କଟକ: ଜଷ୍ଟିସ୍ ସଞ୍ଜୟ କୁମାର ମିଶ୍ର ଝାଡ଼ଖଣ୍ଡ ହାଇକୋର୍ଟର ମୁଖ୍ୟ ବିଚାରପତି ନିଯୁକ୍ତ । ମୁଖ୍ୟ ବିଚାରପତି ଭାବେ ନିଯୁକ୍ତି ପ୍ରଦାନ କଲେ ରାଷ୍ଟ୍ରପତି । ବର୍ତ୍ତମାନ ଉତ୍ତରାଖଣ୍ଡ ହାଇକୋର୍ଟର ବିଚାରପତି ଭାବେ କାର୍ଯ୍ୟ କରୁଛନ୍ତି । ସୁପ୍ରିମକୋର୍ଟଙ୍କ କଲେଜିୟମ ଗତ ଡିସେମ୍ବର ୧୩ ତାରିଖରେ ଜଷ୍ଟିସ ସଞ୍ଜୟ କୁମାର ମିଶ୍ରଙ୍କ ନାମକୁ ଝାଡ଼ଖଣ୍ଡ ହାଇକୋର୍ଟର ମୁଖ୍ୟ ବିଚାରପତି ପାଇଁ କେନ୍ଦ୍ର ସରକାରଙ୍କ ନିକଟକୁ ସୁପାରିଶ କରିଥିଲେ ।
ଜଷ୍ଟିସ ମିଶ୍ର ଓଡିଶା ହାଇକୋର୍ଟର ମୂଳ ବିଚାରପତି ହୋଇଥିବା ବେଳେ ଏବେ ସେ ଉତ୍ତରାଖଣ୍ଡ ହାଇକୋର୍ଟର ବିଚାରପତି ଭାବେ କାର୍ଯ୍ୟ କରୁଛନ୍ତି । ୧୯୬୧ ମସିହା ଡିସେମ୍ବର ୨୯ ରେ ବଲାଙ୍ଗୀରରେ ଜନ୍ମିତ ଜଷ୍ଟିସ ମିଶ୍ର ୧୯୯୯ ମସିହାରେ ଅତିରିକ୍ତ ଜିଲ୍ଲା ଜଜ ଭାବେ କାର୍ଯ୍ୟ ଆରମ୍ଭ କରିଥିଲେ । ୨୦୦୯ ଅକ୍ଟୋବର ୭ ତାରିଖରେ ଓଡିଶା ହାଇକୋର୍ଟର ବିଚାରପତି ଭାବେ ଯୋଗ ଦେଇଥିଲେ । ୨୦୨୧ ଅକ୍ଟୋବର ୧୧ ରେ ଜଷ୍ଟିସ ମିଶ୍ରଙ୍କୁ ଉତ୍ତରାଖଣ୍ଡ ହାଇକୋର୍ଟକୁ ବଦଳି କରାଯାଇ ଥିଲା ।