28.1 C
Bhubaneswar
Friday, October 18, 2024
Homeଦେଶ ବିଦେଶସାମ୍ବାଦିକା ସୌମ୍ୟା ମର୍ଡର କେସ୍‌; ନଭେମ୍ବର ୭କୁ ଘୁଞ୍ଚିଲା ଦୋଷୀଙ୍କ ଦଣ୍ଡାଦେଶ ନିଷ୍ପତ୍ତି

ସାମ୍ବାଦିକା ସୌମ୍ୟା ମର୍ଡର କେସ୍‌; ନଭେମ୍ବର ୭କୁ ଘୁଞ୍ଚିଲା ଦୋଷୀଙ୍କ ଦଣ୍ଡାଦେଶ ନିଷ୍ପତ୍ତି

ନୂଆଦିଲ୍ଲୀ : ସାମ୍ବାଦିକା ସୌମ୍ୟା ବିଶ୍ୱନାଥନ୍ ମର୍ଡର କେସ୍‌ର ଦୋଷୀଙ୍କ ଦଣ୍ଡାଦେଶ ନିଷ୍ପତ୍ତି ଦିଲ୍ଲୀର ସାକେତ୍ କୋର୍ଟ ନଭେମ୍ବର ୭ ତାରିଖକୁ ଘୁଞ୍ଚାଇ ଦେଇଛନ୍ତି । ଆଡିସନାଲ୍ ସେସନ୍ସ ଜଜ୍ ଜଷ୍ଟିସ୍ ରବୀନ୍ଦ୍ର କୁମାର ପାଣ୍ଡେ କହିଛନ୍ତି, ପାଞ୍ଚ ଦୋଷୀଙ୍କ ଆଫିଡେଭିଟ୍ ସହିତ ପ୍ରୋବେସନାରୀ ଅଫିସର୍ ପ୍ରି ସେଣ୍ଟେନ୍ସିଙ୍ଗ୍ ରିପୋର୍ଟ (ପିଏସ୍‌ଆର୍‌) ଏବଂ ଅନ୍ୟ କେତେକ ଡକ୍ୟୁମେଣ୍ଟ୍ ଦାଖଲ କରିନାହାନ୍ତି । ଏହି କାରଣରୁ ଦୋଷୀଙ୍କ ଦଣ୍ଡାଦେଶ ଉପରେ ଶୁଣାଣି ହୋଇପାରିନାହିଁ । କୋର୍ଟ ଏହା ପ୍ରସ୍ତୁତ କରିବା ନିମନ୍ତେ ନିର୍ଦ୍ଦେଶ ଦେବା ସହିତ ମାମଲାକୁ ନଭେମ୍ବର ୭ ତାରିଖ ପାଇଁ ଲିଷ୍ଟେଡ୍ କରିଛନ୍ତି । ଏହା ପୂର୍ବରୁ କୋର୍ଟ ଅକ୍ଟୋବର ୧୮ ତାରିଖରେ ୫ ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ । ରବି କପୁର, ଅମିତ ଶୁକ୍ଳା, ଅଜୟ କୁମାର ଏବଂ ବଲଜିତ୍ ମଲିକ୍‌ଙ୍କୁ ହତ୍ୟା ତଥା ପଞ୍ଚମ ଅଭିଯୁକ୍ତ ଅଜୟ ସେଠୀକୁ ଆଇପିସି ଧାରା ୪୧୧ରେ ଦୋଷୀ ସାବ୍ୟସ୍ତ କରାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking