20.1 C
Bhubaneswar
Wednesday, January 8, 2025
Homeଓଡିଶା୨୦୮୫ କୋଟି ଟଙ୍କାର ପ୍ରକଳ୍ପ ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ଲୋକାର୍ପିତ

୨୦୮୫ କୋଟି ଟଙ୍କାର ପ୍ରକଳ୍ପ ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ଲୋକାର୍ପିତ

 

 କଳାହାଣ୍ଡି : ଭୋକର ଭୂଗୋଳ ହୋଇ ରହିନାହିଁ କଳାହାଣ୍ଡି । ଓଡିଶା ଇତିହାସ ପୃଷ୍ଠାରେ ଦିନେ କୃଷି ସ୍ୱାସ୍ଥ୍ୟ ଶିକ୍ଷା ଓ ଗମନାଗମନ ଏକ ପଛୁଆ ଜିଲ୍ଲା ଭାବରେ ପରିଗଣିତ ହେଉଥିବା କଳାହାଣ୍ଡି ଜିଲ୍ଲାର ଚିତ୍ର ବର୍ତ୍ତମାନ ସମ୍ପୂର୍ଣ୍ଣ ଭାବେ ବଦଳି ଯାଇଛି ।
ଆଜି କଳାହାଣ୍ଡିର ପ୍ରଗତି ଦୁନିଆକୁ ବିକାଶର ବାର୍ତ୍ତା ଦେଉଛି । ରାଜ୍ୟ ସହିତ ଦେଶର ଭୋକ ମେଣ୍ଟାଇବା ପାଇଁ ଧାନ ଚାଷରେ ରାଜ୍ୟର ପ୍ରଥମ ତଥା ଦେଶରେ ଦ୍ଵିତୀୟ ସ୍ଥାନ ଅଧିକାର କରିଛି ।
ଦୁର୍ଗମ ଆଦିବାସୀ ଅଞ୍ଚଳ ହେଉ ଉପକୂଳ ଓଡିଶା, ବିକାଶ ଆଜି ସ୍ବପ୍ନ ହୋଇ ରହିନାହିଁ, ନବୀନ ପଟ୍ଟନାୟକ ନେତୃତ୍ୱରେ ଗଠିତ ସରକାର ଦେଉଛି ବଡ଼ ପରିଚୟ । ଲୋକଙ୍କ ମୁହଁରେ ହସ ହିଁ ବିକାଶର ବଡ଼ ସଫଳତା ବୋଲି ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ କହିଆସୁଛନ୍ତି । ରାଜ୍ୟର ଏହି ବିକାଶ ଯାତ୍ରାରେ କଳାହାଣ୍ଡିକୁ ସବୁବେଳେ ଉପେକ୍ଷିତ ରହି ଆସୁଥିବା ବେଳେ । ଆଜି ମକର ସଂକ୍ରାନ୍ତି ଭଳି ଶୁଭ ଅବସରରେ କଳାହାଣ୍ଡିର ବିକାଶର ଇତିହାସରେ ଏକ ନୂତନ ଅଧ୍ୟାୟ ଯୋଡି ହେଇ ଯାଇଛି । ଓଡିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି କଳାହାଣ୍ଡି ବାସୀଙ୍କ ପାଇଁ ୨ହଜାର ୮୫ କୋଟି ୨୦ ଲକ୍ଷ୍ ୯୦ ହଜାର ଟଙ୍କାରୁ ଉର୍ଦ୍ଧ୍ବ ୧୦୬ ଗୋଟି ପ୍ରକଳ୍ପ ଶୁଭାରମ୍ଭ କରିଛନ୍ତି । ଏହି ଐତିହାସିକ ଶୁଭାରମ୍ଭ ଅବସରରେ ଶିଶୁବିକାଶ କଲ୍ୟାଣମନ୍ତ୍ରୀ ଶ୍ରୀମତୀ ଟୁକୁନି ସାହୁ, ଜଳ ସମ୍ପଦ ମନ୍ତ୍ରୀ ରଘୁନନ୍ଦନ ଦାସ, ଗୃହ ରାଷ୍ଟ୍ର ମନ୍ତ୍ରୀ କ୍ୟାପଟେନ ଦିବ୍ୟ ଶଙ୍କର ମିଶ୍ର, ରାଜ୍ୟ ସଭା ସାଂସଦ ସୁଜିତ କୁମାର ସେଠ, କଳାହାଣ୍ଡି ସାଂସଦ ବସନ୍ତ ପଣ୍ଡା, ନର୍ଲା ବିଧାୟକ ଭୂପିନ୍ଦର ସିଂ, ଲାଞ୍ଜିଗଡ ବିଧାୟକ ପ୍ରଦୀପ ଦିଶାରୀ, ଧର୍ମଗଡ଼ ବିଧାୟକ ମହୋଷଧି ବାଗ ଓ ଫାଇଭ ଟି ସଚିବ ଭି. କାର୍ତ୍ତିକେୟନ ପାଣ୍ଡିୟାନ , ରାଜ୍ୟର ଶାସନ ସଚିବ ଅନୁ ଗର୍ଗ ,କଳାହାଣ୍ଡି ଜିଲ୍ଲାପାଳ ଡ଼ାକ୍ତର ଗାଭାଲି ପରାଗ ହର୍ଷଦ ,ରାଜ୍ୟର ବିଭିନ୍ନ ବିଭାଗର ମନ୍ତ୍ରୀ ଓ ବିଧାୟକ ଉପସ୍ଥିତ ଥିଲେ । ଏହା ସହିତ ବିଜୁ ଜନତା ଦଳର ଅନେକ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ ।

କଳାହାଣ୍ଡି ରୁ ସୁନୀଲ କୁମାର ମୁଣ୍ଡଙ୍କ ରିପୋର୍ଟ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking