30.1 C
Bhubaneswar
Wednesday, December 4, 2024
Homeଦେଶ ବିଦେଶବିରୋଧୀ ଦଳର ନେତା ପଦରୁ କମଲନାଥଙ୍କ ଇସ୍ତଫା

ବିରୋଧୀ ଦଳର ନେତା ପଦରୁ କମଲନାଥଙ୍କ ଇସ୍ତଫା

ଭୋପାଳ: ମଧ୍ୟପ୍ରଦେଶରେ ନିର୍ବାଚନ ନିର୍ବାଚନ ପୂର୍ବରୁ କଂଗ୍ରେସର ଏକ ବଡ଼ ନିଷ୍ପତ୍ତି ସ୍ୱରୂପ କମଲନାଥ ବିରୋଧୀ ଦଳ ନେତା ପଦରୁ ଇସ୍ତଫା ଦେଇଛନ୍ତି। କମଲନାଥ ଇସ୍ତଫା ଦେବା ପରେ ବରିଷ୍ଠ ବିଧାୟକ ଡକ୍ଟର ଗୋବିନ୍ଦ ସିଂଙ୍କୁ ବିରୋଧୀ ଦଳର ନେତା କରାଯାଇଛି। ସେ ସାତଥର ବିଧାୟକ ଥିବାବେଳେ ଦୀର୍ଘ ଦିନ ଧରି ତାଙ୍କୁ ବିରୋଧୀ ଦଳର ନେତା କରିବାକୁ କଂଗ୍ରେସ ବିଧାୟକମାନେ ଦାବି କରୁଥିଲେ । ଦଳର ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କ ନିର୍ଦ୍ଦେଶ କ୍ରମେ ଅଲ ଇଣ୍ଡିଆ କଂଗ୍ରେସ କମିଟିର ସାଧାରଣ ସମ୍ପାଦକ ମୁକୁଲ ୱାସନିକ ଆଜି ବିରୋଧୀ ଦଳର ନେତା ଡକ୍ଟର ଗୋବିନ୍ଦ ସିଂଙ୍କ ନିଯୁକ୍ତି ନେଇ ଘୋଷଣା କରିଥିଲେ । ଏହା ପରେ କଂଗ୍ରେସ ପକ୍ଷରୁ କୁହାଯାଇଛି ଯେ କମଲ ନାଥ ଏହି ପଦବୀରୁ ଇସ୍ତଫା ଦେଇଛନ୍ତି ଯାହାକୁ ଗ୍ରହଣ କରାଯାଇଛି। ସୂଚନା ମୁତାବକ ଡକ୍ଟର ଗୋବିନ୍ଦ ସିଂଙ୍କୁ ବିରୋଧୀ ଦଳର ନେତା କରିବା ପାଇଁ ମଧ୍ୟପ୍ରଦେଶ କଂଗ୍ରେସ କମିଟି ପ୍ରସ୍ତାବ ଦେଇଥିଲା । ଯାହାକୁ ଏଆଇସିସି ଗ୍ରହଣ କରିଛି ।
ଗୋବିନ୍ଦ ସିଂ ଭିଣ୍ଡ ଜିଲ୍ଲାର ଲହାର ବିଧାନସଭା ଆସନରୁ ଜଣେ ବିଧାୟକ ହୋଇଥିବାବେଳେ ସେ ଲଗାତାର ସପ୍ତମ ଥର ପାଇଁ ବିଧାୟକ ଭାବରେ ନିର୍ବାଚିତ ହୋଇଛନ୍ତି। ସେ ସତୁରି ଦଶକରୁ ଛାତ୍ର ରାଜନୀତିରେ ଡେବ୍ୟୁ କରିଥିଲେ ଏବଂ ଜବଲପୁର ସରକାରୀ ଆୟୁର୍ବେଦିକ ମହାବିଦ୍ୟାଳୟର ଛାତ୍ର ସଂଗଠନର ସଭାପତି ଭାବରେ ନିର୍ବାଚିତ ହୋଇଥିଲେ। ୧୯୮୫ରେ ଭିଣ୍ଡ ମ୍ୟୁନିସିପାଲିଟି ପରିଷଦର ସଭାପତି ହୋଇଥିଲେ। ୧୯୯୦ରେ ପ୍ରଥମ ଥର ପାଇଁ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking