ରାଞ୍ଚି : ଝାଡ଼ଖଣ୍ଡର ଲୋହାରଦାଗା ଅଞ୍ଚଳରେ ସୋମବାର ଗୋଟିଏ ବଣୁଆ ହାତୀ ଆକ୍ରମଣରେ ୪ ଜଣଙ୍କର ମୃତ୍ୟୁ ଘଟିଛି । ମୃତକଙ୍କ ମଧ୍ୟରେ ତିନିଜଣ ମହିଳା ଅନ୍ତର୍ଭୁକ୍ତ । ପୁଲିସ ମୃତଦେହଗୁଡିକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ବନ ବିଭାଗ ପକ୍ଷରୁ ପ୍ରତ୍ୟେକ ମୃତକଙ୍କ ପରିବାରକୁ କ୍ଷତିପୂରଣ ବାବଦରେ ତୁରନ୍ତ ୨୫ ହଜାର ଟଙ୍କା ପ୍ରଦାନ କରାଯାଇଛି । ପରବର୍ତ୍ତୀ ସମୟରେ ପ୍ରତ୍ୟେକ ପରିବାରକୁ ୩.୭୫ ଲକ୍ଷ ଟଙ୍କା ପ୍ରଦାନ କରାଯିବ ବୋଲି ଲୋହାରଦାଗା ଡିଏଫ୍ଓ ସୂଚନା ଦେଇଛନ୍ତି ।