27.1 C
Bhubaneswar
Monday, November 18, 2024
Homeଦେଶ ବିଦେଶଝାଡ଼ଖଣ୍ଡ ରାଜନୈତିକ ସଂକଟ: ବିଧାୟକଙ୍କୁ ରାୟପୁର ପଠାଇଲେ ସୋରେନ୍‌

ଝାଡ଼ଖଣ୍ଡ ରାଜନୈତିକ ସଂକଟ: ବିଧାୟକଙ୍କୁ ରାୟପୁର ପଠାଇଲେ ସୋରେନ୍‌

ରାଞ୍ଚି : ଝାଡ଼ଖଣ୍ଡରେ ଗତ ଏକ ସପ୍ତାହ ଧରି ଦେଖାଦେଇଥିବା ରାଜନୈତିକ ସଙ୍କଟ ମଧ୍ୟରେ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍ ସମ୍ଭାବ୍ୟ ଅପରେସନ୍ ଲୋଟସ୍ ଭୟରେ ଶାସକ ମେଣ୍ଟର ବିଧାୟକମାନଙ୍କୁ ମଙ୍ଗଳବାର ରାୟପୁର ପଠାଇ ଦେଇଛନ୍ତି । ପିଟିଆଇ ରିପୋର୍ଟ ଅନୁସାରେ ପ୍ରାୟ ୪୦ ଜଣ ବିଧାୟକଙ୍କୁ ନେଇ ଏକ ଚାର୍ଟର୍ ପ୍ଲେନ୍ ମଙ୍ଗଳବାର ସନ୍ଧ୍ୟା ସାଢ଼େ ୪ଟା ସମୟରେ ରାଞ୍ଚି ବିମାନବନ୍ଦରରୁ ଛତିଶଗଡ଼ ରାଜଧାନୀ ରାୟପୁର ଅଭିମୁଖେ ଯାତ୍ରା କରିଥିଲା । ଏହା ପୂର୍ବରୁ ବିଧାୟକମାନେ ଦୁଇଟି ବସ୍‌ରେ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍‌ଙ୍କ ବାସଭବନ ଛାଡ଼ିଥିଲେ ଏବଂ ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା (ଜେଏମ୍‌ଏମ୍‌) ମୁଖିଆ ଗୋଟିଏ ବସ୍‌ର ଆଗ ସିଟ୍‌ରେ ବସିଥିବା ଦେଖିବାକୁ ମିଳିଥିଲା । ସୋରେନ୍ ମଧ୍ୟ ବିର୍ସା ମୁଣ୍ଡା ବିମାନ ବନ୍ଦର ଭିତରକୁ କିଛି ସମୟ ପାଇଁ ଯାଇଥିଲେ । ୮୧ ସଦସ୍ୟ ବିଶିଷ୍ଟ ଝାଡ଼ଖଣ୍ଡ ବିଧାନସଭାରେ ଶାସକ ମେଣ୍ଟ୍ ଜେଏମ୍‌ଏମ୍‌, କଂଗ୍ରେସ ଏବଂ ଆର୍‌ଜେଡିର ୪୯ ବିଧାୟକ ଅଛନ୍ତି । ମାଇନିଂ ଲିଜ୍ ପ୍ରସଙ୍ଗରେ ସୋରେନ୍‌ଙ୍କ ଭବିଷ୍ୟତ ଝୁଲନ୍ତା ଅବସ୍ଥାରେ ଥିବାବେଳେ ସେ ପରେ ସାମ୍ବାଦିକମାନଙ୍କୁ କହିଥିଲେ, ଏହା ଏକ ଆଶ୍ଚର୍ଯ୍ୟଜନକ ଘଟଣା ନୁହେଁ । ରାଜନୀତିରେ ଏପରି ସବୁ ଘଟିଥାଏ । ସେପରି କୌଣସି ଅଘଟଣ ଘଟିବାକୁ ଯାଉନାହିଁ ବୋଲି ମଧ୍ୟ ସେ କହିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking