23.1 C
Bhubaneswar
Thursday, March 5, 2026
Homeଓଡିଶାଚାକିରି ନାମରେ ଠକେଇ

ଚାକିରି ନାମରେ ଠକେଇ

ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲା ଡାବୁଗାଁ ଥାନା ଅଂଚଳରେ ଚାଞ୍ଚଲ୍ୟ। ୧୯ ଜଣ ନିରୀହ ଆଦିବାସୀ ଯୁବକଙ୍କୁ ସିକ୍ୟୁରିଟି ଗାର୍ଡ ନିଯୁକ୍ତି ଦେବି କହି ଜଣେ ଦଲାଲ ଲକ୍ଷାଧିକ ଟଙ୍କା ଠକେଇ କରିଛି। ଏ ନେଇ ଆଜି ଠକାମୀର ଶିକାର ହୋଇଥିବା କିଛି ଯୁବକ ଡାବୁଗାଁ ଥାନାରେ ଏତଲା ଦେବା ପରେ ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ଥାନାରେ ଅଭିଯୋଗ ଅନୁଯାଇ ପାପଡାହାଣ୍ଡି ବ୍ଲକ ପାତ୍ରି ପଞ୍ଚାୟତ ଅନ୍ତର୍ଗତ ଖରକିଆ ଗୁଡା ଗ୍ରାମର ପ୍ରଦୀପ କୁମାର ନାୟକ (୨୮) ଡାବୁଗାଁ ଥାନା ଅଞ୍ଚଳ ଜଟାବାଲ, କୋଡ଼ିଙ୍ଗା ଥାନା ଅଞ୍ଚଳ ସହ ଅନ୍ୟ ଅଞ୍ଚଳର ୧୯ ଜଣ ଆଦିବାସୀ ଯୁବକଙ୍କୁ ୨୦୨୪ ଅକ୍ଟୋବର ମାସରେ ମେଡିକାଲରେ ସିକ୍ୟୁରିଟି ଗାର୍ଡ ନିଯୁକ୍ତି କରାଇ ଦେବି କହିଥିଲେ। ଏଥି ପାଇଁ ସେ ଜଣକା ୩୦ ହଜାର ଟଙ୍କା ଦେବାକୁ କହିଥିଲେ। ପ୍ରଦୀପ ନାୟକ ଅଞ୍ଚଳର ଜଣେ ଜଣାଶୁଣା ଯୁବକ ହୋଇଥିବାରୁ ଚାକିରି ପାଇବା ଆଶାରେ ୧୯ ଜଣ ଯୁବକ ୩୦ ହଜାର ଟଙ୍କା ଲେଖାଏ ଦେଇଥିଲେ। ଗତ ଅକ୍ଟୋବର ମାସରେ ଯୁବକମାନଙ୍କୁ ବିଶ୍ୱାସ ଜନ୍ମାଇବା ପାଇଁ ପ୍ରଦୀପ ଭୁବନେଶ୍ୱରର ଏକ ଅଜଣା ସ୍ଥାନକୁ ନେଇ ଦସ୍ତଖତ କରାଇଥିଲେ। ମାତ୍ର ୧୫ ଦିନ ମଧ୍ୟରେ ସମସ୍ତେ ସିକ୍ୟୁରିଟି ଗାର୍ଡରେ ନିଯୁକ୍ତି ପାଇବ ବୋଲି କହିବା ପରେ ସମସ୍ତେ ଭୁବନେଶ୍ୱରରୁ ନବରଙ୍ଗପୁର ଫେରି ଆସିଥିଲେ। ତେବେ ଇତି ମଧ୍ୟରେ ୪ ମାସରୁ ଊର୍ଦ୍ଧ୍ବ ସମୟ ବିତି ଯାଇଥିଲେ ସୁଦ୍ଧା ଯୁବକ ମାନଙ୍କୁ କୌଣସି ନିଯୁକ୍ତି ପତ୍ର ନ ମିଳିବାରୁ ବାରମ୍ବାର ପ୍ରଦୀପ ନାୟକ କୁ ଅଭିଯୋଗ କରିଥିଲେ। ପ୍ରଦୀପ ନାୟକ ନିଯୁକ୍ତି ପତ୍ର ଆଜି ଆସିବ କାଲି ଆସିବ କହି ଠକି ଚାଲୁଛନ୍ତି। ଏପରିକି ଏହି କଥାକୁ ଘରେ କାହାକୁ କହିଲେ କିମ୍ବା ପୁଲିସରେ ଅଭିଯୋଗ କରିଲେ ଜୀବନ ହାରିବେ ବୋଲି କହିଛନ୍ତି। ଶେଷରେ ଠକାମୀର ଶିକାର ହୋଇଥିବା ଜାଣି ଜଟାବାଲ ଗ୍ରାମର ଭାସ୍କର ଭତରା (୨୪) ସହ ହେମନ୍ତ ଭତରା ଓ ପଙ୍କଜ ଭତରା ଥାନାରେ ଏତଲା ଦେଇଛନ୍ତି। ଠକାମୀର ଶିକାର ହୋଇଥିବା ଅନ୍ୟ ଯୁବକ ମଧ୍ୟରେ ମଙ୍ଗରାଜ ଭତରା, ପ୍ରଫୁଲ୍ଲ କରକରା, ବିଶ୍ୱଜିତ ହରିଜନ ଓ ବଳରାମ ଗୁଆଳ ସହ ଅନ୍ୟମାନେ। ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking