26.1 C
Bhubaneswar
Thursday, April 16, 2026
Homeଓଡିଶାକନ୍ଧମାଳ : ଝାଡ଼ାବାନ୍ତିରେ ୫ ମୃତ

କନ୍ଧମାଳ : ଝାଡ଼ାବାନ୍ତିରେ ୫ ମୃତ

କନ୍ଧମାଳ : କନ୍ଧମାଳ ଜିଲ୍ଲା ତୁମୁଡ଼ିବନ୍ଧ ବ୍ଲକ୍‌ର ଦୁର୍ଗମ ଝିରିପାଣି ପଞ୍ଚାୟତରେ ଏକ ସ୍ଥ‌ାନୀୟ ଭୋଜିରେ ଖାଇବା ଏବଂ ଦୂଷିତ ପାଣି ପିଇବା କାରଣରୁ ବରଗାଁ, ନାଲକୁଟି, ପୁଡ଼େଣିଗାଁ, କୁନାବାଡ଼ା ଓ ବୁଡ଼େପଦରରେ ଝାଡ଼ାବାନ୍ତି ବ୍ୟାପିଥିଲା। ସପ୍ତାହକ ଭିତରେ ଏଠାରୁ ଶତାଧିକ ଆକ୍ରାନ୍ତ ହୋଇଥିଲେ। ଗତ ତିନିଦିନ ମଧ୍ୟରେ ବରଗାଁର ମୁଶ୍ରୀ ମାଝି (୫୨), ଟାପଡ଼ି ମାଝିଙ୍କ ୫୦ ବର୍ଷୀୟ ପତ୍ନୀ, ନଲକୁଟି ଗ୍ରାମର ଅମିତ ମାଝି (୩୫), ଅମିତଙ୍କ ମା’ ବିଙ୍ଗିଟି ମାଝି (୫୦) ଓ ବୁଡ଼େନପଦରରେ ଜଣକ ମୃତ୍ୟୁ ଅଭିଯୋଗ ହୋଇଥିଲା। କିନ୍ତୁ ସରକାରୀ ହିସାବରେ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ବୁଡ଼େନପଦରରେ ଜଣେ ଏବଂ ବରଗାଁରେ ଜଣେ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା କୁହାଯାଇଛି। ଅନ୍ୟପକ୍ଷରେ ଏବେ ଝାଡ଼ାବାନ୍ତି ସ୍ଥିତି ନିୟନ୍ତ୍ରଣକୁ ଆସିଛି ବୋଲି କନ୍ଧମାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡା. ବିଜୟ କୁମାର ପଣ୍ଡା ‘ସମ୍ବାଦ’କୁ ସୂଚନା ଦେଇଛନ୍ତି।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking