40.1 C
Bhubaneswar
Thursday, April 25, 2024
Homeଓଡିଶାସରକାରୀ ଆବାସ ସାତ ସପନ : ଝାଟିମାଟି କୁଡ଼ିଆରେ ବିତୁଛି ୫ ଜୀବନ

ସରକାରୀ ଆବାସ ସାତ ସପନ : ଝାଟିମାଟି କୁଡ଼ିଆରେ ବିତୁଛି ୫ ଜୀବନ

କଣିହା : ଅନୁଗୁଳ ଜିଲ୍ଲା କଣିହା ବ୍ଲକ ଅନ୍ତର୍ଗତ ବାଲିପଶି ପଞ୍ଚାୟତସ୍ଥ ବରପଦା ଗ୍ରାମର ଶ୍ରୀଧର ନାଏକ(୪୨)ଙ୍କ ପାଇଁ ସରକାରୀ ଆବାସ ଯୋଜନା ସାତସପନ ପାଲଟିଛି । ବ୍ଲକ ଦାୟିତ୍ୱରେ ଥିବା ପୂର୍ବତନ ବିଡିଓ ରାହାସ ଚନ୍ଦ୍ର ନାଏକ, ପାଲଲହଡା ବିଧାୟକ ମୁକେଶ ପାଳ ଓ ସ୍ଥାନୀୟ ସରପଞ୍ଚଙ୍କୁ ବାରମ୍ବାର ଆବାସ ଯୋଜନାରେ ଘର ଖଣ୍ଡିଏ ପାଇଁ କାକୁତି ମିନତୀ ହୋଇ ଗୁହାରୀ କରିଆସୁଥିଲେ ମଧ୍ୟ କେହି କର୍ଣ୍ଣପାତ କରୁନଥିବା ଶ୍ରୀଧରଙ୍କ ପତ୍ନୀ ମଲ୍ଲି ନାଏକ କୋହଭରା କଣ୍ଠରେ ଅଭିଯୋଗ କରିଛନ୍ତି ।
ସୂଚନା ଅନୁଯାୟୀ, ଶ୍ରୀଧର ଜଣେ ଦିନ ମଜୁରିଆ । ପରିବାର କହିଲେ ସ୍ୱାମୀ ଶ୍ରୀଧର, ପତ୍ନୀ ମଲ୍ଲି, ଝିଅ ରଶ୍ମିତା ନାଏକ, ପୁଅ ସୁମନ୍ତ ଓ ସତ୍ୟବାନ । ପାଞ୍ଚପ୍ରାଣୀ କୁଟୁମ୍ଭକୁ ଚଳାଇବା ତାଙ୍କ ପକ୍ଷରେ କଷ୍ଟକର ବ୍ୟାପାର । ଶ୍ରୀଧର ମୁଲମଜୁରୀ କରି ଯାହା ରୋଜଗାର କରନ୍ତି ସେଥିରେ ତାଙ୍କ ପରିବାର ଚଳେ । ମାସକୁ ୧୫ଦିନ ମଜୁରୀ କାମ ମିଳିଥାଏ । କାମ ନମିଳିଲେ ଚୁଲି ଜଳିବା ବନ୍ଦ ହୋଇଯାଇଥାଏ । ଏନେଇ କଣିହା ବିଡିଓ ରମେଶ କୁମାର ଜେନାଙ୍କୁ ସରକାରୀ ଆବାସ ଯୋଜନାରେ ଗୃହ ନିର୍ମାଣ ପାଇଁ ଗତ ଶୁକ୍ରବାର ନେହୁରା ହୋଇଥିବା ଶ୍ରୀଧର କହିଛନ୍ତି । ଏ ସମ୍ପର୍କରେ ବିଡିଓ ଶ୍ରୀ ଜେନାଙ୍କୁ ଯୋଗାଯୋଗ କରିବାରୁ ପୂର୍ବରୁ ଶ୍ରୀଧରଙ୍କ ସମସ୍ୟା ତାଙ୍କ ନଜରକୁ ଆସିନଥିଲା । ଶ୍ରୀଧରଙ୍କର ଚାଳଛପର ଘର ଥିବାରୁ ସେ ଆବାସ ଜରିଆରେ ଘର ପାଇବା ଯୋଗ୍ୟ । ଖୁବଶୀଘ୍ର ଶ୍ରୀଧରଙ୍କ ପରିବାରକୁ ଆବାସ ଯୋଜନାରେ ସାମିଲ କରାଯିବ ବୋଲି କହିଥିଲେ ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking