ଝାରସୁଗୁଡ଼ା : ବିଜେଡି ଝାରସୁଗୁଡ଼ା ଲଢ଼େଇ ପାଇଁ ନିଜର ଟିମ୍ ଗଠନ କରିଛି । ଆଗାମୀ ନିର୍ବାଚନ ଓ ରଣନୀତି ନେଇ ରୁଦ୍ଧଦ୍ୱାର ବୈଠକ ହୋଇଥିଲା । ଏଥିରେ ବିଜେଡି ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ସାମିଲ ହୋଇଥିଲେ । ବୈଠକରେ ର୍ପ୍ୟବେକ୍ଷକ ଦାୟିତ୍ୱରେ ଥିବା ୩ ନେତା ମଧ୍ୟ ସାମିଲ । ପ୍ରସନ୍ନ ଆଚାର୍ଯ୍ୟ,ଦେବୀ ମିଶ୍ର, ସାରଦା ନାୟକ ଏହି ବୈଠକରେ ଉପସ୍ଥିତ ଥିଲେ। ଏଥି ସହିତ ବିଜେଡି ପ୍ରାର୍ଥୀ ଦୀପାଳି ଦାସ ଓ ଭାଇ ବିଶାଲ ଦାସ ମଧ୍ୟ ଏହି ବୈଠକରେ ସାମିଲ ଥିଲେ। ଜିଲ୍ଲା ବିଜେଡିର ବରିଷ୍ଠ କର୍ମକର୍ତ୍ତା ବୈଠକରେ ଉପସ୍ଥିତ ଥିଲେ । ଏହି ନିର୍ବାଚନ ମଣ୍ଡଳୀର ୫ଟି ବ୍ଲକ / ମ୍ୟୁନିସିପାଲିଟି ପାଇଁ ଦଳ ୧୨ ଜଣ ପର୍ଯ୍ୟବେକ୍ଷକଙ୍କୁ ଦାୟିତ୍ୱ ଦେଇଛି । କିରମିରା, କୋଲାବିରା, ଝାରସୁଗୁଡ଼ା, ଲାଇକେରା ବ୍ଲକ ଓ ଝାରସୁଗୁଡ଼ା ମ୍ୟୁନିସିପାଲିଟି ପାଇଁ ଦଳ ଏହି ସମସ୍ତ ନେତାଙ୍କ ନାମ ଘୋଷଣା କରିଛି । ଏ ନେଇ ଦଳ ତରଫରୁ ଏକ ନୋଟିସ୍ ଜାରି କରାଯାଇଛି ।
କିରମିରା ବ୍ଲକ
୧- ଅତନୁ ସବ୍ୟସାଚୀ ନାୟକ ଏବଂ ଟୁକୁୂନି ସାହୁ
କୋଲାବିରା ବ୍ଲକ
୧- ନିରଞ୍ଜନ ପୂଜାରୀ ଏବଂ ସରୋଜ ମେହେର
ଝାରସୁଗୁଡା ବ୍ଲକ
୧-ପଦ୍ମନାଭ ବେହେରା ଏବଂ ଅରୁଣ କୁମାର ସାହୁ
ଲାଇକେରା ବ୍ଲକ
୧- ପ୍ରତାପ କେଶରୀ ଦେବ ଏବଂ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର
ଝାରସୁଗୁଡା ମ୍ୟୁନିସ୍ପାଲିଟି
୧- ପ୍ରତାପ ଜେନା
୨- ପୁଷ୍ପେନ୍ଦ୍ର ସିଂ ଦେଓ
୩- ସ୍ନେହାଗିନି ଛୁରିଆ
୪- ରୀତା ସାହୁ