21.1 C
Bhubaneswar
Monday, November 18, 2024
HomeUncategorizedମହଙ୍ଗା ଡାଟା କିଣିବାକୁ ରୁହନ୍ତୁ ପ୍ରସ୍ତୁତ

ମହଙ୍ଗା ଡାଟା କିଣିବାକୁ ରୁହନ୍ତୁ ପ୍ରସ୍ତୁତ

ନୂଆଦିଲ୍ଲୀ: ମହଙ୍ଗା ଡାଟା କିଣିବାକୁ ହୋଇଯାଆନ୍ତୁ ପ୍ରସ୍ତୁତ । କାରଣ ଏମିତି ହିଁ କିଛି ଖବର ଆସିଛି । ଟେଲିକମ୍ ସେକ୍ଟରରେ ଏଜିଆର ଅର୍ଥାତ୍ ଆଡଜଷ୍ଟେଡ ଗ୍ରସ୍ ରେଭିନ୍ୟୁକୁ ନେଇ ଚାଲୁଥିବା ସମସ୍ୟାକୁ ଠିକ୍ କରିବା ପାଇଁ ଟେଲିକମ୍ ରେଗୁଲେଟୋରୀ ଅଥରିଟି ଅଫ୍ ଇଣ୍ଡିଆ ଅର୍ଥାତ୍ ଟ୍ରାଏ, ଗତ କିଛି ଦିନ ଧରି ଫ୍ଲୋର ପ୍ରାଇସିଂକୁ ଠିକ୍ କରିବା ନିମନ୍ତେ ଚେଷ୍ଟା କରୁଛି । ଏହି କ୍ରମରେ ଫ୍ଲୋର ପ୍ରାଇସିଂକୁ ଧିରେ ଧିରେ ବୃଦ୍ଧି କରିବାକୁ ରିଲାଏନ୍ସ ଜିଓ ଟ୍ରାଏକୁ ପରାମର୍ଶ ଦେଇଛି । ପ୍ରତି ଜିବିକୁ ୧୫ ଟଙ୍କା ଲେଖାଏଁ କରି ଆସନ୍ତା ୬ରୁ ୯ ମାସ ଭିତରେ ୨୦ ଟଙ୍କା ପ୍ରତି ଜିବି କରିବା ଉଚିତ । ଫ୍ଲୋର ପ୍ରାଇସିଂର ଅର୍ଥ ହେଉଛି ଏହା ଏକ ଏପରି ଲିମିଟ୍ ଯାହା, କୌଣସି ସେବାର ମୂଲ୍ୟକୁ କେତେ ମାତ୍ରାରେ ବଢାଇବା କିମ୍ବା କମାଇବା ତାର ମୂଲ୍ୟ ନିର୍ଦ୍ଧାରଣ କରେ ।
ଜିଓର ରିପୋର୍ଟ ଅନୁସାରେ, ଜଣେ ବ୍ୟବହାରକାରୀ ଦିନକୁ କେତେ ଡାଟା ବ୍ୟବହାର କରୁଛନ୍ତି ତାହା ତାଙ୍କ ଡାଟା ମୂଲ୍ୟ ଉପରେ ନିର୍ଭର କରେ । ଫ୍ଲୋର ପ୍ରାଇସିଂ ଉପରେ କେବଳ ଏହା ଲାଗୁ ହେବା ଉଚିତ୍ ନୁହେଁ, ବରଂ କର୍ପୋରେଟ ପ୍ଲାନ୍ସ ଉପରେ ମଧ୍ୟ ଏହା ଲାଗୁ ହେବା ଦରକାର ବୋଲି ସେ ଜିଓ କହିଛି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking