28.1 C
Bhubaneswar
Sunday, December 29, 2024
Homeଓଡିଶାଜିନ୍ଦଲ ଷ୍ଟେନଲେସ ଯୋଗାଇଛି ବନ୍ଦେ ମେଟ୍ରୋ ଟ୍ରେନ ପାଇଁ ଉଚ୍ଚ ଶକ୍ତିସମ୍ପର୍ଣ୍ଣ ଷ୍ଟେନଲେସ ଷ୍ଟିଲ

ଜିନ୍ଦଲ ଷ୍ଟେନଲେସ ଯୋଗାଇଛି ବନ୍ଦେ ମେଟ୍ରୋ ଟ୍ରେନ ପାଇଁ ଉଚ୍ଚ ଶକ୍ତିସମ୍ପର୍ଣ୍ଣ ଷ୍ଟେନଲେସ ଷ୍ଟିଲ

ଯାଜପୁର : କମ୍ପାନୀ ପ୍ରଥମ ଥର ପାଇଁ ୨୦୧ଏଲଏନ୍ ଗ୍ରେଡ୍ ଷ୍ଟିଲ ଯୋଗାଇଛିଯାହା ଫଳରେ ଟ୍ରେନ କୋଚ୍ ହେବ ଅଧିକ ହାଲୁକା ଏବଂ ଶକ୍ତି ଦକ୍ଷ ଭାରତରେ ଇଣ୍ଟରସିଟି ଯାତ୍ରାସେବାକୁ ବୃଦ୍ଧି କରିବା ପାଇଁ ନିକଟରେ ଭାରତୀୟ ରେଳବାଇ ଚେନ୍ନାଇର ଇଣ୍ଟିଗ୍ରାଲ କୋଚ୍ ଫ୍ୟାକ୍ଟ୍ରି (ଆଇସିଏଫ୍)ରୁ ପ୍ରଥମ ବନ୍ଦେ ମେଟ୍ରୋ ଟ୍ରେନ୍ ଉନ୍ମୋଚନ କରିଛି। ଭାରତର ସର୍ବବୃହତ ଷ୍ଟେନଲେସ୍ ଷ୍ଟିଲ୍ ଉତ୍ପାଦନକାରୀ, ଜିନ୍ଦଲ ଷ୍ଟେନଲେସ୍ ଏହି ସମ୍ମାନଜନକ ପ୍ରକଳ୍ପ ପାଇଁ ଟେମ୍ପର୍ଡ୨୦୧ଏଲଏନ୍ ଗ୍ରେଡ୍ ର ଉଚ୍ଚ ଶକ୍ତିସମ୍ପନ୍ନ ଷ୍ଟେନଲେସ୍ ଷ୍ଟିଲ୍ ଯୋଗାଇ ଦେଇଛି। ବନ୍ଦେ ମେଟ୍ରୋ ଟ୍ରେନ୍ ହେଉଛି ବନ୍ଦେ ଭାରତ ଏକ୍ସପ୍ରେସର ଏକ ସ୍ୱଳ୍ପ ଦୂରତା ବିଶିଷ୍ଟ ସଂସ୍କରଣ। ପାରମ୍ପରିକ ଫେରିଟିକ୍ ଷ୍ଟେନଲେସ୍ ଷ୍ଟିଲ୍ ଗ୍ରେଡ୍ ତୁଳନାରେ ଟେମ୍ପର୍ଡ ଷ୍ଟେନଲେସ୍ ଷ୍ଟିଲ୍ ୨୦୧ଏଲ୍ଏନ୍ ଗ୍ରେଡରେ ନିର୍ମିତ ଏହି ଟ୍ରେନ୍ ସେଟଗୁଡ଼ିକର ବାହ୍ୟ ପ୍ୟାନେଲର ମୋଟେଇ ୩ ମିଲିମିଟରରୁ ୨ ମିଲିମିଟରକୁ ହ୍ରାସ ପାଇଛି। ଯାହାଫଳରେ କମ ଖର୍ଚ୍ଚରେ ହାଲୁକା ଓ ଅଧିକ ଶକ୍ତି-ଦକ୍ଷ ଟ୍ରେନ ନିର୍ମିତ ହୋଇପାରୁଛି। ଷ୍ଟେନଲେସ୍ ଷ୍ଟିଲ୍ ୨୦୧ଏଲ୍ଏନ୍ ଗ୍ରେଡ କ୍ଷୟ ପ୍ରତିରୋଧୀ ହୋଇଥିବା ବେଳେ ଏହାର ଅଧିକ ଦୃଢ଼ତା, ସ୍ଥାୟୀତ୍ୱ ଏବଂ ଧକ୍କା-ପ୍ରତିରୋଧୀ ଗୁଣ ଯୋଗୁଁ ଯାତ୍ରୀମାନଙ୍କୁ ସର୍ବୋତ୍ତମ ନିରାପତ୍ତା ମିଳିପାରିବ। ଏ ସମ୍ପର୍କରେ ଜିନ୍ଦଲ ଷ୍ଟେନଲେସର ପରିଚାଳନା ନିର୍ଦ୍ଦେଶକ ଶ୍ରୀ ଅଭ୍ୟୁଦୟ ଜିନ୍ଦଲ କହିଛନ୍ତି, “ଭାରତର ରେଳ ଭିତ୍ତିଭୂମିଓ ରୋଲିଙ୍ଗ ଷ୍ଟକ୍ ର ଆଧୁନିକୀକରଣରେ ସାମିଲ ହୋଇପାରିଥିବାରୁ ଆମେ ଆନନ୍ଦିତ। ଭାରତୀୟ ରେଳବାଇ ପ୍ରଥମ ଥର ପାଇଁ ଫେରିଟିକ୍ ଗ୍ରେଡ୍ ବଦଳରେ ୨୦୧ଏଲ୍ଏନ୍ ଷ୍ଟେନଲେସ୍ ଷ୍ଟିଲକୁ ଆପଣେଇବା ନିଷ୍ପତ୍ତିରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବା ଆମ ପାଇଁ ଏକ ସୌଭାଗ୍ୟର ବିଷୟ। ହାଲୁକା ଓଜନ ଏବଂ ଶକ୍ତି-ଦକ୍ଷ କାର୍ ବଡି ଭାରତୀୟ ରେଳବାଇର କାର୍ବନ ଫୁଟପ୍ରିଣ୍ଟକୁ ହ୍ରାସ କରିବ ଏବଂ ଏହାର ନେଟ୍ ଜିରୋ ଲକ୍ଷ୍ୟ ହାସଲ କରିବାରେ ସାହାଯ୍ୟ କରିବ। ମୋର ବିଶ୍ୱାସ ଯେ ବନ୍ଦେ ମେଟ୍ରୋ ଟ୍ରେନ୍ ଯାତ୍ରୀମାନଙ୍କୁ ଏକ ବିଶ୍ୱସ୍ତରୀୟ ଅନୁଭୂତି ପ୍ରଦାନ କରିବ ଏବଂ ଏଥିରେ ଆମେ ଭାରତୀୟ ରେଳ ସହିତ ଭାଗୀଦାର ହୋଇ ଆନନ୍ଦିତ।” ବନ୍ଦେ ମେଟ୍ରୋର ଲକ୍ଷ୍ୟ ହେଉଛି ୨୫୦ କିଲୋମିଟର ପର୍ଯ୍ୟନ୍ତ ଯାତ୍ରା କରୁଥିବା ସହରାଞ୍ଚଳ ଯାତ୍ରୀଙ୍କୁ ସେବା ଯୋଗାଇବା। ଏହା ଦେଶବ୍ୟାପୀ ୧୨୦ରୁ ଅଧିକ ସହରକୁ ସଂଯୋଗ କରିବ ଏବଂ ଚଳିତ ବର୍ଷ ଜୁଲାଇରେ ଏହାର ଶୁଭାରମ୍ଭ ହେବ ବୋଲି ଆଶା କରାଯାଉଛି। ପ୍ରାରମ୍ଭିକ ମାର୍ଗଗୁଡ଼ିକ ହେଉଛି ଚେନ୍ନାଇ-ତିରୁପତି, ଭୁବନେଶ୍ୱର-ବାଲେଶ୍ୱର, ଆଗ୍ରା-ମଥୁରା, ଦିଲ୍ଲୀ-ରେୱାରୀ ଏବଂ ଲକ୍ଷ୍ନୌ-କାନପୁର।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking