଙ୍କ ଦାୟି୍ତ୍ୱ ହୀନତା ଯୋଗୁଁ ଏଭଳି ସମସ୍ୟା ସୃଷ୍ଟି ହେଉଛି ବୋଲି ଅନେକ ଅଭିଯୋଗ କରିଛନ୍ତି । ଏହାକୁ ବିିଭିନ୍ନ ଗଣମାଧ୍ୟମ ପ୍ରତିନିଧି ମାନେ ନିନ୍ଦା କରିଛନ୍ତି । ତେବେ ପ୍ରତାପଙ୍କ ଘର ନିିକଟରେ ଅନ୍ୟଜଣେ ପଜିଟିଭ୍ ଥିଲେ ମଧ୍ୟ ତାଙ୍କ ଘରକୁ କୁଆଡ଼େ ଆଜି ପର୍ଯ୍ୟନ୍ତ ବାଉଁଶ ବାଡ଼ ପକାଯାଇନଥିବାକୁ ନେଇ ମଧ୍ୟ ଅନେପ ପ୍ରଶ୍ନ କରିଛନ୍ତି ।