30.1 C
Bhubaneswar
Sunday, June 16, 2024
Homeଓଡିଶାଇସ୍ତଫା ପରେ ପୁଣି ଦଳକୁ ଫେରି ନୂଆ ଦାୟିତ୍ବ ନେଲେ ଜ୍ୟୋତିପ୍ରକାଶ

ଇସ୍ତଫା ପରେ ପୁଣି ଦଳକୁ ଫେରି ନୂଆ ଦାୟିତ୍ବ ନେଲେ ଜ୍ୟୋତିପ୍ରକାଶ

ବାଲେଶ୍ବର: ବୁଧବାର ସିମୁଳିଆ ବିଧାୟକ ଜ୍ୟୋତିପ୍ରକାଶ ପାଣିଗ୍ରାହୀ ବିଜେଡ଼ିରୁ ଇସ୍ତଫା ଦେଇଥିଲେ। ତେବେ ୨୪ ଘଣ୍ଟା ନ ପୁରୁଣୁ ଦଳ ଜ୍ୟୋତିପ୍ରକାଶଙ୍କୁ ବୁଝାଇସୁଝାଇ ଘର ବାହୁଡ଼ାଇ ଆଣିଛି। ଏହା ସହିତ ଜ୍ୟୋତିପ୍ରକାଶଙ୍କୁ ଦଳ ପକ୍ଷରୁ ନୂଆ ଦାୟିତ୍ବ ପ୍ରଦାନ କରାଯାଇଛି। ତାଙ୍କୁ ବାଲେଶ୍ବର ଜିଲ୍ଲା ସଭାପତିର ଦାୟିତ୍ବ ଦିଆଯାଇଛି। ସୂଚନାଯୋଗ୍ୟ, ଜ୍ୟୋତି ପ୍ରକାଶ ପାଣିଗ୍ରାହୀ ୨୦୧୪ ଓ ୨୦୧୯ରେ ବିଜେଡି ଟିକେଟରୁ ବିଧାୟକ ହୋଇଥିଲେ। କିନ୍ତୁ ଦଳ ଏଥର ତାଙ୍କୁ ଟିକେଟ ନ ଦେବା କାରଣରୁ ସେ ଅସନ୍ତୁଷ୍ଟ ଥିବା କୁହାଯାଉଛି। ଦଳରେ ତାଙ୍କୁ ଅଣଦେଖା କରାଯାଉଥିବା ଚର୍ଚ୍ଚା ହେଉଥିଲା। ମାତ୍ର ସେ ଇସ୍ତଫା ଦେବାପରେ ଦଳ ତାଙ୍କୁ ଗୁରୁତ୍ବପ୍ରଦାନ କରି ଏବେ ନୂଆ ଦାୟିତ୍ବ ଦେଇଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking