19.1 C
Bhubaneswar
Friday, November 22, 2024
Homeଅପରାଧଝିଆରୀ ସହ ଅନୈତିକ ସମ୍ପର୍କ ରଖି ଚର୍ଚ୍ଚାରେ କାକା

ଝିଆରୀ ସହ ଅନୈତିକ ସମ୍ପର୍କ ରଖି ଚର୍ଚ୍ଚାରେ କାକା

ବଳାଙ୍ଗୀର: ପ୍ରେମରେ ଟ୍ୟୁସନ୍ ସାର ଏମିତି ପାଗଳ ଥିଲେ ଯେ ସ୍ଥାନ, କାଳ, ପାତ୍ର କି ସମ୍ପର୍କ କିଛି ଦେଖୁନଥିଲେ । ଖାଲି ପ୍ରେମରେ ଉବୁଟୁବୁ ହେଉଥିଲେ । ନିଜେ ବିବାହ କରିଥିବା କଥାକୁ ବି ଭୁଲିଯାଇଥିଲେ । ପୁଣି ପ୍ରେମ ଯାହାକୁ କରିଥିଲେ ସେ ସଂପର୍କରେ ହେବ ଝିଆରୀ । ହେଲେ କାକା ହୋଇ ତାକୁ ସୁରକ୍ଷା ଦେବେ କଣ? ବରଂ ନିଜେ ପ୍ରେମରେ ପାଗଳ ଥିଲେ । ପ୍ରେମ ସମ୍ପର୍କରେ ଏତେ ଅଧିକ ହୋଇଥିଲା ଯେ ଏବେ ଝିଆରୀ ମାଆ ହୋଇଛନ୍ତି । ହେଲେ ଘଟଣା ପରେ କିନ୍ତୁ ଆଉ ଧରାଛୁଆଁ ଦେଉନାହାନ୍ତି ଟ୍ୟୁସନ୍ ସାର୍ । ସଂପର୍କରେ କାକା-ଝିଆରୀ ହେବା ପରେ ବି ଝିଆରୀ ସହ ଅନୈତିକ ସମ୍ପର୍କ ରଖି ଏବେ ଚର୍ଚ୍ଚାରେ କାକା । ବଲାଙ୍ଗୀର ପୁଇଁନ୍ତଳାରୁ ସାମ୍ନାକୁ ଆସିଛି ଏମିତି ଚାଞ୍ଚଲ୍ୟକର ଘଟଣା ।

ସ୍ଥାନୀୟ ଅଞ୍ଚଳର ସତ୍ୟନାରାୟଣ ପୁଟେଲ ଜଣେ ବିବାହିତ ପୁରୁଷ । କିନ୍ତୁ ଟ୍ୟୁସନ୍ କରୁଥିଲେ । ପାଠ ପଢାଉ ପଢାଉ ଝିଆରୀ ପ୍ରେମରେ ପଡିଥିଲେ ସତ୍ୟନାରାୟଣ । ବାରମ୍ବାର ପ୍ରେମ ନିବେଦନ ପରେ ଉଭୟଙ୍କ ମଧ୍ୟରେ ଗଢିଉଠିଥିଲା ଶାରୀରିକ ସମ୍ପର୍କ । ପ୍ରେମିକା ଗର୍ଭବତୀ ହେବା ପରେ ସ୍ଥାନୀୟ ଅଞ୍ଚଳର ଏକ ଭଡାଘରେ ରହୁଥିଲେ ଉଭୟ । କିନ୍ତୁ ଏବେ କୁନି ଝିଅକୁ ନେଇ କେଉଁ ଆଡେ ଫେରାର ମାରିଛନ୍ତି ସତ୍ୟ । ଯାହାକୁ ନେଇ ଥାନାରେ ଏତଲା ଦେଇଛନ୍ତି ପୀଡିତା ଓ ତାଙ୍କ ମାଆ । ସେପଟେ ସତ୍ୟନାରାୟଣଙ୍କ ସ୍ତ୍ରୀ ମଧ୍ୟ ସ୍ୱାମୀ ପ୍ରତାରଣା କରିଥିବା ନେଇ ବଲାଙ୍ଗିର ଟାଉନଥାନାରେ ଲିଖିତ ଅଭିଯୋଗ କରିଥିବା ଜଣାପଡିଛି । ତେବେ ଏନେଇ ପୋଲିସ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking